Spread the love

ଏହି ଦୁଇଟା ଜିନିଷ ଆପଣଙ୍କ ବିଷୟରେ ବହୁତ କିଛି କହିଦିଏ ….

  • ପାଖରେ କିଛି ନଥିବା ସମୟରେ ଆପଣଙ୍କ ଧୈର୍ଯ୍ୟ
  • ପାଖରେ ସବୁକିଛି ଥିବା ସମୟର ଆପଣଙ୍କର ଚିନ୍ତାଧାରା

ଅକ୍ଲାନ୍ତ ପରିଶ୍ରମ ବୃଥା ହୋଇଯାଏ ଯଦି ପରିଶ୍ରମଟି ସଠିକ ଦିଗରେ କରା ନ ଯାଏ; ଆଉ ଯଦି ଦିଗ ଠିକ ହୋଇଥାଏ ତା’ହେଲେ ଅକ୍ଲାନ୍ତ ପରିଶ୍ରମର ଆବଶ୍ୟକତା ମଧ୍ୟ ଜମାରୁ ପଡ଼ି ନଥାଏ ।

ଜଳର ଶୀତଳତା ପାତ୍ରର ସୁନ୍ଦରତା ଉପରେ ନିର୍ଭର କରେ ନାହିଁ। ଠିକ ସେହିପରି କୌଣସି ବ୍ୟକ୍ତିର ବୁଦ୍ଧି, ଜ୍ଞାନ, ବିବେକ ତାର ସୌନ୍ଦର୍ଯ୍ୟ ଉପରେ ଜମାରୁ ନିର୍ଭର କରେ ନାହିଁ।

ଯେପରି ସୂର୍ଯ୍ୟ ଅସ୍ତ ହେଲାପରେ ଆକାଶର ରଙ୍ଗ ଆପେ ଆପେ ବଦଳି ଯାଇଥାଏ ,ଠିକ୍ ସେହିପରି ଦୁଃଖ ସମୟରେ ଅତି ଆପଣାର ବୋଲି ଭାବୁଥିବା ଲୋକ ମଧ୍ୟ ଏଠି ନିଜର ଠିକଣା ବଦଳାଇ ଦିଏ ।

ସଫଳତାର ଶୀର୍ଷରେ ପହଞ୍ଚିବାକୁ ହେଲେ କୌଣସି ପ୍ରମାଣପତ୍ରର ଆବ୍ୟଶ୍ୟକତା ପଡିନଥାଏ କେବଳ ନିରନ୍ତର ପ୍ରଚେଷ୍ଟା ହିଁ ଏକମାତ୍ର ମାଧ୍ୟମ ହୋଇଥାଏ।

କେହି ନେଇ ନାହିଁ ଆମେ ନେବା ନାହିଁ
ଯିଏ ଯେଉଁଠାରେ ରହିବ,
କାହା ପାଇଁ କିଛି କରି ନାହିଁ ବୋଲି
ପଛେ କିଏ କାହିଁ କହିବ ।

ସଫଳତା ପାଇବାକୁ ହେଲେ ସବୁବେଳେ ଏକା ଆଗକୁ ବଢ଼ିବାକୁ ହୁଏ, ସଫଳ ହେଲା ପରେ ଲୋକେ ଆପେ ଆପେ ତୁମ ପଛରେ ଆସିବେ ।

ଆଜିର ଏ ଦୁନିଆଁରେ ରାଣ ନିୟମ ସବୁ ମିଛ ହୋଇଥାଏ କାରଣ ସେ ହିଁ ସବୁଠୁ ଅଧିକ ରାଣ ଖାଇଥାଏ ଯିଏ ସବୁଠୁ ଅଧିକ ମିଛ କହିଥାଏ….।

ସନ୍ଦେହ ସବୁବେଳେ Problem ତିଆରି କରିଥାଏ କିନ୍ତୁ ବିଶ୍ବାସ ସବୁ Problem ର Solution କରିଥାଏ ।

 

Leave a Reply

Your email address will not be published. Required fields are marked *