Spread the love

👉 ପୂର୍ବ ଜନ୍ମ ର ଫଳ ଅର୍ଥାତ୍ ପ୍ରାରବ୍ଧ ଫଳ 🚩

ମହାଭାରତ ଯୁଦ୍ଧର କରୁଣ ଦୃଶ୍ଯ ଦେଖି ଗାନ୍ଧାରୀ ଶ୍ରୀକୃଷ୍ଣଙ୍କୁ ଅଭିଶାପ ଦେଇ କହିଲେ,ହେ ବାସୁଦେବ ତମେ ପ୍ରଭୂ ହୋଇ ମଧ୍ୟ ଏ ଗାନ୍ଧାରୀର କୁ ଅଟକେଇବାକୁ ଚେଷ୍ଟାକଲ ନାହିଁ। ପ୍ରଭୁ ତମେ ତ୍ରିକାଳଦର୍ଶୀ ହୋଇ ମୋର ସମସ୍ତ ବଂଶ ଲୋପ କରିଦେଲ।

ଆଜି ମୁଁ ତମକୁ ଅଭିଶାପ ଦେଉଛି ମୋ ପରିବାର ଯେପରି ଆଜି ସମାପ୍ତ ହୋଇଗଲା, ତୁମ୍ଭର ସମସ୍ତ ବଂଶଧର ମଧ୍ଯ ନିଜ ନିଜ ମଧ୍ୟରେ ହଣାହଣି ହୁଅନ୍ତୁ। ତୁମ୍ଭର ବଂଶ ମଧ୍ଯ ଲୋପ ପାଇଯାଉ।

ଶ୍ରୀକୃଷ୍ଣ ସ୍ମିତହାସ ହୋଇ କହିଲେ ମା ମୁଁ ତୁମ୍ଭର ଅଭିଶାପ ସ୍ବୀକାର କଲି।ମା କିନ୍ତୁ ଏ କରୁଣ ଭୟଙ୍କର ରୂପ ପାଇଁ ମୁଁ ଦାୟୀ ନୁହଁ। ଏ ସମସ୍ତେ ନିଜ ନିଜର କର୍ମ ଫଳ ଭୋଗ କରିଛନ୍ତି।

ଗାନ୍ଧାରୀ ଅଶ୍ରୁପୂଣ୍ଣ ନୟନ ରେ ପ୍ରଶ୍ନ କଲେ,ହେ ଦେବକୀ ନନ୍ଦନ ଏ ସମସ୍ତେ ନିଜ ନିଜର କର୍ମ ଫଳ ଭୋଗ କରିଛନ୍ତ,ତା ହେଲେ ମୁଁ କାହିଁକି କଷ୍ଟ ଭୋଗ କରୁଛି।

ଶତପୁତ୍ର ଜନନୀ ହୋଇ ମୋର ପଣତ ଆଜି ଖାଲି। ମୋର ଅପରାଧ କଣ ମୁଁ କାହାର ଅମଙ୍ଗଳ କେବେ ଚାହିଁନି। ମୁଁ ମୋର ପୁତ୍ର ଦୁର୍ଯ୍ୟୋଧନ ଙ୍କୁ ବିଜୟର ଆଶୀର୍ବାଦ ଦେଇନାହିଁ। ମୁଁ ଚାହୁଁଥିଲି ଧର୍ମର ଜୟ ହେଉ। ମୋର ଅପରାଧ କ’ଣ କେଶବ।

ଶ୍ରୀକୃଷ୍ଣ ଗାନ୍ଧାରୀଙ୍କୁ କହିଲେ,ଏ ତୁମ୍ଭର ପୁର୍ନଜନ୍ମ ଫଳ ମାତା ଅର୍ଥାତ୍ ଆପଣଙ୍କ ର ପ୍ରାରବ୍ଧ ଫଳ।

ପ୍ରଭୁ ଗାନ୍ଧାରୀଙ୍କୁ ଦିବ୍ଯଚକ୍ଷୁ ଦେଇ ତାଙ୍କର ପୂର୍ବଜନ୍ମ କୁ ନେଇଗଲେ, ଗାନ୍ଧାରୀ ଗୋଟି ଗୋଟି କରି ତାଙ୍କର ପ୍ରାରବ୍ଧ ଦେଖିଲେ।

ଦୀର୍ଘ ଏକ ଶତ ପୂର୍ବଜନ୍ମ ରେ ଦେଖିଲେ ସେ ତାଙ୍କର ସାଙ୍ଗମାନଙ୍କ ସହିତ ଖେଳୁଛନ୍ତ। ସେହି ସମୟରେ ହଠାତ୍ ବର୍ଷାର ପ୍ରକୋପ ହେଲା। ସେ ଯାଇ ଗୋଟିଏ ଗଛ ତଳେ ଆଶ୍ରୟ ନେଲେ। ମଝି ମଝିରେ ଜୋରରେ ପବନ ମଧ୍ଯ ବହୁଥାଏ। ସେହି ବୃକ୍ଷ ରେ ଏକ ପକ୍ଷୀ ନୀଡ ତିଆରିକରି ଆଶ୍ରୟ ନେଇଥାଏ। କିନ୍ତୁ ପବନ ର ବେଗରେ ସେ ତାର ଡିମ୍ବ ଗୁଡିକୁ ରକ୍ଷା କରିବାକୁ ସମର୍ଥ ହୁଏ ନାହିଁ। ଗୋଟି ଗୋଟି କରି ତାର ସମସ୍ତ ଡିମ୍ବ ତଳେ ପଡିଯାଏ।

ସେହି ବୃକ୍ଷ ତଳେ ଆଶ୍ରିତ ଗାନ୍ଧାରୀ ଡିମ୍ବ ଗୁଡିକ ପାଦରେ ଦଳି ଆନନ୍ଦ ନେଉଥାନ୍ତି ଓ ସେହି ବୃକ୍ଷ ଉପରେ ଆଶ୍ରିତ ପକ୍ଷୀ ଦୁଃଖ ରେ ଭାଙ୍ଗିପଡୁଥାଏ। ଏପରି ସେ ଏକଶତ ଡିମ୍ବ ନଷ୍ଟ କରିଦେଲେ।

ଦୁଃଖିତ ପକ୍ଷୀ ତାଙ୍କୁ ଅଭିଶାପ ଦେଇ କହିଲା ମୁଁ ଯେପରି ସନ୍ତାନ ମୃତ୍ଯୁର କଷ୍ଟ ପାଇଲି,ସେ କଷ୍ଟ ତୁମେ ମଧ୍ଯ ଭୋଗକର।

ଗାନ୍ଧାରୀ ତାଙ୍କର ବର୍ତ୍ତମାନକୁ ଫେରିଆସିଲେ, ତାଙ୍କର ଅଶ୍ରୁପୂଣ୍ଣ ନୟନ କଥା କହୁଥିଲା ଓ ଭଗବାନଙ୍କୁ ଅଭିଶାପ ଦେଇଥିବା ଜିହ୍ଵା ନିଷବ୍ଧ ହୋଇଯାଇଥିଲା।ପୂର୍ବଜନ୍ମ ଦର୍ଶନ କରିଥିବା ମନ ଚିନ୍ତା କରୁଥିଲା,”କର୍ମ ଫଳ ଭୋଗ କରିବାକୁ ପଡିବ, ତାହା ଶହେ ଜନ୍ମ ପୂର୍ବର ହୋଇଥାଉନାକାହିଁକି।।

ଆମେ ଆମ ପୂର୍ବ ଜନ୍ମ ର ଫଳ ତ ପରିବର୍ତ୍ତନ କରିପାରିବା ନାହିଁ। କିନ୍ତୁ ଏ ଯେଉଁ ଦୁର୍ଲଭ ମନୁଷ୍ୟ ଜନ୍ମ ମିଳିଛି ତାର ସଦୁପଯୋଗ ନିଶ୍ଚିତ କରିପାରିବା ।

ସତ୍ କର୍ମ, ସତ ଚିନ୍ତନ , ସଭିଙ୍କ ପ୍ରତି ସତ୍ ଭାବନା ଓ ଶ୍ରଦ୍ଧା ସହିତ ସଭିଙ୍କ ଭିତରେ ସେହି ପରମପିତା ଙ୍କର ଅନୁଭବ କରିବା ।ଭଗବତ କଥା ଶ୍ରବଣ , ଚିନ୍ତନ ,ମନନ ଓ କୀର୍ତ୍ତନ ଦ୍ଵାରା ନିଜେ ଉଦବୁଦ୍ଧ ହୋଇ ସଂସାରକୁ ଭଗବତମୟ କରିବାକୁ ଚେଷ୍ଟା ଜାରି ରଖିବା ।

ଅମୃତମୟ ଭାଗବତ ବାଣୀ କୁ ନିଜ ଜୀବନ ର ପ୍ରେରଣା କରି ଏହି ଶିଥିଳ ଶରୀରକୁ ପ୍ରାଣବନ୍ତ କରିବା ।

*ବେଗେ ମରଣ ମୁଖରୁ ତର,
ମନୁଷ୍ୟ ଜନ୍ମ ନୋହେ ଚିର* ।।

ଏବେବି ବିଳମ୍ବ ହୋଇନାହିଁ। ସଭିଏଁ ଭଗବତ ପ୍ରେମରେ ଉଦବୁଦ୍ଧ ହୋଇ ସେହି ପରମ ପ୍ରେମମୟ ପୁରୁଷ, ଆନନ୍ଦକନ୍ଦ ସଚ୍ଚିଦାନନ୍ଦ ଭଗବାନ ଙ୍କର ଶ୍ରୀଚରଣରେ ଶରଣ ଯିବା ।

ସଂସାରରେ ସମସ୍ତ କର୍ମ କର୍ତ୍ତବ୍ୟ ପରେ ବି ଭଗବତ ଚିନ୍ତନ କରି ନିଜର ଆତ୍ମ ସନ୍ତୋଷ ନିମିତ୍ତ ନିଶ୍ଚିତ ସମୟ ଦେବା ନିଜକୁ …. ସଭିଙ୍କୁ ବହୁତ ବହୁତ ଭଲପାଇବା….ହରେକୃଷ୍ଣ…. ହରେକୃଷ୍ଣ…

#ଭଗବତକଥା 🌹🙏
ଓଁ ନମୋ ଭଗବତେ ବାସୁଦେବାୟ 🙏

Leave a Reply

Your email address will not be published. Required fields are marked *