Spread the love

ମହାରାଷ୍ଟ୍ରରେ ଏବେ ନିର୍ବାଚନ ଚିହ୍ନ ଓ ଦଳର ନାମକୁ ନେଇ ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ମଧ୍ୟରେ ରାଜନୀତି ଜୋର ଧରିଛି । ନିର୍ବାଚନ ଆୟୋଗ ଶିବସେନା ନାମ ଓ ଦଳୀୟ ଚିହ୍ନକୁ ଏକନାଥ ସିନ୍ଦେ ଗୋଷ୍ଠୀକୁ ଦେଇଛନ୍ତି । ଏହାକୁ ନେଇ ଏବେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ତେଜିବାରେ ଲାଗିଛି । ଏନେଇ ଆଜି ଉଦ୍ଧବ ଠାକରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିବେ ବୋଲି କହିଥିବା ବେଳେ ସଂଜୟ ରାୱତ ଏକ ବଡ ଅଭିଯୋଗ କରିଛନ୍ତି । ସେ କହିଛନ୍ତି କି ନିର୍ବାଚନ ଚିହ୍ନ ଓ ଦଳର ନାମ ପାଇବାକୁ ସିନ୍ଦେ ଗୋଷ୍ଠୀ ଓ ନିର୍ବାଚନ ଆୟୋଗଙ୍କ ମଧ୍ୟରେ ବଡ ଡିଲ୍ ହୋଇଛି । ଏଥିରେ ୨ହଜାର କୋଟି ଟଙ୍କାର କାରବାର ହୋଇଥିବା କଥା ସଂଜୟ ରାୱତ ଅଭିଯୋଗ ଆଣିଛନ୍ତି ।

ସଂଜୟ ରାୱତ ଦାବି କରିଛନ୍ତି କି, ଏହି କଥା ଶତ ପ୍ରତିଶତ ସତ୍ୟ । ଖୁବଶୀଘ୍ର ଏହି ଦାବି ଉପରେ ପ୍ରମାଣ ଦେବେ ବୋଲି ସେ କହିଛନ୍ତି । ସେ କହିଛନ୍ତି କି ଏହା ପୂର୍ବରୁ ଦେଶ ଇତିହାସରେ ଏଭଳି ଘଟଣା ଦେଖିବାକୁ ମିଳିନଥିଲା । ଏହାର ପରିଣାମ ସିନ୍ଦେ ଗୋଷ୍ଠୀକୁ ଭୋଗିବାକୁ ପଡିବ ବୋଲି ସେ ଚେତାବନୀ ଦେଇଛନ୍ତି ।

କେବଳ ସେତିକି ନୁହେଁ ଏହି ମାମଲାରେ ସଂଜୟ ରାୱତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି ଅମିତ ଶାହାଙ୍କ କଥା ମହାରାଷ୍ଟ୍ରବାସୀ କେବେ ବି ଗମ୍ଭୀରତାର ସହ ନେଇ ନାହାଁନ୍ତି । ତେଣୁ ଦଳୀୟ ଚିହ୍ନ ଓ ନାମ ହାତେଇବାରେ କିଏ ଜିତିଲା ଓ କିଏ ହାରିଲା ତାହା ମହାରାଷ୍ଟ୍ରବାସୀଙ୍କ ଉପରେ କିଛି ଫଋଳ ପକାଇବ ନାହିଁ । ଏହାସହ ସେ ରାହୁଲ ଗାନ୍ଧୀଙ୍କର ପ୍ରଶଂସା କରିଛନ୍ତି । ସେ କହିଛନ୍ତି କି ରାହୁଲ ଗାନ୍ଧୀ ଯାହା ପ୍ରଶ୍ନ କରୁଛନ୍ତି ତାହା ଦେଶର ପ୍ରଶ୍ନ । ସେପଟେ ଇସ୍ରାଇଲ କମ୍ପାନୀକୁ ଠିକା ଦେଇ ଇଭିଏମ ମେସିନ ହ୍ୟାକ କରିବା ପ୍ରସଙ୍ଗରେ ସେ କେନ୍ଦ୍ର ସରକାରଙ୍କ ଠାରୁ ଉତର ମାଗିଛନ୍ତି ।

Leave a Reply

Your email address will not be published. Required fields are marked *