Spread the love

ରାଜ୍ୟ ରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରତିବାଦରେ, ତା ୨୯/୦୩/୨୩ ରିଖ ରୁ,୬ ଦଫା ଦାବିରେ ସତ୍ୟାଗ୍ରହ ଓ ରିଲେ ଅନଶନ ।

ରାଜ୍ୟ ରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ଆମେ, ଗତ ଜାନୁୟାରୀ ମାସରେ,୬ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର, ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ, କଟକ ଜିଲ୍ଲା ମାଜିଷ୍ଟ୍ରେଟ ଙ୍କ ଜରିଆରେ ପ୍ରେରଣ କରି, ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ପୂଣ୍ୟ ତିଥି (ତା ୩୦/୦୧/୨୩ ରିଖ) ଅବସରରେ ଏକ ପ୍ରତୀକ ଗଣ ଅନଶନ କରିଥିଲୁ ।

ଆଶା କରିଥିଲୁ ଯେ ଚିକିତ୍ସାଳୟ ର କର୍ତ୍ତୃପକ୍ଷ ସେ ଦାବି ଗୁଡ଼ିକ ସମ୍ପର୍କରେ ଅନୁଧ୍ୟାନ କରି ସ୍ବାସ୍ଥ୍ୟ ସେବା ରେ ଉନ୍ନତି ଆଣିବା ନିମନ୍ତେ ପ୍ରଯତ୍ନ କରିବେ ।

ଶ୍ରୀରାମ ଚଂଦ୍ର ଭଞ ଭେଷଜ ମହାବିଦ୍ୟାଳୟ ସମେତ ରାଜ୍ୟର ସମସ୍ତ ମେଡ଼ିକାଲ୍ କଲେଜର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ସ୍ମାରକପତ୍ର ପ୍ରଦାନ କରାଯିବା ସହ, ଶ୍ରୀରାମ ଚଂଦ୍ର ଭଞ ଭେଷଜ ମହାବିଦ୍ୟାଳୟ ର ଅଧିକ୍ଷକଙ୍କୁ ସାକ୍ଷାତ ଆଲୋଚନା ସହ ସ୍ମାରକପତ୍ର ର ଏକ କିତା ନକଲ ମଧ୍ୟ ପ୍ରଦାନ କରାଯାଇଥିଲା । ଅଧିକ୍ଷକ ଡାକ୍ତର ନିରଞ୍ଜନ ମହାପାତ୍ର ସ୍ବାସ୍ଥ୍ୟ ସେବା ପ୍ରତି ଦୃଷ୍ଟି ଦେବାକୁ ମୌଖିକ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।

ପ୍ରକାଶ ଥାଉକି ଆମ ଦାବି ଗୁଡ଼ିକ ରାଜ୍ୟ ସରକାର ଙ୍କ ସ୍ବାସ୍ଥ୍ୟ ନୀତି ସମ୍ପର୍କିତ ନଥିଲା ଯାହାକୁ ପୂରଣ କରିବା ପାଇଁ କ୍ୟାବିନେଟ୍ ର ନିଷ୍ପତ୍ତି ଅନାବଶ୍ୟକ ବୋଲି ବିଚାର କରାଯାଇପାରେ । ଦାବି ଗୁଡ଼ିକ ବିଶେଷ କରି ମେଡିକାଲ ପ୍ରଶାସନ ର ଅବହେଳା ଜନିତ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ବୋଲି ବିଚାର କରାଯାଇପାରେ, ଯାହାକୁ ପୂରଣ କରିବା ପାଇଁ ଏକ ସେବା ମୂଳକ ମାନସିକତା ର ଆବଶ୍ୟକତା ରହିଛି, ଯାହା ବିଭିନ୍ନ ମେଡ଼ିକାଲ୍ କଲେଜ, ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତଥା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକର କର୍ତ୍ତୃପକ୍ଷ ଓ ଚିକିତ୍ସା କେନ୍ଦ୍ର ପ୍ରଶାସନ ର ନାହିଁ ।

ଏଣୁ ଏକ ସ୍ମାରକପତ୍ର ଲୋକ ସ୍ବରାଜ ର ଉପସଭାପତି ପ୍ରକାଶ ଭୂୟାଁ ଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ କଟକ ଜିଲ୍ଲା ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଙ୍କୁ ଭେଟି, ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଆଜି ପ୍ରଦାନ କରାଯାଇଛି । ଏ ଦାବିପତ୍ର ମାଧ୍ୟମରେ, ଆମେ ପ୍ରତିବାଦ ସ୍ବରୂପ, ଆସନ୍ତା ତା୨୯/୦୩/୨୩ ରିଖ ଠାରୁ ରାଜ୍ୟ ର ତଥା ଦେଶର ଗାରିମା ମୟ ଚିକିତ୍ସା ବିଜ୍ଞାନ ଅନୁଷ୍ଠାନ, ଶ୍ରୀରାମ ଚଂଦ୍ର ଭଞ ଭେଷଜ ମହାବିଦ୍ୟାଳୟ ଓ ହାସପାତାଳ ର ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ସତ୍ୟାଗ୍ରହ ଓ ରିଲେ ଅନଶନ ଆରମ୍ଭ କରାଯାଇ, ଦାବି ପୂରଣ ହେବା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଚେତାବନୀ ମଧ୍ୟ ଦେଇଛୁ ।

ଏହି ପ୍ରତିନିଧି ମଣ୍ଡଳୀ ରେ ଲୋକ ସ୍ବରାଜ ର ସହ ସମ୍ପାଦିକା ମଧୁସ୍ମିତା ପଟ୍ଟନାୟକଙ୍କ ସହ, ଅନୁପମା ମଲିକ, ସଞ୍ଜୟ ଦେଓ, କେ. କ୍ରିଷ୍ଣା, ମୋହମ୍ମଦ ସନାଉଲ୍ଲା, ସାଜିଦୁର ରେହେମନ, କା୍ୟୁମ ଭାଇ, ପବିତ୍ର ମୁଦୁଲି, ପ୍ରମୁଖ ଉପସ୍ଥିତ ଥିଲେ ।

ଧନ୍ୟବାଦ ।

ସବ୍ୟସାଚୀ ମହାନ୍ତି
ସାଧାରଣ ସମ୍ପାଦକ ।
ତା ୧୭/୦୩/୨୩ ରିଖ ।

ବିଦ୍ର:
(କ).ମହାତ୍ମାଗାନ୍ଧୀ ଙ୍କ ପୂଣ୍ୟ ତିଥି ଅବସରରେ କରାଯାଇଥିବା ଅନଶନ ପରିପ୍ରେକ୍ଷୀରେ,ଗତ ଜାନୁୟାରୀ ୨୭ ତାରିଖ ରେ ପ୍ରେରଣ କରାଯାଇଥିବା ସ୍ମାରକପତ୍ର ପତ୍ର ର ନକଲ, ଦାବିପତ୍ର ସହ ସଂଲଗ୍ନ କରାଯାଇଛି ।

(କ). ଦାବିପତ୍ର ର ଏକକିତା ନକଲ ନିମ୍ନ ଲିଖିତ ପଦାଧିକାରୀ ମାନଙ୍କୁ ଦିଆଗଲା ।

୧. ମୂଖ୍ୟ ଶାସନ ସଚିବ, ଓଡ଼ିଶା ସରକାର ।

୨. ଶାସନ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଓଡ଼ିଶା ।

୩. ଅଧିକ୍ଷକ, ଶ୍ରୀରାମ ଚଂଦ୍ର ଭଞ‌
ମେଡିକାଲ କଲେଜ ଓ ହସପିଟାଲ , କଟକ ।

୪. ଅଧିକ୍ଷକ, ବିର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ଓ ହସପିଟାଲ , ବୁର୍ଲା,ସମ୍ବଲପୁର ।

୫. ଅଧିକ୍ଷକ,ଏମ୍ କେ ସି ଜି ମେଡିକାଲ କଲେଜ, ବରହମପୁର ।

୬. ଅଧିକ୍ଷକ, ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସପିଟାଲ, ବାରିପଦା ।

୭. ଅଧିକ୍ଷକ, ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲ, କୋରାପୁଟ ।

୮. ଅଧିକ୍ଷକ, ସରକାରୀ ମେଡିକାଲ କଲେଜ ଓ ହସପିଟାଲ, ବଲାଙ୍ଗୀର ।

୯. ଅଧିକ୍ଷକ, ସରକାରୀ ମେଡିକାଲ କଲେଜ ଓ ହସପିଟାଲ, ବାଲେଶ୍ଵର ।

୧୦. ମୂଖ୍ୟ ଚିକିତ୍ସାଧିକାରୀ, କଟକ ।

୧୧. ଉପ ଆରକ୍ଷୀ ଅଧିକ୍ଷକ, କଟକ ।

* ସତ୍ୟାଗ୍ରହ ସ୍ଥଳ ର କ୍ଷେତ୍ରପାଳ ତଥା କଟକ ଚୌଦ୍ଵାର ବିଧାୟକ ଶ୍ରୀଯୁକ୍ତ ସୌଭିକ୍ ବିଶ୍ବାଳ ଙ୍କୁ ମଧ୍ୟ ଦାବି ପତ୍ର ର ଏକ କିତା ନକଲ ପ୍ରଦାନ କରାଯିବ ।

Leave a Reply

Your email address will not be published. Required fields are marked *