Spread the love

 

ସେଇ ମାନଙ୍କ ପାଖରୁ ସବୁବେଳେ ଦୂରେଇ ରୁହନ୍ତୁ, ଯେଉଁମାନେ ଆପଣଙ୍କୁ ନିଜ କାମ ପାଇଁ ବ୍ୟବହାର କରିଥାନ୍ତି ଆଉ କାମ ସରିଗଲା ପରେ ନଚିହ୍ନିଲା ପରି ଆପଣଙ୍କ ଠାରୁ ଦୂରେଇ ଯାଆନ୍ତି।

“ବିଶ୍ୱାସ” ଏମିତି ଏକ ଛୋଟ ଶବ୍ଦ…ଏହାକୁ ପଢିବାକୁ ୧ ସେକେଣ୍ଡ ଲାଗିଥାଏ। ଭାବିବାକୁ ମିନିଟ୍ ଲାଗିଥାଏ,ବୁଝିବାକୁ ଦିନ ତମାମ୍ ଲାଗିଯାଏ ଆଉ ପ୍ରମାଣ କରିବାକୁ ସାରା ଜୀବନ ଲାଗିଯାଇଥାଏ।

ମଣିଷ ବଡ ଅଜବ ପ୍ରାଣୀ ବୁଡିଗଲେ ପାଣିକୁ ଦୋଷ ଦିଏ ଝୁଣ୍ଟି ପଡିଲେ ପଥରକୁ ଦୋଷ ଦିଏ କର୍ମର ଦୋଷ ଭାଗ୍ୟକୁ ଦିଏ କିନ୍ତୁ କେବେବି ନିଜର ଦୋଷ ଦେଖିପାରେ ନାହିଁ।

ଯୁକ୍ତି ଠାରୁ ନୀରବତା ଭଲ। ପ୍ରତିଶୋଧ ନେବା ଠାରୁ ରାସ୍ତା ବଦଳେଇ ଦେବା ଭଲ ଆଉ ସ୍ବାର୍ଥବାଦୀ ମଣିଷ ସହିତ ଚାଲିବା ଅପେକ୍ଷା ଏକା ଚାଲିବା ଅନେକ ଭଲ

ଘରକୁ ସୁନ୍ଦର ଦିଶଇ ଘରଣୀ
ଅଜାକୁ ସୁନ୍ଦର ଆଈ,
ଦାଣ୍ଡକୁ ସୁନ୍ଦର ଫୁଲ ବଗିଚା ଲୋ
ଗୋଠକୁ ସୁନ୍ଦର ଗାଈ ।

ଅନେକ ଦୁଃଖ ସିନା ଆମ ଜୀବନରେ ସୂର୍ଯ୍ୟ ଅସ୍ତ କରି ରାତ୍ରିର ଅନ୍ଧକାରରେ ଆମକୁ ଦୁର୍ବଳ କରିଦିଏ କିନ୍ତୁ ଟିକିଏ ଖୁସି ମଧ୍ୟ ଆମ ଜୀବନରେ ସୁନ୍ଦର ସୂର୍ଯ୍ୟୋଦୟର ଗୋଟିଏ ନୂତନ ସକାଳ ଭେଟି ଦେଇ ପୁଣି ଆମକୁ ମଜବୁତ୍ କରିଦିଏ ।

ମନକୁ ଶକ୍ତିଶାଳୀ କରନ୍ତୁ, ତା’ପରେ ଯାଇ ଆପଣ ସବୁ କ୍ଷେତ୍ରରେ ସଫଳତା ପାଇବେ ।

ଅନ୍ୟକୁ Copy କରି Successful ହେବା ଅପେକ୍ଷା ନିଜସ୍ଵ କର୍ମ ବଳରେ ବିଫଳ ହେବା ଶହେ ଗୁଣରେ ଭଲ,

ଜୀବନରେ ପ୍ରତ୍ୟେକ ସୁଯୋଗର ଫାଇଦା ଉଠାନ୍ତୁ…

କିନ୍ତୁକାହାର ପରିସ୍ଥିତି ଓ ଅସହାୟତାର ଫାଇଦା ଉଠାନ୍ତୁ ନାହିଁ । ସିଏ ହୁଏତ ଭୂଲିଯାଇପାରେ, କିନ୍ତୁ ଭଗବାନ କଦାପି କ୍ଷମା କରିବେ ନାହିଁ…

Leave a Reply

Your email address will not be published. Required fields are marked *