Spread the love

ଶ୍ରୀମନ୍ଦିର ର #ଭୋଗମଣ୍ଡପ ଉପରେ ଥିବା ଗରା ଉପରେ ବାଲଟି ର କାହାଣୀ……………

ଅନେକ ଦିନ ତଳର କଥା

ଭାରତ ବର୍ଷ ରେ ବୌଦ୍ଧ ଧର୍ମ ର ପ୍ରଚାର ପ୍ରସାର ଅତ୍ୟନ୍ତ କ୍ଷିପ୍ର ଗତିରେ ଚାଲିଥାଏ. ଏହି ଧର୍ମ ଓଡିଶା ର କୋଣ ଅନୁକୋଣ ରେ ପ୍ରଭାବ ବିସ୍ତାର କରି ଚାଲିଥାଏ.ଦିନେ ବୌଦ୍ଧ ଧର୍ମବଲମ୍ବୀ ଏହି ସିଦ୍ଧାନ୍ତ ରେ ଉପନୀତ ହେଲେ ଯଦି ପୁରୀ ଗଜପତି ମହାରାଜ ଙ୍କୁ ବୌଦ୍ଧ ଧର୍ମ ରେ ଦୀକ୍ଷିତ କରାଯାଏ ତେବେ ସମଗ୍ର ଶ୍ରେକ୍ଷେତ୍ର ମଧ୍ୟ ବୌଦ୍ଧ କ୍ଷେତ୍ର ରେ ପରିଗଣିତ ହେବ ଓ ଓଡ଼ିଆ ଜାତି ଟା ହିନ୍ଦୁ ଧର୍ମବଲମ୍ବୀ ରୁ ବୌଦ୍ଧ ଧର୍ମବଲମ୍ବୀ ହେବାକୁ ବେଶୀ ସମୟ ଲାଗିବ ନାହିଁ.

                    ଏହି ସମୟରେ ଜଣେ ବିଶିଷ୍ଟ ଶାକ୍ତ ସନାତନୀ ହିନ୍ଦୁ ଧର୍ମ କୁ ରକ୍ଷା କରିବାକୁ ଆଗେଇ ଆସିଲେ. ଗୋଟେ ପଟେ ସନାତନୀ ଶାକ୍ତ ଆଉ ଗୋଟେ ପଟେ ବୌଦ୍ଧ ଧର୍ମବଲମ୍ବୀ. ବଡ଼ ଦ୍ଵନ୍ଦ ରେ ପଡିଲେ ଗଜପତି ମହାରାଜ କେଉଁ ଧର୍ମ କୁ ଗ୍ରହଣ କରିବେ କେଉଁ ଧର୍ମ କୁ ପରିତ୍ୟାଗ କରିବେ.ଏହି ଦ୍ଵନ୍ଦ କୁ ଦୂର କରିବାକୁ ଯାଇ ମହାରାଜ ପରୀକ୍ଷା ନେବାକୁ କହିଲେ. ଗଜପତି ଙ୍କ ନିକଟତମ ଲୋକ ଗୋଟେ ହଣ୍ଡା ଆଣି ରଖିଲେ. ହଣ୍ଡା ଉପରେ ଗୋଟେ ବାଲଟି ଘୋଡାଇ ହେଇଥିଲା. ସର୍ତ ରହିଲା ଯିଏ କହିଦେବ ହଣ୍ଡା ଭିତରେ କଣ ଅଛି ସେ ହେବ ଶ୍ରେଷ୍ଠ ଗଜପତି ମହାରାଜ ସେହି ଧର୍ମ କୁ ଗ୍ରହଣ କରିବେ . ପ୍ରଥମେ ବୌଦ୍ଧ ଧର୍ମବଲମ୍ବୀ ଙ୍କ ପାଳି ପଡିଲା. ତନ୍ତ୍ର ମନ୍ତ୍ର ରେ ସିଦ୍ଧହସ୍ତ ବୌଦ୍ଧ ଧର୍ମବଲମ୍ବୀ କହିଦେଲେ ମହାରାଜ ହଣ୍ଡା ଭିତରେ ଗୋଟେ ସର୍ପ ଅଛି ଏହା ମଧ୍ୟ କହିଦେଲେ ସର୍ପ ଟି ମୃତ.

ଚକିତ ହୋଇଗଲେ ଗଜପତି ମହାରାଜ ହଣ୍ଡା ଭିତରେ ସର୍ପ ଅଛି ଜାଣିଲେ ଏହା ମଧ୍ୟ କହିଦେଲେ ସର୍ପ ଟି ମୃତ.ବୌଦ୍ଧ ଧର୍ମ ଶ୍ରେଷ୍ଠ ବୌଦ୍ଧ ଧର୍ମଲମ୍ବୀ ଶ୍ରେଷ୍ଠ.
ଆଦେଶ ଦେଲେ ମହାରାଜ ଫେରଯାଅ ଶାକ୍ତ ଆଜିଠୁ ମୁଁ ବୌଦ୍ଧ ଧର୍ମ ଗ୍ରହଣ କରିବି. ଲୁହରେ ଆଖି ଛଳ ଛଳ ହେଇଗଲା ହିନ୍ଦୁ ଧର୍ମଲମ୍ବୀ ଙ୍କ ର ଲକ୍ଷେ ରାଜାଙ୍କ ମଉଡମଣୀ ଗଜପତି ମହାରାଜ ଆଜି ହିନ୍ଦୁ ଧର୍ମ ଛାଡି ବୌଦ୍ଧ ଧର୍ମ ଗ୍ରହଣ କରିବେ. କଣ ହେବ ଏ ଓଡ଼ିଆ ଜାତିର କଣ ହେବ ଏ ଜଗନ୍ନାଥ ସଂସ୍କୃତି ର କଣ ଏହିଠି ଲୋପ ପାଇଯିବ ଓଡ଼ିଆ ଜାତି. କଣ ଏ ଓଡ଼ିଆ ଜାତିଟା ତାର ଅସ୍ତିତ୍ୱ ହରେଇ ବସିବ. ଜଗନ୍ନାଥ ମହାପ୍ରଭୁ ଙ୍କ ବିନା ଓଡ଼ିଆ ଜାତି ର ଅସ୍ତିତ୍ୱ କଳ୍ପନା କରା ଯାଇ ପାରେନା. ଅତ୍ୟନ୍ତ କରୁଣ ନୟନ ରେ ହିନ୍ଦୁ ଶାକ୍ତ ଚାହିଁଲେ ଗଜପତି ମହାରାଜ ଙ୍କୁ ହେଲେ ଗଜପତି ଙ୍କ ର ଦୋଷ କଣ ସେତ କଥା ଦେଇଥିଲେ ପରୀକ୍ଷା ରେ ଯେ ଶ୍ରେଷ୍ଠ ହେବ ସେହି ଧର୍ମ ଗ୍ରହଣ କରିବେ ପ୍ରାଣ ଯିବ ପଛେ ନିଜ ବଚନ ରକ୍ଷା କରିବେ ଗଜପତି.

ଶେଷରେ ଅନ୍ୟ କୌଣସି ଉପାୟ ନ ପାଇ ହିନ୍ଦୁ ଶାକ୍ତ ବୌଦ୍ଧଧର୍ମବଲମ୍ବୀ ଓ ଗଜପତି ଙ୍କ ପାଖରେ ଆଉ ଗୋଟେ ପରୀକ୍ଷା ପାଇଁ ପ୍ରସ୍ତାବ ରଖିଲେ. ସର୍ତ୍ତ ରହିଲା ଯଦି ବୌଦ୍ଧ ଧର୍ମବଲମ୍ବୀ ମୃତ ସର୍ପ କୁ ଜୀବିତ କରିଦେବ ମହାରାଜ ସମେତ ହିନ୍ଦୁ ଶାକ୍ତ ମଧ୍ୟ ବୌଦ୍ଧ ଧର୍ମ ରେ ଦୀକ୍ଷିତ ହେବେ ଆଉ ଜଦି ହିନ୍ଦୁ ଶାକ୍ତ ସର୍ପ କୁ ଜୀବିତ କରିଦେବେ ତେବେ ଗଜପତି ମହାରାଜ ବୌଦ୍ଧ ଧର୍ମ ଗ୍ରହଣ କରିବେ ନାହିଁ. ଗଜପତି ମଧ୍ୟ ଏହି ସର୍ତ୍ତ ରେ ଏକମତ ହେଲେ.

ପ୍ରଥମେ ପାଳି ପଡିଲା ତନ୍ତ୍ର ମନ୍ତ୍ର ରେ ବଳିୟାନ ବୌଦ୍ଧ ଧର୍ମବଲମ୍ବୀ ଙ୍କର ହେଲେ ମୃତ ସର୍ପ କୁ ଜୀବିତ କେମିତି କରିବେ. ଜୀବନ ଦେବା ଵା ଜୀବନ ନେବା ତ ମହାପ୍ରଭୁ ଙ୍କ ହାତରେ. ତନ୍ତ୍ର ମନ୍ତ୍ର ରେ ସିନା ଜାଣି ପାରିଲେ ହଣ୍ଡା ଭିତରେ ସର୍ପ ଅଛି ହେଲେ ଜୀବନ ଦେଇ ପାରିଲେ ନାହିଁ | ସମସ୍ତ ଚେଷ୍ଟା ପରେ ମଧ୍ୟ ବିଫଳ ହେଲେ.

ହିନ୍ଦୁ ଶାକ୍ତ ଙ୍କ ପାଳି ପଡିଲା. ତନ୍ତ୍ର ମନ୍ତ୍ର ସିନା ଜାଣି ନାହାନ୍ତି ହେଲେ ମହାପ୍ରଭୁ ଙ୍କୁ ଅନ୍ତର ଆତ୍ମା ରୁ ଗଭୀର ଭାବେ ଭଲ ପାନ୍ତି. ମହାପ୍ରଭୁ ଵା ଭକ୍ତ ର ଭଗବାନ. ସବୁ ସହିବେ ଭକ୍ତ ର ଅପମାନ ସହିବେ ନାହିଁ, ଭକ୍ତ ର ଆଖିରେ ଲୁହ ଦେଖି ପାରିବେ ନାହିଁ. ଆଜି ଯଦି କେହି ଏ ବିପଦରୁ ରକ୍ଷା କରି ପାରିବେ ସେ ହେଲେ ମହାପ୍ରଭୁ. ହିନ୍ଦୁ ଶାକ୍ତ କିଛି ଜଳ ନିଜ ପାପୁଲିରେ ନେଇ ସେ ବିଶ୍ୱ ନିୟନ୍ତା, ଅନାଥ ର ନାଥ, ଜଗତର ନାଥ ଜଗନ୍ନାଥ ଙ୍କୁ ସ୍ମରଣ କରି ସେ ମୃତ ସର୍ପ ଉପରେ ଜଳ ସିଞ୍ଚନ କଲେ. ଆହା ଅପୂର୍ବ ଚମତ୍କାର ଘଟଣା ଘଟିଲା ଜଳ ସ୍ପର୍ଶ ପାଇ ସର୍ପ ଟି ଜୀବିତ ହୋଇ ଉଠିଲା. ଚମକି ପଡିଲେ ବୌଦ୍ଧ ଧର୍ମବଲମ୍ବୀ ନିଜ ଆଖିକୁ ବିଶ୍ୱାସ କରି ପାରିଲେ ନାହିଁ. ହିନ୍ଦୁ ଶାକ୍ତ ଙ୍କର ବିଜୟ ହେଲା. ଉତ୍କଳ ରୁ ଜଗନ୍ନାଥ ସଂସ୍କୃତି ଲୋପ କରିବାର ହୀନ ଚକ୍ରାନ୍ତ ବିଫଳ ହେଲା. ଏହା ପରେ ପରେ ବୌଦ୍ଧ ଧର୍ମ କେବଳ ଉତ୍କଳ ରୁ ନୁହେଁ ପୁରା ଭାରତ ବର୍ଷ ରୁ ଲୋପ ପାଇଗଲା. ଏହି ବିଜୟ କୁ ସବୁଦିନ ମନେ ରଖିବା ପାଈଁ ଶ୍ରୀମନ୍ଦିର ଭୋଗ ମଣ୍ଡପରେ ଗରା ଉପରେ ବାଲଟି ରଖା ଯାଇଛି ଯାହା ଆଜି ମଧ୍ୟ ସେମିତି ଅଛି.

ମଣିମା ଙ୍କ ର ଜୟ ହେଉ …..
ଉତ୍କଳ ର ଜୟ ହେଉ ……
ହିନ୍ଦୁ ଧର୍ମ ର ଜୟ ହେଉ ……..

Related Post

Leave a Reply

Your email address will not be published. Required fields are marked *