ହେ ସର୍ବଶକ୍ତିମାନ ଭଗବାନ, ମୁଁ ଧନ ସଂଚୟ କରିପାରିଲିନାହିଁ, ସୁନ୍ଦରୀ ନାରୀ କୁ ବିଭା ହେଇପାରିଲିନାହିଁ, ମୁଁ ମୋର ପରିବାର ବିଷୟରେ ଜାଣିପାରିନାହିଁ, ମୁଁ କେବଳ ଜନ୍ମ ଜନ୍ମାନ୍ତର ଆପଣଙ୍କର ଅହେତୁକ ଶକ୍ତି ବିଷୟରେ ଜାଣିପାରିଲି,,, ଏହା ଥିଲା ଏକ ବକ୍ତ୍ୟବ ଜଣେ ଜେଲଫେରନ୍ତ 77 ବର୍ଷ ବୃଦ୍ଧ ଙ୍କର,, ଯିଏ 54 ବର୍ଷ ଜେଲ ଦଣ୍ଡରେ ରହିଥିଲେ,,, ଘଟଣା ଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ,,, ଆଜି ପୁଣି ଆଉ ଏକ ସତ୍ୟ କାହାଣୀରେ ସମ୍ପୂର୍ଣ ସତ୍ୟ ଜାଣିବେ, ଦୋଷ କାହାର ସେକଥା ଆଜିର ପ୍ରଶ୍ନ ନୁହେଁ,, ପ୍ରଶ୍ନ ସେ ବୃଦ୍ଧଙ୍କର ଚିନ୍ତନ ଯାହା ସେ ଜଣେ ସାମ୍ବାଦିକଙ୍କ କୁ ଜେଲରୁ ବାହାରିଲା ପରେ କହିଥିଲେ,, ସେ ଇଶ୍ଵର ଙ୍କୁ ଦୋଷୀ କରିଥିଲେ,,, କାହାଣୀ ଆମ ଦେଶର, ଆସାମ ରାଜ୍ୟର,, ଆସାମୀ ନାଁ (ମାଚାଲ ଲାଲୁ) ଆସାମର ଗୌହଟି ଠାରୁ ମାତ୍ର 60 କିଲୋମିଟର ଦୂର ପାହାଡି ଜଙ୍ଗଲୀ ଗାଁ (ସେଲସନ) ର,, ଦେଶ ସ୍ୱାଧୀନ ହେବାର ମାତ୍ର ତିନି ବର୍ଷ ପରେ 1950 ମସିହାରେ ଲାଲୁ କାହା ସହିତ କିଛି ଗଣ୍ଡଗୋଳ କରିଥିବା ଖବର ମିଳେ ନିକଟସ୍ଥ ଥାନା ରେ, ପୋଲିସ ବି ଖୋଜନ୍ତି ଲାଲୁ କୁ,, ଲାଲୁ କିନ୍ତୁ ଜାଣିନି ଜଙ୍ଗଲ ରେ ବୁଲୁଚି,, ଆଦିବାସୀ ପିଲା ବୟସ 24 ବର୍ଷ,, ପୋଲିସ ଭାବିଲେ କୁଆଡେ ଫେରାର ହେଇଗଲାଣି,, ଏମିତି ଏକ ବର୍ଷ ଗଲା,, ଲାଲୁ ଗାଁ ରେ ଆସି ଜଙ୍ଗଲୀ କାଠ ଓ ଜଙ୍ଗଲି ପଦାର୍ଥ କିଣା ବିକା କରୁଛି,,, ସବୁ ଠିକ ଠାକ ଥିଲା ବେଳେ ପୋଲିସ ଆସି ତାଙ୍କ ଗାଁ ରେ ଖୋଜିଲେ,, ତା ପରଦିନ ନିଜେ ଥାନାକୁ ଗଲା, ପୋଲିସ ପଚାରିଲେ କାହିଁକି ସେ ପିଲାକୁ ପିଟିଲୁ ତାର ମୁଣ୍ଡ ଫଟେଇ ଜଙ୍ଗଲ ରେ ଯାଇ ବୁଲୁଛୁ, ଏବେ ଜେଲ ଯିବୁ,, ଲାଲୁ ତାର ସଫେଇ ଦେଲା ଯାହା ଯାହା ଘଟିଥିଲା ସାତ ମାସ ପୂର୍ବରୁ, ପୋଲିସ କିଂତୁ ଶୁଣିବାକୁ ନାରାଜ, ଏତେ ଦିନେ ଧରାପଡ଼ିଛି ପୁଣି କୁଆଡେ ପଳେଇବ ଆଡ଼ ପାଗେଲିଆ,,, ଦଫା IPC 326 ଲଗେଇ ଜେଲରେ ପୁରେଇଲେ,, ଫେବୃଆରୀ 1951 ରେ,,, ଜେଲରେ ଯାଇ ବାଉଳା ଚାଉଳା ହେଇ ଗପିଲା ସାଥି କଏଦୀ ମାନଙ୍କ ସାଙ୍ଗରେ,,, ଜେଲ ପ୍ରଶାସନ ଭାବିଲେ ୟାକୁ ପାଗେଲା ମେଡିକାଲ ରେ ରଖିବାକୁ ପଡିବ,, ତେଣୁ ଜେଲ ତରଫରୁ ଲାଲୁ ଗଲା ମେଣ୍ଟାଲ ହସ୍ପିଟାଲ,,, ଗୌହଟି ମେଣ୍ଟାଲ ହସ୍ପିଟାଲ ରେ ରହିଲା 16 ବର୍ଷ,,, ଆଡମିଟ କରିଥିଲେ ଜେଲ ପୋଲିସ, ଲାଲୁ କିନ୍ତୁ ମେଡିକାଲ ରେ ରହିବା ଏକ ବର୍ଷ ପରେ ବୁଲିଲା ବଜାର ଘାଟରେ,,, ଦିନ ସାରା ବୁଲୁଥିବ ଠିକ ଖାଇବା ସମୟରେ ଆସି ମେଡିକାଲ ରେ ଖାଦ୍ୟ ଖାଇ ହସ୍ପିଟାଲ କାମରେ ଲାଗିବ, ଯାହାକୁ ଯାହା ଦରକାର ମେଡିକାଲ ରେ ଆଣି ଦେବ,, ଏହିପରି 16 ବର୍ଷ ପରେ 1967 ରେ ଜେଲ ପ୍ରଶାସନ ତରଫରୁ ଏକ ତଦାରଖ ହେଉଥାଏ,,କୋଉ କଏଦୀ କେମିତି ଅଛି,,ସେତିକିବେଳେ ଜେଲ ରେଜିଷ୍ଟର ରେ ଲାଲୁ ନାଁ ବାହାରିଲା ଯେ ଜଣେ ମାଚାଲ ଲାଲୁ ଯାଇଛି ମେଡିକାଲ 16 ବର୍ଷ ହେଲାଣି ତାର କଣ ହେଲା,,,ଜେଲ ଷ୍ଟାଫ ଆସିଲେ ମେଡିକାଲ, ଡାକ୍ତର ଙ୍କୁ ପଚାରି ବୁଝିଲେ,,, ଜଣେ ନୂଆ ଡାକ୍ତର ଆସିଥିଲେ, ସେ ମେଡିକାଲ ର ତଳ ଷ୍ଟାଫଙ୍କୁ ପଚାରିଲେ,,,,, ଅନ୍ୟ ଷ୍ଟାଫ କହିଲେ ଜଣେ ଅଛି ଯେ କେବେଠାରୁ ରହୁଛି, ଲାଲୁ ଙ୍କୁ ଖୋଜାଗଲା, ଲାଲୁ ଆସି ପଂହଁଚିଲା, ଡାକ୍ତର ରିପୋର୍ଟ ଦେଲେ ସେ ସମ୍ପୂର୍ଣ ସୁସ୍ଥ,, କେବେ ଲାଲୁ ମାନସିକ ରୋଗୀ ନଥିଲେ,,, ଜେଲ ପୋଲିସ ଲାଲୁ କୁ ଆଣିଲେ ମେଡିକାଲ ରୁ, ଏବେ ରହିଲା ଜେଲରେ,, ସେତେବେଳେ କୁ ଲାଲୁ ର ବୟସ 41 ବର୍ଷ ହେଲାଣି,,, ଏହିପରି କେତେବେଳେ ଲାଲୁର ବୟସ 77 ହେଇଗଲାଣି ସେ ନିଜେ ଜାଣିନି କି ଜେଲ ପ୍ରଶାସନ,,, କେବେ ତାଙ୍କର ଟ୍ରାଏଲ ହେଇନି କୋଉ କୋର୍ଟରେ, ନାଁ କିଏ ଖୋଜିବାକୁ ଆସିଛି ଲାଲୁକୁ,, ଘଟଣା ଟି ପର୍ଦାଫାଶ କଲେ ଜଣେ ସାମ୍ବାଦିକ, 2005 ରେ ସଖାଳୁ ଚା ଖଟିରେ ସାମ୍ବାଦିକ ମାନେ ବସିଥାନ୍ତି, ନିଜ ନିଜ ରିପୋର୍ଟିଂ ବିଷୟରେ ଆଲୋଚନା ଚାଲୁଥାଏ,, ସେଇ ସମୟରେ (ବୋରା) ବୋଲି ଜଣେ ବ୍ୟକ୍ତି ଚା ଖଟିରେ ମିଶିଲେ ସେ ବି ଆଦିବାସୀ ଲୋକ,, ଓ ଲାଲୁ ଙ୍କ ଏରିଆର,, ସେ ସେତେବେଳେ ସେଇ ମେଣ୍ଟାଲ ମେଡିକାଲ ରେ ଲାଲୁ କୁ ଦେଖିଥିଲେ, ଓ ପରେ ଲାଲୁ କୁ ଜେଲରେ ଭେଟିଥିଲେ ସମସ୍ତ କଥା ସାମ୍ବାଦିକ ଙ୍କୁ କହିଲେ କିପରି ସେ ଜେଲରେ ରହିଲେଣି 54 ବର୍ଷ ହେବ,,, ସାମ୍ବାଦିକ ଆଶ୍ଚର୍ଯ୍ୟ ହେଇ ଗଲେ ଜେଲ,, ସେଠାରେ ଭେଟିଲେ ଲାଲୁଙ୍କ ସାଙ୍ଗରେ,, ସମସ୍ତ ତଥ୍ୟ ନେଇ ସାମ୍ବାଦିକ ନିୟୁଜ କଲେ,,, ସାଙ୍ଗରେ ମିଶିଲେ ଅନେକ ସାମ୍ବାଦିକ ଓ ମାନବାଧିକାର କର୍ମୀ,,, ଏପଟେ ପୋଲିସ ଓ ଜେଲ ପ୍ରଶାସନ ଲାଲୁ ର ଫାଇଲ ଖୋଜିବାରେ ବ୍ୟସ୍ତ,, କିନ୍ତୁ କିଛିବି ମିଳୁନି,, ଖାଲି ଏକ ଥାନା କପି ଅଛି,, ଆଉ କିଛି ନାହିଁ,, ସେ କେଶ ର IO କିଏ ଥିଲେ ଓ ଚାର୍ଜସିଟ ବି ନାହିଁ,,, କରିବେ କଣ,,, ଏପଟେ ସାମ୍ବାଦିକ ଓ ମାନବାଧିକାର କର୍ମୀ ସିଧା ଚିଠି ଲେଖିଲେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଙ୍କୁ,, ମୁଖ୍ୟ ବିଚାର ପତି ଅନୁସନ୍ଧାନ କରିବାକୁ ଅର୍ଡର ଦେଲେ ଆସାମ ମୁଖ୍ୟ ହଇକୋର୍ଟ କୁ,,, ହାଇକୋର୍ଟ ବି ଉତ୍ତର ଦେଲେ ଅଭିଯୋଗ ପୁରା ଠିକ,ମାନ୍ୟବର ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଅର୍ଡର ଦେଲେ ଯେତେ ଶୀଘ୍ର ଲାଲୁ ଙ୍କୁ ବାହାର କରନ୍ତୁ ମାତ୍ର ଏକ ଟଙ୍କା ଫାଇନ ନେଇ,, ନଚେତ ପୁରା କେଶ ଇନଭେଷ୍ଟ କରିବାକୁ ଅର୍ଡର ଦିଆଯିବ, ଏତିକି ଶୁଣି ମାତ୍ର ଏକ ଟଙ୍କା ବିନିମୟରେ ଲାଲୁ ବାହାରିବା ପୂର୍ବ ଦିନ କୋର୍ଟ ତରଫରୁ ଆଉ ଏକ ନିର୍ଦେଶ ଆସିଲା ଲାଲୁ କୁ ଆସାମ ସରକାର ଦେବେ 3 ଲକ୍ଷ୍ୟ ଟଙ୍କା,, ଓ ଯେତେଦିନ ବଂଚିବ, ମାସିକ ଏକ ହଜାର ଟଙ୍କା ପେନସନ,,,, ଲାଲୁ ବାହାରି ଗଲେ ଜେଲରୁ ସିଧା ତାଙ୍କୁ ନିଆଗଲା ତାଙ୍କ ଗାଁ କୁ,, ସେଠାରେ ଆଉ କେହି ଜୀବିତ ନଥିଲେ, କେବଳ ତାଙ୍କର ଏକ ପୁତୁରା ଥିଲେ ଯାହାକୁ ଲାଲୁ କେବେ ଦେଖିନଥିଲେ,,, ସେଇଠି ରହିଲେ ପୁତୁରା ପାଖରେ,, ପୁତୁରା ତାଙ୍କର ଖବର ବୁଝିଲା,,, ଠିକ ତାର ଦୁଇବର୍ଷ ପରେ ଏକ ବେମାରୀରେ ଲାଲୁଙ୍କ ମୁର୍ତ୍ତୃ ହେଇଥିଲା,,,ଯାହା ଖବର ଅଛି ଲାଲୁ ମେଳାପୀ ଥିଲେ ସମସ୍ତଙ୍କ ଆତ୍ମୀୟ ଥିଲେ,, ତେଣୁ ଆଧ୍ୟାତ୍ମିକ ମାର୍ଗରେ ସେ ପ୍ରକୁତ ଇଶ୍ଵର ଙ୍କ ଭକ୍ତ ଥିଲେ,ଇଶ୍ଵର କୁହନ୍ତି ଯିଏ ଯୋଉଠି ଥାଉ ଭୌତିକ ଶରୀର ରେ ଯଦି ତୃପ୍ତି ନାହିଁ ତେବେ ଶାନ୍ତି କୋଉଠୁ ଆସିବ,, ହୁଏତ ଲାଲୁ ଅନେକ ଖୁସି ଥିଲେ,, ନିଜେ କିଛି ଜାଣିପାରୁନଥିଲେ,,, ଯେ ସେ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି, ଜଣାପଡେ ତାଙ୍କ ବକ୍ତ୍ୟବ ଯାହା ସେ ସାମ୍ବାଦିକ ମାନଙ୍କ ପ୍ରଶ୍ନ ରେ କହିଥିଲେ,,,
