⚜️ ଅବ୍ୟକ୍ତାଦ୍ବ୍ୟକ୍ତୟଃ ସର୍ବାଃ ପ୍ରଭବନ୍ତ୍ୟହରାଗମେ।
⚜️ରାତ୍ର୍ୟାଗମେ ପ୍ରଳୀୟନ୍ତେ ତତ୍ରୈବାବ୍ୟକ୍ତସଂଜ୍ଞକେ।
🦋 ବ୍ରହ୍ମାଣ୍ଡର ବିସ୍ମୟକର ଜାଗତିକ ଖେଳରେ, ସେଥିରେ ଥିବା ବିଭିନ୍ନ ଲୋକ ଏବଂ ସେମାନଙ୍କର ସୌରମଣ୍ଡଳ ସୃଷ୍ଟି, ସ୍ଥିତି ଓ ପ୍ରଳୟ ଚକ୍ର ମଧ୍ୟ ଦେଇ ବାରମ୍ବାର ଗତି କରିଥାଆନ୍ତି । ବ୍ରହ୍ମାଙ୍କର ଗୋଟିଏ ଦିନର ଶେଷରେ, ଯାହା ୪,୩୨,୦୦,୦୦,୦୦୦ ବର୍ଷର ଗୋଟିଏ କଳ୍ପ ଅଟେ, ମହଃ ଲୋକ ପର୍ଯ୍ୟନ୍ତ ସମସ୍ତ ସୌରମଣ୍ଡଳ ବିଲୋପ ହୋଇଯାଆନ୍ତି । ଏହାକୁ ନୈମିତ୍ତିକ ପ୍ରଳୟ (ଆଂଶିକ ପ୍ରଳୟ) କୁହାଯାଏ । ଶ୍ରୀମଦ୍ ଭାଗବତମରେ ଶୁକଦେବ ପରୀକ୍ଷିତଙ୍କୁ କହୁଛନ୍ତି, ଯେମିତି ଗୋଟିଏ ପିଲା ଦିନବେଳେ ଖେଳନାର କେତେ ଆକୃତି ଗଢିଥାଏ ଏବଂ ଶୋଇବା ପୂର୍ବରୁ ତାକୁ ଭାଙ୍ଗି ଦିଏ, ସେହିପରି ବ୍ରହ୍ମା ଜାଗ୍ରତ ହେଲେ ଏହି ବ୍ରହ୍ମାଣ୍ଡ ଓ ସମସ୍ତ ପ୍ରାଣୀ ସମୂହର ସୃଷ୍ଟି କରନ୍ତି ଏବଂ ଶୋଇବା ପୂର୍ବରୁ ସେସବୁକୁ ଲୋପ କରି ଦିଅନ୍ତି।
. ଆପଣଙ୍କ ଜୀବନ ମଙ୍ଗଳ ମୟ ହେଉ
. 🙏🙏🙏ଜୟ ଜଗନ୍ନାଥ ସ୍ବାମୀ 🙏🙏🙏