ବିଧାୟକଙ୍କୁ ସମ୍ୱର୍ଦ୍ଧନା କଲେ ଛତିଆ ଟ୍ରକ ଓନର୍ସ ଆସୋସିଏସନ
ବଡ଼ଚଣା ରୁ ବେଦପ୍ରକାଶ ନାୟକ ଙ୍କ ରିପୋର୍ଟ
ଯାଜପୁର ଜିଲ୍ଲାର ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ସ୍ଥିତ ମା ମଙ୍ଗଳା ଟ୍ରକ ଓନର୍ସ ଆସୋସିଏସନ ପକ୍ଷରୁ ବଡ଼ଚଣା ବିଧାୟକ ଶ୍ରୀଯୁକ୍ତ ଅମର ନାୟକ ଙ୍କୁ ଛତିଆରେ ଥିବା ଧର୍ମଶାଳା ପ୍ରାନ୍ଥ ନିବାସରେ ସମ୍ୱର୍ଦ୍ଧନା। ଏହି ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ ମା ମଙ୍ଗଳା ଟ୍ରକ ଓନର୍ସ ଆସୋସିଏସନର ସଭାପତି ଦିଲ୍ଲୀପ କୁମାର ପ୍ରହରାଜ ଓ ସଂପାଦକ ସମରେଶ ପ୍ରହରାଜଙ୍କ ଅଧ୍ୟକର୍ତ୍ତା ରେ ଅନୁଷ୍ଠିତ ହୋଇଥିଲା। ଏବଂ ସହସଂପାଦକ ସମରେନ୍ଦ୍ର ଦାସ ଓ କୋଷାଧ୍ୟକ୍ଷ ଅରବିନ୍ଦ ବିଶ୍ଵାଳ ସହ ଛତିଆ, ସୋଲର, ପଟଣା ଅଞ୍ଚଳର ଟ୍ରକ ମାଲିକ ସଂଘର ସମସ୍ତ ସଭ୍ୟ ଉପସ୍ଥିତ ରହି ବିଧାୟକ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ୱର୍ଦ୍ଧନା ଜ୍ଞାପନ କରିଥିଲେ। ଏବଂ ବିଧାୟକ ଟ୍ରକ ମାଲିକ ସଂଘର ସମସ୍ତ ସଭ୍ୟ ଙ୍କୁ ସବୁ ସମସ୍ୟା ଉପରେ ସମାଧାନ ପାଇଁ ପ୍ରତିଶୃତି ଦେଇ କହିଥିଲେ ଯାହା ସବୁ ସମସ୍ୟା ଉପରେ ଆଲୋଚନା ହୋଇ ଯଥା ଶୀଘ୍ର ସମାଧାନ ହେବ।
