Spread the love

*ଗରିବ ଧନୀ ମଧ୍ୟରେ ପାର୍ଥ୍ୟକ ଜାଣିବାକୁ ଯାଇ କେତେ ରାଜା ମହାରାଜା ଶେଷରେ ବାବାଜୀ ହେଇ ଜଙ୍ଗଲ କୁ ଗଲେ,କର୍ମର ବନ୍ଧନ ମହାବନ୍ଧନ,ଏହି ମହାବନ୍ଧନ ରୁ ଯେ ଦିନେ ଜଣେ କୁବେର ତାର ନିଜ ସମ୍ପତ୍ତି ବାଡ଼ି ତାଙ୍କ ଚାକର କୁ ଦେଇଦେବ ଜାଣିଲେ ଆଶ୍ଚର୍ଯ୍ୟ ଲାଗୁଛି,, କୁବେର ଜଣକ ଜ୍ଞାତସାରରେ କରିଥିବା ସ୍ବେଛାପତ୍ର କୁ ପଢି ଆତ୍ମୀୟ ମାନଙ୍କ ସହିତ ପୋଲିସ ସାମ୍ବାଦିକ ବୁଦ୍ଧିଜୀବୀ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ,,,ଘଟଣା ଟି ଘଟିଥିଲା ସୁଦୂର ଗୁଜୁରାଟ ର ରାଜକୋଟ ସହରରେ,, ଜଣେ ଥିଲେ (ଗଜରାଜ ସିଂ ଜାଡେଜା) ଯେତେବେଳେ ବୟସ 16 ମା କୁ ହରେଇଲେ,, ବାପା ପିଲାଦିନରୁ ସ୍ୱର୍ଗ କୁ ଯାଇଥିଲେ, ଜାଡେଜା ଛୋଟିଆ ଚାକିରୀ କରି ନିଜେ ବଂଚିବା ଶିଖିଲେ,, ପ୍ରାୟ ପାଞ୍ଚ ବର୍ଷ ଚାକିରୀ ଜୀବନରେ ଅନେକ ଅଭିଜ୍ଞତା ପାଇଲେ,, ତେଣୁ 21 ବର୍ଷ ବୟସରେ ନିଜେ ଛୋଟିଆ ବ୍ୟବସାୟୀ ହେଲେ,,30 ବର୍ଷ ହେଲାବେଳକୁ କାରବାର ବଡ଼ ହେଲାଣି,, ବ୍ୟାଙ୍କ ରୁ ଋଣ ଆଣି ଶୁଝିବା ସହିତ ବିଭିନ୍ନ ବ୍ୟବସାୟ ଆରମ୍ଭ କଲେ,, ଜମି କିଣି ବିକିବା ସହିତ ଅନେକ ଲାଭ ଜନକ ଅନୁଷ୍ଠାନ କରି 1970 ବେଳକୁ ଏକାଧିକ କମ୍ପାନୀ ର ମାଲିକ ହେଲେ,,ରାଜକୋଟ ସହରରେ ଏକ ବଡ଼ ପ୍ରସାଦ କିଣିଲେ ବନ୍ଧୁ ବାନ୍ଧବ ମାନେ ଵୀ ସହଯୋଗ କରୁଥିଲେ, ନିଜ ଘର କାମ ଓ ନିଜ ଅସୁବିଧା ଦୂର କରିବାକୁ ଜଣେ କନକ ଜୟଶ୍ୱାଲ (ବିନୁ) ବୋଲି ଜଣେ ଚାକର କୁ ପାଖରେ ରଖିଲେ, କାରବାର ବଢିଲା ଅନେକ ମ୍ୟାନେଜର କମ୍ପାନୀ କର୍ମଚାରୀ ମାନେ ଥିବା ସତ୍ୱେ କନକ ଥିଲା ବ୍ୟକ୍ତିଗତ ଓ ବିଶ୍ୱାସୀ,,କିଛି ଦିନ ପରେ ଜାଡେଜା କହିଲେ ଗାଁ ରୁ ପରିବାର ନେଇ ଆସି ପାଖରେ ରଖ, ଚାକର ବି ମାଲିକ କଥା ଶୁଣି ଗାଁ ରୁ ପରିବାର ନେଇଆସି ସେଇ ବଙ୍ଗଳା ରେ ରଖିଲା, ଚାକର ର ପିଲାମାନେ ଧୀରେ ଧୀରେ ବଡ଼ ହେଲେ ରାଜକୋଟ ର ନାମୀ ସ୍କୁଲ ରେ ପାଠ ପଢେଇବାକୁ ମାଲିକ କହିଲେ,, ବଡ଼ ପୁଅ ଉଚ୍ଚଶିକ୍ଷା ପାଇଁ ଲଣ୍ଡନ ବି ଗଲା, ସମସ୍ତ ଖର୍ଚ୍ଚ ଜାଡେଜା କରେଇଲେ,, ସେଇଠି ଜାଡେଜା ଙ୍କ ଭାଇ ର ପିଲାମାନେ ଇର୍ଷା କଲେ,, ଗୋଟିଏ ମୂର୍ଖ ଚାକର ର ସନ୍ତାନ କୁ ବିଦେଶ ରେ ଶିକ୍ଷା,,2010 ବେଳକୁ ଗଜରଜ ଜାଡେଜା ଙ୍କର ସମ୍ପତ୍ତି,ବେପାର,ସୁନା ବ୍ୟାଙ୍କ ବାଲାନ୍ସ,600 କୋଟିହେଲାଣି
ଅବିବାହିତ ଜାଡେଜା ଙ୍କ ନିଜର କହିଲେ ପୁତୁରା ତିନିଜଣ, ଭଉଣୀର ପିଲାମାନେ ବି ଶିକ୍ଷିତ ଓ ଅଳ୍ପ ଧନୀ କିନ୍ତୁ ଚାକର କନକ (ବିନୁ ଭାଇ)ଥିଲା ଅତି ନିଜର,, ଅସଲ ଘଟଣା ଘଟିଲା 2014 ରେ ଜାଡେଜା ଙ୍କ ଦେହ ଖରାପ ହେଲା ଏପଟେ କନକ ର ଗାଁ ରୁ ଖବର ଆସିଲା ଯେ ଗୋଟିଏ ଗାଇ ଦେବାକୁ ପଡିବ ସମ୍ପର୍କୀୟ କୁ ଯେହେତୁ ଗରିବ କନକ ଜବାବ ଦେଇଛି ତେଣୁ ଗାଇ କିଣିବ ପଇସା ଦରକାର, ମାଲିକ କୁ କହିଲା ମୋତେ ଦଶ ହଜାର ଟଙ୍କା ଦିଅନ୍ତୁ ମୁଁ ଗାଁ କୁ ଯିବି ଓ ଗାଇ କିଣି ଦେଇ ଆସିବି,, ଜାଡେଜା ଶାହବ ମନା କଲେ, କହିଲେ ମୋ ଦେହ ଭଲ ନାହିଁ ଓ ପଇସା ନାହିଁ,,, ନିରବ ରହିଲା କନକ,,, ମୂର୍ଖ ଲୋକ କନକ, ଭାବିଲା ମାଲିକ ତ ସବୁ ଦେଉଛନ୍ତି କିନ୍ତୁ ଟଙ୍କା ଦେଉନାହାନ୍ତି ଗୋଟାଏ ଗାଇ କିଣିବି ତେଣୁ ଧାର ଉଦ୍ଧାର କରି ଗାଁ ରେ ଯାଇ ଦେଇଆସେ,, ଏହା ଭାବି ଗାଁ କୁ ପଳେଇଲା,, ଓ ଭାବିଲା 40 ବର୍ଷ ହେଲା ବାବୁ ଘରେ ଅଛି ସବୁ ତ ମୋ ସଂସାର ପାଇଁ କଲେ ମୋର ଆଉ କିଛି ଦରକାର ନାହିଁ,, ସ୍ତ୍ରୀ ପିଲା ତ ମାଲିକ ଖବର ବୁଝିବେ ମୁଁ ଯାଇ ଗାଁ ରୁ ବୁଲି ଆସେ,, ଚାକର କନକ ଗାଁ କୁ ଗଲା ଠିକ ତାର ଦୁଇ ମାସ ପରେ ଗଜରାଜ ଜାଡେଜାଙ୍କ ମୁର୍ତ୍ତୃ ହେଲା,, ପରିବାର ପୁତୁରା ଝିଆରୀ ଭଉଣୀର ପିଲାମାନେ ସମସ୍ତେ ଆସି କ୍ରିୟା କର୍ମ କରି ବିରାଟ କାରବାର ଚଳେଇଲେ,,ଯେତେବେଳେ ଚାକର କନକ ଆସି ପଂହଁଚିଲା ତାକୁ ମାଲିକ ର ସମ୍ପର୍କୟ ମାନେ କହିଲେ ତୁମେ ଏଠୁ ତୁମ ପରିବାର ଧରି ପଳାଅ,, ଦୁଃଖରେ କନକ ଭାବିଲା ମୁଁ ଜୀବନ ଏଇଠି ସାରିଲି କୁଆଡେ ଯିବି,, ଭାବି ଯୁକ୍ତିତର୍କ କରିବାରୁ ତାକୁ ସେଠାରୁ ଉଠେଇନେଇ ଗୋଟିଏ ଘରେ ତାଲା ମାରି ରଖିଲେ,, କନକ ର ସ୍ତ୍ରୀ ଖୋଜିଲା ପାଇଲା ନାହିଁ,, ପୁଅ ବି ଲଣ୍ଡନ ରୁ ଆସିଲା, ଥାନା ରେ ଅଭିଯୋଗ କଲେ,, ପୋଲିସ ଘଟଣା ଟିକୁ ଗୁରୁତର ସହିତ ନେଇ ଅନୁସନ୍ଧାନ କଲେ, ଓ ଯୋଉଠି ଯୋଉ ଘରେ ରଖିଥିଲେ ସେଠାରେ ପଂହଁଚି କନକ କୁ ଉଦ୍ଧାର କଲେ,,, ଘଟଣା ବିଷୟରେ ଜାଣି ଜଣେ ସାମ୍ବାଦିକ ଆସି ଥାନାରେ ସବୁ କହିଲେ କିପରି ସେ ଓ ଜାଡେଜା ଙ୍କ ମଧ୍ୟରେ ଗୁପ୍ତ ବୈଠକ ହେଇ ଜଣେ ମାଜିଷ୍ଟ୍ରେଟ ଙ୍କ ପାଖରେ ନିଜର ସମସ୍ତ ସ୍ଥାବର ସମ୍ପତ୍ତି ସୁନା ଅଳଙ୍କାର କମ୍ପାନୀ ଗୁଡିକ ସେ ଏଇ ଚାକର କନକ ନାଁ ରେ କରିଦେଇଛନ୍ତି,,ଓକିଲ ବି ସବୁ କାଗଜ ପତ୍ର ଆଣି ଦେଖେଇଲେ ସାକ୍ଷୀ ବି ଦୁଇ ଜନ ଥିଲେ,,, ପୋଲିସ ଆସି ସମ୍ପର୍କୀୟ ମାନଂକୁ ଘରୁ ବିଦା କଲେ,,, ଓ ଚାକର କନକ ହେଲା 600 କୋଟି ଟଙ୍କାର ମାଲିକ,,, ଯାହା ଖବର ଅଛି ମାର୍ଚ୍ଚ 2015 ରେ ଏକ ଟ୍ରଷ୍ଟ କରି କନକ ପୁଅ ପାଖକୁ ଲଣ୍ଡନ ଗଲେ,, ଓ ବର୍ତମାନ ସେ ସେଇଠାରେ ରହି ଭାବୁଛନ୍ତି ଗୋଟିଏ ଗାଇ ପାଇଁ ମୋତେ ମାଲିକ ମନା କଲେ ଶେଷକୁ ସବୁ ଦେଇଗଲେ,,
*

Related Post

Leave a Reply

Your email address will not be published. Required fields are marked *

You Missed