ସ୍ୱାଧୀନ ଭାରତରେ ଏମିତି ଏକ ସତ୍ୟ ଘଟଣା ଘଟିଥିଲା ଯାହାକୁ ଭାବିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ୱାଭାବିକ, କାରଣ ପୋଲିସ ପାଇଁ ଥିଲା ଚାଲେଞ୍ଜ, ଘଟଣା ଟି ଘଟିଥିଲା ବିହାର ର ପାଟନା ରେ, ଅକ୍ଟୋବର 21,2016 ମସିହାରେ,, ଜଣେ ଦିଲ୍ଲୀ ର ଥିଲେ ପ୍ରସିଦ୍ଧ ମାର୍ବଲ ବ୍ୟବସାୟୀ,ଦିଲ୍ଲୀ ର ବଦରପୁର ଅଞ୍ଚଳରେ ତାଙ୍କର ବଡ଼ କାରବାର, ବିଭିନ୍ନ ରାଜ୍ୟରେ ମାର୍ବଲ ସପ୍ଲାୟ ଅଧିକାଂଶ ସରକାରୀ କଣ୍ଟ୍ରାକ୍ଟ, ତାଙ୍କ ପାଖକୁ ଏକ ଫୋନ ଆସିଲା ବିହାର ର ପାଟନା ରୁ,, ଫୋନ କରୁଥିଲେ ଜଣେ ଗୋପାଳ ଗୋୟଲ, କହିଲେ ସେ ଜଣେ ମଧ୍ୟସ୍ଥି ବିହାର ସରକାରୀ କାମ ଯୋଗେଇଥାନ୍ତି, ପରିଚିତ ହିସାବରେ କହିଲେ ପୁଳାଏ ଲୋକଙ୍କ ନାଁ,, 200 କୋଟି ଟଙ୍କାର କାମ ଦିଆଯିବ, ଓ ରୋଜଗାର ହେବ 50 କୋଟି,, କମିଶନ 20 କୋଟି ଦେବାକୁ ପଡିବ,,ମାର୍ବଲ ମାଲିକ ଭାବିଲେ ନିଶ୍ଚିତ ଏକ ବଡ଼ କାମ ଆସିଲା, ସେ ତାଙ୍କ ଦୁଇ ପୁଅ ସୁରେଶ 40 ବର୍ଷ ଓ କପିଲ 36 ବର୍ଷ,, ଙ୍କୁ ସମସ୍ତ ବିଷୟ କହି ପ୍ଲାନ କରିବା ଆରମ୍ଭ କଲେ,, ଓ ଖବର ନେଲେ ପାଟନା ରୁ କି ପ୍ରକୁର୍ତ୍ତ ସତ ନାଁ ମିଛ,, ପାଟନା ର ସାଥି ମାର୍ବଲ ଦୋକାନୀ କହିଲେ ପୁରା ଠିକ,, ସରକାର ଙ୍କ କାମ ହେବ ତେଣୁ ସରକାର ଙ୍କ ମଧ୍ୟସ୍ଥି ଜରିଆରେ କରୁଛନ୍ତି, ଓ ବାହାରୁ ଆଣିବେ ମାର୍ବଲ,,ଦିଲ୍ଲୀର ମାର୍ବଲ ଦୋକାନୀ ମନେ ମନେ ଭାବିଲେ ଯିବାକୁ ପଡିବ ପାଟନା,, ନିଜେ ଫୋନ କଲେ ଗୋୟେଲ ବାବୁଙ୍କୁ, ଗୋୟଲ ବାବୁ ବି ପ୍ଲେନ ଟିକେଟ ନିଜ ପଇସାରୁ କରେଇଦେଲେ,, ଦୁଇ ପୁଅଙ୍କୁ ପଠେଇଲେ ପାଟନା,, ଅକ୍ଟୋବର 21 ତାରିଖ ଦିନ 4,30 ରେ ଦିଲ୍ଲୀ ରୁ ଉଡ଼ାଜାହାଜ ରେ ଦୁଇପୁଅ କପିଲ ଓ ସୁରେଶ ଆସି ପଂହଁଚି ଗଲେ ପାଟନା ଏଆର ପୋର୍ଟ ରେ,, ବାହାରକୁ ଆସି ସୁଇଚ ଅଫ ଥିବା ନିଜ ମୋବାଇଲ ଖୋଲିଲେ ଏକ ମ୍ୟାସେଜ ଥିଲା, ଅଜିତ ନାମରେ ଜଣେ ଡ୍ରାଇଭର ଏକ ସ୍କ୍ରପିଓ ଗାଡ଼ିରେ ଅପେକ୍ଷା କରିଛନ୍ତି, ଅଜିତ ର ମୋବାଇଲ ନଂ ବି ଥିଲା,, ସୁରେଶ ଫୋନ କଲେ,, ଡ୍ରାଇଭର ଅଜିତ ବି ଆସି ପଂହଁଚିଗଲା,, ଯେହେତୁ ସୁରେଶ ଓ କପିଲ ପାଟନା ରେ ନୂଆ ଥିଲେ, ଦୁଇଘଣ୍ଟା ଗାଡି ବୁଲେଇ ବୁଲେଇ ରାତି ସାତଟା ବେଳକୁ ଏକ ନିର୍ଜନ ସ୍ଥାନରେ କହିଲା ଅଜିତ ଏଇଠି ରୁହନ୍ତୁ ବାବୁ ଆସିବେ,, ଜଣେ ଆସି ହ୍ୟାଣ୍ଡସେକ କରି ନିମନ୍ତ୍ରଣ କରି କହିଲେ ମୋ ସାଙ୍ଗରେ ଚାଲନ୍ତୁ ଫାର୍ମ ହାଉସ,, ସେତେବେଳକୁ ପାଟନା ରୁ ଶହେ କିଲୋମିଟର ଦୂରରେ ଏକ ଜଙ୍ଗଲ ରେ ଏକ ପରିତ୍ୟକ୍ତ କୋଠା ଘରେ ନେଇ ଦୁଇ ଭାଇ ଙ୍କୁ କହିଲେ କିଛି ଅସୁବିଧା ନାହିଁ ଆପଣ କିଡ଼ନପିଙ୍ଗ ହେଇ ଯାଇଛନ୍ତି,, ଚୁପ ଚାପ ରୁହନ୍ତୁ,, ଦୁଇ ଭାଇ ଭାବିଲେ କି ଭୁଲ କଲେ ଅର୍ଥ ଲୋଭରେ ପଡି ଜୀବନ ବି ଯାଇପାରେ,, ସେପଟେ ନକଲି ଗୋୟଲ ଫୋନ କଲେ ଦୁଇଭାଇଙ୍କ ବାପାଙ୍କୁ, ପାଞ୍ଚ କୋଟି ଟଙ୍କା ଆଣ ପୁଅ କୁ ନେଇଯାଅ, ନଚେତ ଆମେ ମାରିଦେବୁ,, ବଡ଼ ଚିନ୍ତାରେ ପଡି ପୁରା ପରିବାର ଚାଲିଲେ ପାଟନା,, ସେଠାରେ ପଂହଁଚି ନିଜ ଚିଂହା ଲୋକଙ୍କୁ ସମସ୍ତ ଘଟଣା କହିଲେ, ନିଷ୍ପତ୍ତି ହେଲା ପୋଲିସ ଙ୍କୁ ଜଣେଇବା,, FIR ବି ପାଟନା ରେ କଲେ,, SSP ଙ୍କୁ ଦେଖା କଲେ,, ପୁରା ପୋଲିସ ଡିପାର୍ଟମେଣ୍ଟ ବି ସଜାଗ ହେଲେ, ଖୋଜା ଚାଲିଲା ମୋବାଇଲ ସର୍ଭେଲାନ୍ସ,, କିଏ କୋଉଠି ରହି କରୁଛି,, ଦୁଇ ଦିନ ଭିତରେ ଜଣା ପଡିଲା ପାଟନା ରୁ ଶହେ କିଲୋମିଟର ଦୂର ଲେଖେସରାୟ ଏକ ଜାଗା ଅଛି ପୁରା ଜଙ୍ଗଲ ନକ୍ସଲ ଏରିଆ,,, ତେଣୁ ଘନ ଘନ ଗୁପ୍ତ ମିଟିଙ୍ଗ ହେଲା,, ସ୍କ୍ୱାଡ଼ ତିଆରି ହେଲା, ପାଖା ପାଖି ଦେଢ଼ ସହ ପୋଲିସ କର୍ମୀ ଙ୍କୁ ନେଇ ତିଆରି ହେଲା ଅପରେସନ,, ପ୍ରଥମେ 50 ଜଣ ଏକ କଣ୍ଟ୍ରାକ୍ଟର ଗ୍ରୁପରେ ଜଙ୍ଗଲ ରେ ପଶିଲେ ପୁରା ଲେବର ଚେହେରା,, ତମ୍ବୁ ତିଆରି ହେଲା ପୁରା ଯନ୍ତ୍ର ପଟା ଅଛି ମାଟି ଖୋଳା ହେବ,, କିନ୍ତୁ ତଦନ୍ତ ଥିଲା ନିଆରା,,, ପାଖରେ ଥିଲା ସମସ୍ତ ଅସ୍ତ୍ର,, ମାର୍ବଲ ବ୍ୟବସାୟୀ ଭାଇ ଙ୍କୁ ଖୋଜି ବାହାର କରିବାକୁ ପଡିବ,, ନିର୍ଦେଶ ଥାଏ ଦରକାର ପଡିଲେ ସିଧା ଏନକାଉଣ୍ଟର,, ତା ପରଦିନ ଆଉ ଦଳେ ପିକନିକ କରିବାକୁ ଆସିଲେ ସେଇ ଜଙ୍ଗଲ ଭିତରକୁ ପୁରା ବସରେ ଗାନା ଓ ଡ୍ୟାନ୍ସ ଚାଲିଛି,, ଏମାନେ ବି ପୋଲିସ ସ୍କ୍ୱାଡ଼, ସମସ୍ତେ ନକ୍ସଲ ଦମନରେ ସିଦ୍ଧହସ୍ତ,,, ଠିକ ଜଙ୍ଗଲ ର ଭିତରେ ପାଞ୍ଚ କିଲୋମିଟର ପଦଯାତ୍ରା ପରେ ଏକ ପରିତ୍ୟକ୍ତ ଘରେ ଦୁଇ ଭାଇ ଙ୍କୁ ହାତ ବନ୍ଧା ଅବସ୍ଥାରେ ଖୋଜି ବାହାର କଲେ,, ଗିରଫ ହେଲେ ଦଶ ଜଣ ଅପହରଣ କାରି,, ପ୍ରକୁତରେ ସେମାନେ ନକ୍ସଲ ନଥିଲେ,, ମୁଖ୍ୟ ଆସାମୀ ଗୋୟଲ ଓରଫ ରଂଜିତ ମଣ୍ଡଳ ଫେରାର ହେଇଗଲା,, ତାକୁ ଧରାଗଲା ଦୁଇ ଦିନ ପରେ,,, ସେ ଏହିପରି ଅନେକ ଘଟଣା ଘଟାଏ ଓ ଅର୍ଥ ନିଏ,,, ପୁରା ତିନୋଟି ଗ୍ରୁପରେ ବିଭକ୍ତ ଥିଲେ ଅପରାଧୀ,, ମାର୍ବଲ ବ୍ୟବସାୟୀ ଙ୍କ ପରିବାର ଦୁଇ ପୁଅ କୁ ପାଇ ପୁରା ପାଟନା ପୋଲିସ ଙ୍କୁ ଧନ୍ୟବାଦ ଦେଇ ଫେରିଲେ ଦିଲ୍ଲୀ,, ଯାହା ଖବର ଅଛି ପାଟନା ପୋଲିସ ର ୟେ ଘଟଣା ଟି ପୁରା ଗୁପ୍ତ ଥିଲା, ଯାହାକୁ କେହି ବି ଜାଣିପାରିନଥିଲେ,, ଯେତେବେଳେ SSP ଓ ବରିଷ୍ଟ ଅଧିକାରୀ ମାନେ ବିବୃତି ଦେଲେ ସେତେବେଳେ ହିଁ ସମସ୍ତେ ଜାଣିଲେ,,, ଯାହାକୁ ଆଜି ପୋଲିସ ର ଏକ ଶ୍ରେଷ୍ଠ ଅପରେସନ ବୋଲି ବିହାର ରେ କୁହାଯାଉଛି,,,