ସମ୍ବଲପୁରର ଟଙ୍କିକିଆ ଡାକ୍ତର ଶଙ୍କର ରାମ ଚନ୍ଦାନୀ ।ଗାଡି ପଛରେ ଲେଖିଦେଲେ ” ମୁଁ ଡାକ୍ତର ଜରୁରୀ ସ୍ବାସ୍ଥ୍ୟ ଗତ ସମସ୍ୟା ହେଲେ ମୋତେ ଅଟକାଇ ପାରିବେ ” !
ସତରେ ଭଗବାନଙ୍କୁ ପ୍ରତ୍ୟକ୍ଷ କିଏ ଦେଖି ନାହାଁନ୍ତି ।କିନ୍ତୁ ଭଗବାନଙ୍କ ଆଶୀର୍ବାଦ ଅନୁଭବ କରି ହେଉଛି ।କିନ୍ତୁ ଆଜିକାଲି ଏମିତି ବ୍ୟକ୍ତି ଅଛନ୍ତି ଯିଏ କି ଭଗବାନଙ୍କ ସାକ୍ଷାତ ରୂପ ।ଗୋଟିଏ ଟଙ୍କାର ସେବା ଶୁଳ୍କ ।ବିଶ୍ୱାସ କରୁ ନାହାଁନ୍ତି ଯଦି ଦେଖନ୍ତୁ ।ଡାକ୍ତର ବାବୁ ଯଦି ରାସ୍ତାରେ ଯାଉଥିବେ,ତେବେ ତାଙ୍କୁ ବିନା ଦ୍ବିଧାରେ ଅଟକାଇ ରୋଗୀଙ୍କ ପାଇଁ ଚିକିତ୍ସା ପାଇଁ ପରାମର୍ଶ କରି ପାରିବେ ।ନିଜ ଗାଡ଼ି ପଛରେ ଲେଖିଛନ୍ତି ମୁଁ ଯାଉଥିବା ସମୟରେ ମୋତେ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଯେ କୌଣସି ସମୟରେ ଅଟକାଇ ପାରିବେ ।ସତରେ ଏବେ ବି ଡାକ୍ତର ଶଙ୍କର ରାମ ଚନ୍ଦାନୀ ରୂପରେ ଭଗବାନ୍ ଧରା ପୃଷ୍ଟକୁ କିଛି ବ୍ୟକ୍ତିଙ୍କୁ ପଠେଇ ଥାଆନ୍ତି । କଲମର ନଜର ପଡ଼ିଗଲା FB ରେ ତାଙ୍କର ଗୋଟିଏ ଭିଡିଓ ଉପରେ ।ଭାବିଲି କବିତା ରୂପ ଦେଇ ଏ ମହାନ ସେବା ବିଷୟରେ ସମସ୍ତଙ୍କୁ ଅବଗତ କରାଇ ଏ ଯାତ୍ରାରେ ପରୋକ୍ଷରେ ସାମିଲ ହେବି।ସମସ୍ତ ବନ୍ଧୁଙ୍କୁ ଅନୁରୋଧ ଏ ପବିତ୍ର ଯାତ୍ରାରେ ଗୋଟିଏ ବାର୍ତ୍ତା ଦେଇ ଏମିତି ସ୍ବାସ୍ଥ୍ୟ ସେତୁର ଗୁଣ୍ଡୁଚି ମୂଷାର ଭୂମିକା ଗ୍ରହଣ କରିବାକୁ ଅନୁରୋଧ ।ଆପଣଙ୍କ ଛୋଟ ସେୟାର ହୁଏତ କାହାର ଜୀବନ ବଞ୍ଚେଇ ପାରିବ।
ଡାକ୍ତର ଶଙ୍କର ରାମ ଚନ୍ଦାନୀ ଙ୍କୁ କୋଟି କୋଟି ପ୍ରଣାମ ।ତାଙ୍କୁ ପ୍ରେରଣାର ଉତ୍ସ ଭାବି ଯୁବ ଡାକ୍ତର ମାନେ ଏ ସେବାକୁ ସମାଜ ମଙ୍ଗଳ କାର୍ଯ୍ୟରେ ବ୍ୟବହାର କରି ମାନବ ସେବା ମାଧବ ସେବାର ପ୍ରକୃତ ଅର୍ଥ କୁ ପ୍ରମାଣିତ କରନ୍ତୁ ।
