Spread the love

ବିଧାୟକ ଙ୍କ ଦମଦାର ଆକ୍ସନ. ଗରୀବ ଙ୍କ ପାଇଁ ଲଢୁଥିଲି ଆଜି ବି ଲଢ଼ିବି.. ବିଚ ବଜାରରେ ତାଗିଦ କଲେ ରେଳବାଇ ଅଧିକାରୀ ମାନଂକୁ. ଘଟଣା ଟି ଘଟିଲା କଣ୍ଟାବାଞ୍ଚି ଅଞ୍ଚଳରେ..କଣ୍ଟାବାଞ୍ଜି AAE ଏନ.ପ୍ରସନ୍ନ କୁମାରଙ୍କୁ ବିନା ଥଇଥାନରେ କେମିତି ଉଛେଦ କରୁଛନ୍ତି ବୋଲି ପ୍ରଶ୍ନ କରିବା ସହ ଅଧିକାରୀଙ୍କୁ ତାଗିଦ୍ କରିଛନ୍ତି ବିଧାୟକ ଲକ୍ଷ୍ମଣ ବାଗ୍‌। ଯାହା ଫଳରେ ବନ୍ଦ ରହିଛି ଉଚ୍ଛେଦ କାମ। ସେ କହିଛନ୍ତି, ପୂର୍ବରୁ ମଧ୍ୟ ଏମାନଙ୍କ ଥଇଥାନ ନେଇ ବାରମ୍ବାର କୁହାଯାଇଛି। କିନ୍ତୁ କିଛି ନଜଣାଇ ହଠାତ୍‌ ଏମିତି ଘର ଭାଙ୍ଗି ଦେବା ଠିକ ନୁହେଁ। ଏନେଇ କିଏ ଅର୍ଡର ଦେଇଛନ୍ତି ତାଙ୍କୁ ଡାକ ବୋଲି କହିଛନ୍ତି ଲକ୍ଷ୍ମଣ ବାଗ୍‌। ତେବେ ଏନେଇ ସଂପୃକ୍ତ ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଦିନେ ଦିନ ମଜୁରିଆରୁ ନିର୍ବାଚିତ ରାଜନେତା ବନିଛନ୍ତି, ତ ଆଉ କିଏ ଖୁବ୍ କମ ବୟସରେ ଚାଖିଛନ୍ତି ସଫଳତାର ସ୍ୱାଦ। ବିଜେଡିର ବହୁ ହେଭିୱେଟଙ୍କୁ ବଡ଼ ଭୋଟ୍ ବ୍ୟବଧାନରେ ହରାଇ ଅଚାନକ ହିରୋ ପାଲଟି ଯାଇଛନ୍ତି ବହୁ ବିଜୟୀ ପ୍ରାର୍ଥୀ। ସେମାନଙ୍କୁ ଅକଳ୍ପନୀୟ ଭାବେ ବିଜୟ ମୁକୁଟ ପିନ୍ଧାଇଛି ୨୪ ନିର୍ବାଚନର ଜନାଦେଶ। ତେବେ ସେମାନଙ୍କ ଭିତରେ ସବୁଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି ନବୀନଙ୍କୁ ହରାଇଥିବା କଣ୍ଟାବାଞ୍ଜିର ନବନିର୍ବାଚିତ ବିଜେପି ବିଧାୟକ ଲକ୍ଷ୍ମଣ ବାଗ।

ଆଗରୁ ୩ ଟଙ୍କାରେ କୁଲିମଜୁରୀ କରୁଥିଲେ, ଟ୍ରକ୍ ହେଲପର୍ କାମ ବି ଥିଲେ। ଆଉ ଏବେ ରାତାରାତି ପାଲଟିଯାଇଛନ୍ତି କଣ୍ଟାବାଞ୍ଜିର ରିୟଲ ହିରୋ। ମୁଖ୍ୟମନ୍ତ୍ରୀଙ୍କୁ ମାତ୍ ଦେଇ ଏବେ ଚର୍ଚ୍ଚାରେ ଲକ୍ଷ୍ମଣ ବାଗ୍। ନବନିର୍ବାଚିତ ବିଜେପି ବିଧାୟକ ଲକ୍ଷ୍ମଣ, ପ୍ରଥମ ଥର ପାଇଁ ନବୀନଙ୍କୁ ଚଖାଇଛନ୍ତି ପରାଜୟର ସ୍ୱାଦ। ଦାଦନପ୍ରବଣ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ଛୋଟିଆ ଗାଁ ଖୁଟୁଲମୁଣ୍ଡାର ଏକ ଗରିବ ପରିବାରରେ ଲକ୍ଷ୍ମଣଙ୍କ ଘର। ବାପା ଚାଷ କରୁଥିବା ବେଳେ, ୬ ଭାଇ ଭିତରେ ସବା ସାନ ଲକ୍ଷ୍ମଣ କେତେବେଳେ ବିଲରେ ଖଟୁଥିଲେ, ତ କେତେବେଳେ କୁଲି ମଜୁରୀ କରୁଥିଲେ।

Related Post

Leave a Reply

Your email address will not be published. Required fields are marked *