ଅପ୍ରିୟ କଥା !
କଳାର ପୂଜାରୀ ଆମ ଆଦିବାସୀ ସମ୍ପ୍ରଦାୟର ଡଙ୍ଗରିଆ କନ୍ଧ ।ଓଡ଼ିଶାର ରାୟଗଡ଼ାରୁ ଆସିଛନ୍ତି ରାଜଧାନୀ ଦିଲ୍ଲୀକୁ କଳା ପରିବେଷଣ କରିବା ପାଇଁ।ଧରଣୀ ପେନୁ ଶବ୍ଦରୁ ବାରି ହୋଇ ପଡ଼ୁଛି ଏମାନଙ୍କ ପ୍ରକୃତିକୁ ଭଲ ପାଇବା କଥା ।ଦିଲ୍ଲୀର ଜବାହର ଲାଲ ନେହେରୁ ଷ୍ଟାଡିୟମ୍ ରେ ଓଡ଼ିଶା ପର୍ବ କାର୍ଯ୍ୟକ୍ରମରେ ଏମିତି କଳାକାର ମାନଙ୍କୁ ଗ୍ରୀନ ରୁମରେ ଭେଟିବାର ସୁଯୋଗ ମିଳିଥିଲା ଗତ କାଲି । କଳାକୁ ଭଲ ପାଉଥିବା ଏ କଳାକାର ମାନଙ୍କ ଶିକ୍ଷାଗତ ଯୋଗ୍ୟତା ଶୁଣି ଯେ କେହି ବି ଆଶ୍ଚର୍ଯ୍ୟ ଚକିତ ହୋଇ ପଡ଼ିବେ ।ବ୍ୟକ୍ତିଗତ ନମିଶିଲେ ଜାଣି ହେବନି ଏମାନଙ୍କର ନିଜ ପରମ୍ପରା ପ୍ରତି ଥିବା ଗଭୀର ଭଲ ପାଇବା।ରାୟଗଡ଼ାରେ ସଙ୍ଗୀତ ସାଧକ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଶାନ୍ତ ନାୟକ (ଯିଏ ଆମ ପ୍ରୋଜେକ୍ଟ ବିଷ୍ଣୁଙ୍କ ଦଶ ଅବତାର ଓ ଭଗବତ୍ ଗୀତାରେ କଣ୍ଠଦାନ କରିଛନ୍ତି ) ସହିତ ଓଡ଼ିଶାର ବିଭିନ୍ନ ମଞ୍ଚରେ ପରିବେଷଣ କରିଛନ୍ତି । ମୋ ପରିଚୟ ଜାଣି ସମସ୍ତେ ଖୁସି ହୋଇଗଲେ ।ଫଟୋଟିଏ ନେବା ପାଇଁ ବାଧ୍ୟ କଲେ ।ତାଙ୍କ ନୃତ୍ୟ ଗୁରୁ ରବି ବାବୁଙ୍କ ସହିତ ମୋତେ ପରିଚିତ କରେଇ ଥିଲେ ଏମାନେ ।
ଏହି କଳାର ପୂଜାରୀ କଳାକାର ମାନଙ୍କ ଶିକ୍ଷାଗତ ଯୋଗ୍ୟତା ଶୁଣି ଆପଣ ମାନେ ଆଶ୍ଚର୍ୟ୍ଯ ହେବେ ନିଶ୍ଚିତ ।ସମସ୍ତେ ଉଚ୍ଚ ଶିକ୍ଷିତ ।କିଏ ପ୍ରାଇମେରୀ ସ୍କୁଲରେ ଶିକ୍ଷକ ।କିଏ B,Tech ଛାତ୍ରୀ।କିଏ Medical Entrance ପାଇଁ ପ୍ରସ୍ତୁତି କରୁଛନ୍ତି ।କିଏ ସ୍ଥାନୀୟ ମହାବିଦ୍ୟାଳୟ ରେ BA ପଢୁଛନ୍ତି ।ମୋର ପ୍ରଶ୍ନ ଥିଲା ଆପଣ ମାନେ କେମିତି ଆଗ୍ରହୀ କଳା ପ୍ରତି। ଏହାର ପଛର ରହସ୍ୟ କଣ ? B.Tech ପଢୁଥିବା ଝିଅଟି ଉତ୍ତର ଦେଲା ସାର୍,ଆମ ଡଙ୍ଗରିଆ ସମ୍ପ୍ରଦାୟର ପାରମ୍ପରିକ ନୃତ୍ୟ “” କୁଇ ” କୁ ଆମେମାନେ ଦେଶ ବିଦେଶରେ ପରିବେଷଣ କରି ପ୍ରଚାର ପ୍ରସାର କରିବା ନାହିଁ ତ ଆମ ପାଇଁ ଆଉ କିଏ କରିବ? ମୁଁ ସ୍ତବ୍ଦ ହୋଇ ଗଲି । ଭାବିଲି ଆଜିକାଲି ପିଲା ହାଇସ୍କୁଲ ପାସ କଲେ ଭାବୁଛନ୍ତି ଗାଁ ରାମଲୀଳା,କୃଷ୍ଣ ଲୀଳା, ପାଲା ଇତ୍ୟାଦି ଲୋକକଳା ରେ ପ୍ରେଷ୍ଟିଜ୍ ନାହିଁ ।ଆଧୁନିକ Music ରେ ପ୍ରେଷ୍ଟିଜ ବେଶି ।
ଓଡ଼ିଶା ପର୍ବକୁ ଆସିଥିବା ଏଇ କଳାକାର ମାନଙ୍କ ଠାରୁ ନିଜ କଳାକୁ ଭଲ ପାଇବା ଗୁଣ ଶିକ୍ଷା କରିବାର ଅଛି ।ସତରେ ସବୁ ଶିକ୍ଷିତ ଯୁବ ପିଢ଼ି ଏମିତି ନିଜର ସ୍ଥାନୀୟ କଳାର ପ୍ରଚାର ପ୍ରସାର କରନ୍ତେ କି ,ନିଶ୍ଚିତ ଭାବରେ ଆଗାମୀ ପୀଢ଼ି ଅନୁପ୍ରାଣିତ ହୋଇ କଳାକୁ ବଞ୍ଚାଇ ପାରନ୍ତେ।କବିତା ମାଧ୍ୟମରେ କୋଟି କୋଟି ପ୍ରଣାମ ଜଣାଇବାର ଛୋଟ ପ୍ରୟାସ କରୁଛି ।🙏