ଶ୍ରୀଜଗନ୍ନାଥ ଙ୍କ କାହାଣୀ
╚
(ବିଷ୍ଣୁଙ୍କ ପରମ ଭକ୍ତ ଅବନ୍ତି ନରେଶ ଇନ୍ଦ୍ରଦ୍ୟୁମ୍ନ)
ସିଂହାସନରେ ବିରାଜିତ ଅବନ୍ତି ରାଜ୍ୟ ର ମହାରାଜ ଓ ମହାରାଣୀ …
ଏକ ସୁ ଶାସକ ପ୍ରଜାପାଳକ ଓ ସୂର୍ଯ୍ୟ ବଂଶୀ ରାଜା କିନ୍ତୁ ଜଣେ ପରମ ବୈଷ୍ଣବ ଭଗବାନଶ୍ରୀ ବିଷ୍ଣୁଙ୍କ ପରମ ଭକ୍ତ ଅବନ୍ତି ନରେଶ ଇନ୍ଦ୍ରଦ୍ୟୁମ୍ନ …
ନାମ ଇନ୍ଦ୍ରଦ୍ୟୁମ୍ନ ପ୍ରଭୁଙ୍କ ଭକ୍ତିରେ ସଦା ନିମଜ୍ଜିତ ହୋଇ ସତେ ସେ ନିଜ ଇନ୍ଦ୍ରିୟ ସମୂହକୁ ଦମନ କରିଛନ୍ତି ।
ଦୂର ଦେଶକୁ ବ୍ୟବସାୟ କରି ତାଙ୍କ ବଣିକ ମାନେ ଅନେକ ଧନରତ୍ନ ଆଣି ରାଜ୍ୟକୁ ସମୃଦ୍ଧି କରିଛନ୍ତି ତେଣୁ ଅବନ୍ତି ଏକ ସମୃଦ୍ଧି ଦେଶ ତା ସହ ଭଗବାନଙ୍କ କୃପାରୁ ଧରଣୀ ମା ବି ଶସ୍ୟ ଅଜାଡ଼ି ଦେଇଛି ….
ଅବନ୍ତି ରାଜ୍ୟର ରାଣୀ ଗୁଣ୍ଡିଚା ଅତ୍ୟନ୍ତ ଦାନଶୀଳା ରୂପରେ ଚାନ୍ଦ ଗୁଣରେ ମା ଅର୍ଣ୍ଣପୁର୍ଣ୍ଣା ଏବଂ ପରମ ବୈଷ୍ଣବୀ ଧର୍ମ ପରାୟଣ। ଦେବୀ ..
ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚା ଦୁହେଁ ଙ୍କର ଇଚ୍ଛାଥିଲା ପ୍ରଭୁଙ୍କୁ ସ୍ୱଚକ୍ଷୁରେ ଦର୍ଶନ କରିବେ ଓ ମାନବ ଜନ୍ମ ସାର୍ଥକ କରିବେ ଓ ପ୍ରଭୁଙ୍କ ପାଇଁ ମନ୍ଦିର ତୋଳେଇବେ ।
ଦିନେ ରାଜ ସଭା ଚାଲୁଥାଏ ଏହି ସମୟରେ ଭଗବାନ ଶ୍ରୀ ବିଷ୍ଣୁ ଙ୍କ ଆଦେଶରେ ଦେବରୁଷି ନାରଦ ଏକ ଛଦ୍ମବେଶୀ ମହର୍ଷିଙ୍କ ରୂପରେ ଦ୍ୱାର ପାଖରେ ଉପସ୍ଥିତ ହେଲେ ….
ଏବଂ କହିଲେ
ସାଧୁ ! …
ସାଧୁ ! .. ରାଜନ
ଏମିତି ଉତ୍ସବ ଓ ବେଦ ଆଲୋଚନା କରନ୍ତୁ ….
ରାଜା ଇନ୍ଦ୍ରଦ୍ୟୁମ୍ନ :- ଦ୍ୱାର ପାଳ ସନ୍ୟାସୀ ଙ୍କୁ ଭିତରକୁ ଆସିବାକୁ ଦିଅ ।
ମହର୍ଷି :- ହେ ମହାରାଜ ଉତ୍ସବ କରନ୍ତୁ ଏମିତି ସଂବତ୍ସର ସଂବତ୍ସର ଶତାବ୍ଦୀ ଦଶନ୍ଧି ଅର୍ବୁତ ଅର୍ବୁତ୍ତ ବର୍ଷ ରାଜ୍ୟ ଯେ ଶସ୍ୟ ଶ୍ୟାମଳା ପ୍ରଜା କୁଳ ବହୁତ ଆନନ୍ଦରେ କାଳାତିପାତ କରୁଛନ୍ତି ….
ମହର୍ଷି :- ହେ ରାଜନ ହେ ରାଣୀ ଆପଣ ଦୁଇ ଜଣ ଦୀର୍ଘାୟୁ ହୁଅନ୍ତୁ ଆପଣଙ୍କ ରାଜ୍ୟ ଏମିତି ସମୃଦ୍ଧ ଥାଉ ।
କିନ୍ତୁ ରାଜନ କେବଳ ଏତିକି କଣ ଆପଣଙ୍କ କର୍ତ୍ତବ୍ୟ ରାଜନ ! ….
ରାଜା ଇନ୍ଦ୍ରଦ୍ୟୁମ୍ନ :- ହେ ମହର୍ଷି ଆପଣ ବୁଝାଇ କୁହନ୍ତୁ ମୁଁ ବୁଝି ପାରୁନି ମୋ କେଉଁ କର୍ତ୍ତବ୍ୟ ….
ମହର୍ଷି :- ଆପଣଙ୍କ ମନରେ ଉଜ୍ଜୀବିତ ସେ ପ୍ରଶ୍ନକୁ ପଚାରନ୍ତୁ ଓ ତାର ଉତ୍ତର ଖୋଜନ୍ତୁ …
ଆପଣଙ୍କ ଦ୍ୱାରା ପ୍ରଭୁ କିଛି ନୂତନ ସୃଷ୍ଟି କରିବାକୁ କାଳେ ଚଂ।ହୁଥିବେ …
ଆପଣଙ୍କ ପରିଚୟ ଖୋଜନ୍ତୁ ଆପଣ କେବଳ ଅବନ୍ତି ରାଜା କି ଆପଣ ରାଣୀ ନୁହଁନ୍ତି
ଆପଣଙ୍କ ବିଶେଷ ପରିଚୟ ଖୋଜନ୍ତୁ ରାଜନ ….
ନିଜ ହୃଦୟକୁ ଟିକେ ପଚାରନ୍ତୁ ଆପଣଙ୍କ ଉଦ୍ଧେଶ୍ୟ କଣ ! …
ଏଇ ନଦୀର ଗତି ସୂର୍ଯ୍ୟଙ୍କ ଦିନ ରାତି କରିବା ସାଗରରେ ଜୁଆର ଆସିବା
ଚନ୍ଦ୍ର କିରଣ କାହାର ସୃଷ୍ଟି ଏ ବାୟୁ ଗତି କାହା ଯୋଗୁଁ ସମ୍ଭବ ଯିଏ ଆଖିକୁ ଦେଖାଯାଏନି ….
ଏ ସବୁ କାହାର ସୃଷ୍ଟି ତାଙ୍କୁ ଖୋଜ ରାଜନ ….
ଧେୟଃସଦା ସାବିତୃ ମଧ୍ୟବର୍ତ୍ତେ ନାରାୟଣ ସରଷିଜାସନ୍ନସ୍ନନେ ବିଷ୍ଟହଃ କେଉର୍ବାନ ମକରକୁଣ୍ଡଳବାନ ହୀରଣ୍ମୟ ବପୁ ଧୃତ ଶଙ୍ଖଚକ୍ର
ସେ ନାରାୟଣଙ୍କ ସମସ୍ତ ସୃଷ୍ଟି
ତାଙ୍କୁ ଖୋଜ ରାଜନ …
ଅନ୍ତରରୁ ଖୋଜ ନିଶ୍ଚିତ ତାଙ୍କୁ ପାଇବ ….
ଖୋଜିବା ଆରମ୍ଭ କରିଦିଅ ରାଜନ …..
ମୁ ଏବେ ଆସୁଛି ….
ସଙ୍ଗେ ସଙ୍ଗେ ଅନ୍ତର୍ଦ୍ଧାନ ହୋଇଗଲେ ମହର୍ଷି ଜଣଙ୍କ ..
ରାଜା ଇନ୍ଦ୍ରଦ୍ୟୁମ୍ନ :- କିଏ ଥିଲେ ଏ ସନ୍ୟାସୀ ଏମିତି ଖୋଜିବାକୁ କହିଗଲେ ଭଗବାନ ଶ୍ରୀ ନାରାୟଣ ଙ୍କୁ ….
ବିଦ୍ୟାପତି କୁହନ୍ତୁ ଏ କିପରି କଥା ….
ବିଦ୍ୟାପତି ଥିଲେ ଅବନ୍ତି ରାଜାଙ୍କ ମୁଖ୍ୟ ପରାମର୍ଶଦାତା ଜଣେ ବ୍ରାହ୍ମଣ କିନ୍ତୁ ଧର୍ମ ଶାସ୍ତ୍ର ଓ ବିଦ୍ୟାରେ ଥିଲେ ନିପୁଣ ..
ଏହାପରେ ସତେ ରାଜା ଇନ୍ଦ୍ରଦ୍ୟୁମ୍ନ ଚିନ୍ତମଗ୍ନ ସର୍ବଦା ଅନ୍ୟ ମନସ୍ତ କୋଉଠୁ ଖୋଜିବେ ସେ ମହର୍ଷିଙ୍କ କଥା ସର୍ବଦା କାନରେ ଗୁଞ୍ଜରିତ ହେଉଥାଏ ।
ମହର୍ଷିଙ୍କୁ ଖୋଜିବାରେ ଏଣେ ବିଦ୍ୟାପତି ବ୍ୟସ୍ତ କିନ୍ତୁ କୋଉଠି ବି ପାଇଲେ ନାହିଁ ।
ଏମିତି ରାଜନ ବିଚଳିତ ମନରେ ଥାନ୍ତି ଏଣେ ତେଣେ ବୁଲନ୍ତି ପ୍ରଭୁଙ୍କ ସନ୍ଧାନରେ ….
ଦିନେ ଏକ ସମଧୁର ବଂଶୀସ୍ଵନ ଭାସି ଆସିଲା ରାଜନ ଙ୍କ କାନକୁ ….
ରାଜନ :- ଓହୋ କି ସୁନ୍ଦର ଏ ବଂଶୀ ସ୍ଵନ ସତେ ହାତ ଠାରି ଡାକୁଛି ସେ ବଂଶୀଧାରୀ …
କିଏ ଏ ବଂଶୀ ବଜାଉଚ୍ଚ ….
କିଏ ? ମୋତେ ଦର୍ଶନ ଦିଅ …
ଏମିତି କହି କହି ରାଜନ ନଅର ବାହାରକୁ ଚାଲିଲେ ଆଗକୁ ଆଗକୁ ସେ ….
ପୁଣି ଆବିର୍ଭାବ ହେଲେ ସେଇ ମହର୍ଷି ….
ରାଜନ :- ମହର୍ଷି ପ୍ରଣାମ
ଆପଣ ଏବନ ମଧ୍ୟରେ ଆପଣ ବଂଶୀ ବଜାଉଥିଲେ …
ଆହାକି ମନୋହର …
ମହର୍ଷି :- ଶୁଣ ରାଜନ ଏ ଜଗତରେ ବଂଶୀ ଧାରୀ ଙ୍କ ଛଡା ଆଉ ଏ ବଂଶୀ ଏଭଳି କିଏ ବଜାଇ ପାରିବେନି …
ତୁମ୍ଭର ଭାଗ୍ୟ ରାଜନ ତୁମେ ଶୁଣିଲ
ସେଇ ପରମ ପୁରୁଷ ଙ୍କୁ ଖୋଜ ତାଙ୍କ କୃପା ତୁମ ଉପରେ ଅଛି ଖୋଜ
କସ୍ତୁରୀ ମୃଗ ପରି ତା ଦେହ ଗନ୍ଧକୁ ଅନ୍ୟତ୍ର ଖୋଜିଲା ପରି ଖୋଜନି ରାଜନ …
ଏହାପରେ ବିଦ୍ୟାପତି ରକ୍ଷୀ ପହଁଚିଲେ ରାଜାଙ୍କ ପାଖେ ଓ ରାଜା ନଅର କୁ ଫେରିଲେ ।
ପୁଣି ସେଇ ବଂଶୀ ସ୍ଵନ ରାଜନ ଙ୍କୁ ଶୁଭିଲା ….
ରାଜନ ରାତ୍ରିରେ ଶୟନରତ କିନ୍ତୁ ବଂଶୀସ୍ୱନ ସତେ ଡାକୁଛି ..
ରାଜନ ଉଠି ପୁର୍ନବାର ବଂଶୀସ୍ଵନ କୁ ଅନୁସରଣ କଲେ …
ଆଉ ଏମିତି ଏ ସ୍ଵନ ବିଚଳିତ କାହିଁକି କରୁଛି ….
କୁହ ମୋତେ …
କୁହ !…
କୁହ ! ….
ଶୁନ୍ୟବାଣୀ ଶୁଭିଲା …
ହେ ରାଜନ ଏ ବଂଶୀସ୍ୱନ ମୋର ମୁଁ ନିରାକାର ପୁଣି ସାକାର ତୁମ ହଜାର ବର୍ଷର ପ୍ର।ରବ୍ଧରୁ ତୁମେ ଶୁଣି ପାରୁଛ ତୁମ ଦ୍ୱାରା ଏକ ମହତ ଉଦ୍ଧେଶ୍ୟ ସାଧିତ ହେବ ତେଣୁ ଆଉ ବିଳମ୍ବ ନକରି ଅନ୍ତରକୁ ଚିନ୍ହ ଓ ଖୋଜ …
ରାଜନ:- ତୁମେ କିଏ ମୋତେ ଦେଖାଦିଅ ।
ହେ ରାଜନ ମୁଁ ନୀଳ ମାଧବ ତୁମ ଦ୍ୱାରା ଏକ ମହତ ସାଧନ ହେବ …
ରାଜନ :- ହେ ପ୍ରଭୁ ମୋ ପ୍ରଣାମ ଗ୍ରହଣ କରନ୍ତୁ ଓ କୃପାକରି ଦର୍ଶନ ଦିଅନ୍ତୁ ..
ପ୍ରଭୁ ନୀଳ ମାଧବ :- ତୁମର ସେ ସମୟ ଆସିନି ତୁମେ ମୋତେ ଦର୍ଶନ କରିବ ସମୟ ଆସିଲେ ବର୍ତ୍ତମାନ ଖୋଜ ଓ ତୁମର ଏ ବ୍ୟାକୁଳତା ମୋତେ ପାଇବାକୁ ଖୁବ ଶୀଘ୍ର ତୁମକୁ ନେଇଯିବ ।
ରାଜନ :- ହେଲେ କୋଉଠି ଖୋଜିବି ଆପଣଙ୍କୁ ..
ପ୍ରଭୁ ନୀଳ ମାଧବ :- ଖୋଜ ଖୁବ ଶୀଘ୍ର ପାଇଯିବ ମନ କୁ ନିର୍ମଳ କରିଦିଅ ଓ ଅନେକ ପଟଳ ଅଛି ତାକୁ ଉଠେଇ ସମର୍ପଣ ମନରେ ଖୋଜ ….
ଇନ୍ଦ୍ରଦ୍ୟୁମ୍ନ ….
ଏତିକି କହି ଶୁନ୍ୟବାଣୀ ବନ୍ଦ ହୋଇଗଲା ….
ଇନ୍ଦ୍ରଦ୍ୟୁମ୍ନ :- ପ୍ରଭୁ ! …
ପ୍ରଭୁ ! …
ମୂର୍ଚ୍ଛିତ ଅବସ୍ଥାରେ ଇନ୍ଦ୍ରଦ୍ୟୁମ୍ନ ….
ଇନ୍ଦ୍ରଦ୍ୟୁମ୍ନ ରାଜା :- ମହର୍ଷି ଆପଣ ….
କୁହନ୍ତୁ ମୋତେ ମୁଁ କୋଉଠି ପାଇବି ପ୍ରଭୁ ନୀଳମାଧବଙ୍କୁ ….
ମହର୍ଷି :- ରାଜା ଆପଣ ନିଜ ମନର ମାୟାପଟଳ କୁ କାଢି ଦିଅନ୍ତୁ ଓ ଖୋଜନ୍ତୁ ପ୍ରଭୁ ଏଥର ଆପଣଂକୁ ବାଟ ଦେଖେଇଦେବେ
ରାଜା ଇନ୍ଦ୍ରଦ୍ୟୁମ୍ନ କାଳ ନିରାଦ୍ଧୀ ବିପୁଳାଚ ପୃଥୀ କିନ୍ତୁ ପ୍ରଭୁ ନୀଳ ମାଧବ ସବୁ ଠୁ ଉର୍ଦ୍ଧ୍ୱେ ସେ ସବୁ ଯୁଗରେ ବିଦ୍ୟମାନ ସମୟ ହୀନ ଅତୀତରୁ ସମୟ ହୀନ ଭବିଷ୍ୟତ ଯାଏଁ ସେ …..
ତାଙ୍କ ଲୋମ ମୂଳରେ ବ୍ରହାଣ୍ଡ ମାଳମାଳ ହୋଇ ବିରାଜିତ ତାଙ୍କ ଇଚ୍ଛା ତୁମ ଦ୍ୱାରା ସାଧିତ କରିବାକୁ ଚାଂହୁଛନ୍ତି ….
ତାଙ୍କ ଶରଣାପନ୍ନ ହୁଅ ଚନ୍ଦ୍ର ସୂର୍ଯ୍ୟ ଆତଯାତ ଯାଏଁ ତୁମ ଅକ୍ଷୟ ଅମର ହୋଇଯିବ ….
ହେ ରାଜା ଖୋଜ ରାସ୍ତା ନୀଳଗିରି ପର୍ବତ ତହିଁ ନୀଳ କନ୍ଦର ତହିଁ ବିରାଜିତ ପ୍ରଭୁ ନୀଳମାଧବ …
ରାଜା ଇନ୍ଦ୍ରଦ୍ୟୁମ୍ନ :- କୋଉଠି ମହର୍ଷି …
ଆପଣ ତ ସର୍ଵଜ୍ଞାତ ମୋତେ ଭାରି ପ୍ରହେଳିକା ପରି ଲାଗେ ଏ କଥା ମୋତେ କୃପାକରି କୁହନ୍ତୁ ….
ମହର୍ଷି :- ପ୍ରଭୁ ନୀଳମାଧବ ଙ୍କ ଶରଣାଗତ ହୁଅ ସବୁକିଛି ପାଇଯିବ ….
ଯାଅ ରାଜା ଉଆସ କୁ ଯାଅ …
ଏହାପରେ ରାଜା ଫେରିଗଲେ …
ରାଣୀ ଗୁଣ୍ଡିଚା :- ମହାରାଜ ଯଜ୍ଞର ଆୟୋଜନ କରନ୍ତୁ …
ଏହାପରେ ଯଜ୍ଞ ରାଜା ରାଣୀ କଲେ …
ମହାରାଜ ରାଜସଭାରେ ସମସ୍ତ ରାଜ ପାରିଷଦ ଡକାଇ ବୈଠକ କଲେ …
ମହାରାଜ :- ଆପଣ ସମସ୍ତଂକୁ ଏକ ବିଶେଷ କାମ ପାଇଁ ଡାକିଛି ।
ପ୍ରଭୁ ନୀଳ ମାଧବ ଙ୍କ ସନ୍ଧାନ ବିଷୟରେ ବାଟ କାଢ଼ନ୍ତୁ …
ଶୁଣିଛି ଜମ୍ବୁ ଦ୍ୱୀପ ଭାରତ ବର୍ଷରେ ନୀଳଗିରିପର୍ବତ ତହିଁ ପ୍ରଭୁ ନୀଳ ମାଧବ ବିରାଜିତ ..
ଯେପରି ସୂର୍ଯ୍ୟ ଚନ୍ଦ୍ର ସାଗର ପରି ଦୃଶ୍ୟମାନ ସତ୍ୟ ପୁଣି ଅନ୍ତର୍ନିହିତ ସତ୍ୟ ଯାହା ବିଦ୍ୟମାନ କିନ୍ତୁ ଆମେ ଦେଖିନାହୁଁ ହେଲେ ସେ ଚିରନ୍ତନ ଓ ଅକ୍ଷୟ ଯେପରି ପ୍ରଭୁ ନୀଳ ମାଧବ
ତାଙ୍କୁ ପାଇବାକୁ ଯଜ୍ଞ ଆୟୋଜନ କରିଥିଲି ଏବଂ ମୁଁ ତାଙ୍କୁ ଖୋଜିବାକୁ ନିଜେ ଯିବି ଏବଂ ବିନା ସନ୍ୟ ସାମସ୍ତ ଯାନ ବାହାନ ରେ କେବଳ ଅଚଳା ଭକ୍ତି ଓ ସମର୍ପଣ ଦରକାର …
ଏବଂ ରାଜଗୁରୁ ମହାଶୟ ମନ୍ତ୍ରୀ ଭାନୁପ୍ରତାପ ଓ ବିଦ୍ୟାପତି ରାଜ୍ୟ ସମ୍ଭାଳିବେ ଏହା ମୋର ବିଶ୍ୱାସ …
ରାଣୀ ଗୁଣ୍ଡିଚା :-
” ମମ ବ୍ରତେତି ହୃଦୟଂ ଦାଦାମୀ
ଅଗ୍ନୀକୁ ସାକ୍ଷୀରଖି ଏହି ନିୟମ କରିଥିଲେ ଆପଣଙ୍କ ବ୍ରତ ମୋର ବ୍ରତ ଆପଣଙ୍କ ଚିନ୍ତା ମୋ ଚିନ୍ତା ଆପଣଙ୍କ ବାକ୍ୟ ମୋର ବାକ୍ୟ କାରଣ ପ୍ରଜାପତି ପତିପତ୍ନୀ ହିସାବରେ ଆମକୁ ଏକାଠି କରିଛନ୍ତି …
ତେବେ ମହାରାଜ ଆପଣ ମୋତେ ଛାଡ଼ି କିପରି ଏକା ପ୍ରଭୁଙ୍କସନ୍ଧାନରେ ଚାଲିଯିବେ ।
ଆପଣ ସାରା ଭାରତ ବର୍ଷ ପ୍ରଦକ୍ଷିଣ କରିବେ ମୋତେ ଯେତେ କଷ୍ଟ ହେଲେ ବି ମୁଁ କରିବି ଚାଲିଚାଲି ପାଦ ଦ୍ଵୟ ଆପଣଙ୍କ ଥକିଗଲେ ମୁଁ ସେବା କରିବି ଝୁଣ୍ଟି ପଡିଲେ ମୁଁ ରକ୍ତ ପୋଛିଦେବି ଥକି ଯାଇ ମୋ କୋଳରେ ଆପଣ ସୋଇ ପାରିବେ ।
ଆଉ ମହାରାଜ ଆପଣ ଖରା ବର୍ଷା ଶୀତ ସହି ବୁଲୁଥିବେ ମୁଁ କେମିତି ରାଜ ପ୍ରାସାଦରେ ରହିବି …
ମହାରାଜ ପ୍ରତି ମୁହୂର୍ତ୍ତରେ ଆପଣଙ୍କ ଚିନ୍ତା ଦିନ ରାତି ମୋ ସମାନ ହେଇଯିବ ଆଉ ଆପଣଙ୍କ ପାଖେ ଥିଲେ ସେ ଦୁଶ୍ଚିନ୍ତା ନଥିବ ମୋର …
ମୁ ଆପଣଙ୍କ ସହ ଯିବି ମହାରାଜ ମୋର ଏ ଅନୁରୋଧ ରଖନ୍ତୁ