Spread the love

ସ୍ତ୍ରୀଙ୍କ ଶ୍ୟାମଳ ତ୍ୱଚାକୁ ନେଇ ମନ୍ତବ୍ୟ ଦେଲେ ସ୍ବାମୀଙ୍କୁ ଅପରାଧୀ କୁହାଯିବ: ହାଇକୋର୍ଟ…

ଛତିଶଗଡ ହାଇକୋର୍ଟ କହିଛନ୍ତି ଯେ ଶ୍ୟାମଳ ତ୍ୱଚାର ମହିଳାମାନଙ୍କୁ ଅନେକ ସମୟରେ ବିଭିନ୍ନ ସମୟରେ କଟାକ୍ଷ କରାଯାଇଥାଏ। ଏପରି କରିବାରେ ସମାଜର ଭୂମିକା ରହିଛି। ଏଭଳି ମନୋଭାବକୁ ପରିବର୍ତ୍ତନକରାଯିବା ଜରୁରୀ। ଏହା ଜରଙ୍କର ବ୍ୟକ୍ତିଗତ ଅଧିକାର ତଥା ମୌଳିକ ସ୍ବାଧୀନତାକୁ ପ୍ରଭାବିତ କରିଥାଏ।

ଜଷ୍ଟିସ କୌତମ ଭାଦୁରୀ ଏବଂ ଦୀପକ କୁମାର ତିୱାରୀଙ୍କ ବେଞ୍ଚ ଏକ କୈବାହିକ ମାମଲାର ଶୁଣାଣି ବେଳେ ଏହି ମନ୍ତବ୍ୟ ଦେଇଛନ୍ତି ଯେଉଁଥିରେ ସ୍ତ୍ରୀ ଅଭିଯୋଗ କରିଥିଲେ ଯେ ତାଙ୍କ ଚର୍ମ କଳା କାରଣରୁ ସ୍ବାମୀ ତାଙ୍କୁ ନିର୍ଯାତନା ଦେଉଛନ୍ତି।

ଚର୍ମ ରଙ୍ଗ ଉପରେ ଆଧାରିତ ଭେଦଭାବକୁ ଦୂର କରିବା ପାଇଁ ଏକ ସାମାଜିକ ପରିବର୍ତ୍ତନର ଆବଶ୍ୟକତା ଉପରେ କୋର୍ଟ ଗୁରୁତ୍ୱାରୋପ କରିଥିଲେ।

ତାଙ୍କ ଛାଡପତ୍ର ଆବେଦନକୁ ଖାରଜ କରିବା ପାଇଁ ପରିବାର କୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିବା ଜଣେ ବ୍ୟକ୍ତିଙ୍କ ତ୍ୱଚାରା ଅପିଲ କରାଯାଇଥିଲା।

କୋର୍ଟ କହିଛନ୍ତି ସ୍ବାମୀଙ୍କ ଏଭଳି ଆକ୍ଷେପ ଏକଅପରାଧ। ଏହା ସହିତ କୋର୍ଟ ଛାଡପତ୍ର ପାଇଁ ସ୍ବାମୀଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି।

Related Post

Leave a Reply

Your email address will not be published. Required fields are marked *

You Missed