୨୩ ବର୍ଷର ସ୍ୱପ୍ନ ହେବ ସାକାର। ବଲାଙ୍ଗୀର ବାସୀଙ୍କ ଲାଇଫଲାଇନକୁ ମିଳିବ ଲାଇଫ। ଉଦଘାଟିତ ହେବ ବଲାଙ୍ଗୀର ଲୋୟର ସୁକତେଳ ପ୍ରକଳ୍ପ। ଯାହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋୟର ସୂକତେଲ ଡ୍ୟାମ ଠାରେ ପ୍ରକଳ୍ପର ଉଦଘାଟନ ସହ ୨୦ ହଜାର ଲୋକଙ୍କୁ ଦେବେ ମୁଖ୍ୟମନ୍ତ୍ରୀ ଉଦବୋଧନ। ସେପଟେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି!.
ସୂଚନା ଥାଉକି , ବୁଧବାର ଦିନିକିଆ ବଲାଙ୍ଗୀର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆବର୍ଷରେ ବଲାଙ୍ଗୀର ବାସୀଙ୍କୁ ନୂଆ ଉପହାର ସ୍ୱରୂପ ତାଙ୍କ ଲାଇଫଲାଇନ ପ୍ରକଳ୍ପକୁ ଭେଟି ଦେବେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରରୁ ବଲାଙ୍ଗୀର ତୁଷୁରା ଏୟାର ଷ୍ଟ୍ରିପରେ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଲୋୟର ସୁକତେଲ ପ୍ରକଳ୍ପ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲେଇ କଣ୍ଟ୍ରୋଲ ରୁମ ଠାରେ ପ୍ରକଳ୍ପ କୁ ନେଇ ପ୍ରସ୍ତୁତ ଡେମୋ ଦେଖିବେ!.
ସେଠାରୁ ୧୧.୫୦ ରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମ ମଞ୍ଚସ୍ଥଳକୁ ଯିବେ ମୁଖ୍ୟମନ୍ତ୍ରୀ। ସେଠାରେ ବିଧିବଦ୍ଧ ଭାବରେ ପ୍ରକଳ୍ପକୁ ଉଦଘାଟନ କରିବେ। ୨୭୨୩ କୋଟି ଟଙ୍କା ବ୍ୟୟ ନିର୍ମାଣ ହୋଇଥିବା ଲୋୟର ସୁକତେଲ ପ୍ରକଳ୍ପ ସହ ୨୫ ଶହ କୋଟିର ଅନ୍ୟ ପ୍ରକଳ୍ପ ଗୁଡିକର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ। ତା ସହ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧ ଦେବେ!.
ପରେ ୧୨.୩୫ ସମୟରେ ପୁଣି କାର୍ଯ୍ୟକ୍ରମ ସ୍ଥଳରୁ ହେଲିକ୍ୟାପ୍ଟର ଯୋଗେ ଆକାଶ ମାର୍ଗରୁ ପ୍ରକଳ୍ପ ଦେଖିବା ପରେ ପ୍ରକଳ୍ପ ଆସ୍ଥାୟୀ ହେଲିକ୍ୟାପ୍ଟର ଯାଇ ସେଠାରେ ହେଲିକପ୍ଟର ଯୋଗେ ତୁଷୁରା ଜେଇ ସେଠାରୁ ଭୁବନେଶ୍ୱର ଫେରିବା କାର୍ଯ୍ୟକ୍ରମ ରହିଛି। ୧୯୯୯ ମହିସାରୁ ପ୍ରକଳ୍ପ କୁ ଅପେକ୍ଷା କରିହିବା ଜନସାଧାରଣର ସ୍ୱପ୍ନ ପୂରଣ ହେବ। ଏହି ପ୍ରକଳ୍ପ ପାଇଁ ଜିଲ୍ଲାର ୨୯ ଟି ଗାଁ ବିସ୍ଥାପିତ ହୋଇଛନ୍ତି!.
୨୦୦୩ ରେ କାମ ଆରମ୍ଭ ହୋଇ ବିରୋଧ ହୋଇ ବନ୍ଦ ହୋଇଥିଲା। ଯାହାକି ବିସ୍ଥାପିତ ଙ୍କ ଆନ୍ଦୋଳନ ପାଇଁ। ପୁଣି ୨୦୧୩ ରେ ଏହି ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। ବିସ୍ଥାପିତ ଙ୍କ ବିରୋଧ ସହ ବହୁ ସମସ୍ୟା ସୃଷ୍ଟି ହୋଇଥିଲା। ୧୪୪ ଧାରା ଲଗାଇ ମଧ୍ୟ କାମ କରିବାକୁ ପଡିଥିଲା। ଏତେ ବାଧାବିଘ୍ନ ଭିତରେ ଏବେ ସମ୍ପୁର୍ଣ୍ଣ ରୂପ ନେଇ ଲାଇଫ ପାଇବ ଲାଇଫ ଲାଇନ!.