Spread the love

ଆପଣ ଯେତେବେଳେ ଏହି କାହାଣୀ ପଢିବେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ
12 ଜୁନ୍, 2020 ସୁଦ୍ଧା ଏହା ହେଉଛି କାହାଣୀ:
ଅହମ୍ମଦନଗର ଜିଲ୍ଲାର ମହାରାଷ୍ଟ୍ରର ଏକ ଛୋଟ ସହର କୋପରଗାଓଁ ନିକଟରେ ଗରମ ଦିନରେ ମଧ୍ୟାହ୍ନରେ ରାଜରାସ୍ତାରେ ଯାଉଥିବା ଗୋଟିଏ ଦମ୍ପତି ଙ୍କୁ (ଚିତ୍ର ଦେଖନ୍ତୁ) ଜଣେ ସ୍ଥାନୀୟ ବାସିନ୍ଦା ଦେଖିଲେ |
ସୌଜନ୍ୟତା ଦୃଷ୍ଟି ରୁ ସେ ସେମାନଙ୍କୁ ଖାଦ୍ୟ ଯାଚିଥିଲେ ଯାହାକୁ ସେମାନେ ଭଦ୍ର ଭାବରେ ପ୍ରତ୍ୟାଖ୍ୟାନ କରିଥିଲେ। ତାପରେ ସେ ସେମାନଙ୍କୁ କିଛି ଟଙ୍କା ଦେଇଥିଲେ। ଏହାକୁ ମଧ୍ୟ ମଧ୍ୟ ମନା କରାଯାଇଥିଲା। କୌତୁହଳି ସ୍ଥାନୀୟ ବାସିନ୍ଦା ଜଣକ ତା ପରେ ମଧ୍ୟାହ୍ନରେ ସେହି ଦମ୍ପତ୍ତି କାହିଁକି ଏପରି ଚାଲୁଛନ୍ତି ବୋଲି ସେ ପଚାରିଥିଲେ। ସେହି ବ୍ୟକ୍ତି, ତା’ପରେ ସେମାନଙ୍କ କାହାଣୀ ବର୍ଣ୍ଣନା କରିବା ଆରମ୍ଭ କଲେ ….
ସେ କହିଲେ ଯେ ସେମାନେ ସେଇଦିନ ସୁଦ୍ଧା ପ୍ରାୟ 2200 କି.ମି. ଅତିକ୍ରମ କରିସାରିଲେଣି ଓ ଗୁଜୁରାଟର ନିଜ ଜନ୍ମସ୍ଥାନ ଦ୍ୱାରକାକୁ ଫେରୁଛନ୍ତି |
ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରାୟ ଏକ ବର୍ଷ ପୂର୍ବେ ସେ ପ୍ରାୟ ଅନ୍ଧ ହୋଇଯାଇଥିଲେ। ବିଶେଷଜ୍ଞ ଡାକ୍ତରମାନେ ସମସ୍ତ ଆଶା ଛାଡିଥିଲେ ଏବଂ କୌଣସି ଅସ୍ତ୍ରୋପଚାର କରିବାକୁ ମନା କରିଦେଇଥିଲେ। ତଥାପି, ତାଙ୍କ ମା’ଙ୍କର ବହୁତ ଆଶା ଥିଲା ଏବଂ ଯାହାହେଲେବି ଅପରେସନ୍ କରିବାକୁ ଡାକ୍ତରଙ୍କୁ ନିଶ୍ଚିତ କରିଥିଲେ| ଡାକ୍ତର ରାଜି ହୋଇ ଅସ୍ତ୍ରୋପଚାର କରିଥିଲେ।
ସେପଟେ ତାଙ୍କ ମା ଶ୍ରୀକୃଷ୍ଣ ମନ୍ଦିରରେ ପ୍ରାର୍ଥନା କରିଥିଲେ ଏବଂ ଏହି ଅପରେସନ୍ ସଫଳ ହେଲେ ତାଙ୍କ ପୁଅ ତିରୁପତି ବାଲାଜୀ କୁ ପାଦରେ ଚାଲିଚାଲି ଯାଇ ଦର୍ଶନ ସାରି ପୁଣି ନିଜ ଜନ୍ମସ୍ଥାନ ଦ୍ଵାରକା କୁ ଫେରିବାକୁ ପଠାଇବେ ବୋଲି ଶପଥ ନେଇଥିଲେ। ଅପରେସନ୍ ସଫଳ ହୋଇଥିବାରୁ ସେ ତାଙ୍କ ମା’ଙ୍କ ଶପଥ ପୂରଣ କରୁଥିଲେ। ଯେତେବେଳେ ତାଙ୍କ ପତ୍ନୀଙ୍କ ବିଷୟରେ ପଚରାଗଲା, ସେ କହିଥିଲେ ଯେ ସେ ଏହି ମିଶନରେ ତାଙ୍କ ସହ ଯୋଗଦେବାକୁ ଜିଦ୍ ଧରିଛନ୍ତି ଯାହାଦ୍ୱାରା ସେ ତାଙ୍କ ସ୍ବାମୀଙ୍କ ପାଇଁ ରାସ୍ତା ରେ ଖାଦ୍ୟ ରାନ୍ଧି ପାରିବେ ଓ ଯତ୍ନ ନେଇପାରିବେ
ଦୁହେଁ ହିନ୍ଦୀ କିମ୍ବା ଇଂରାଜୀରେ କଥାବାର୍ତ୍ତା କରୁଥିଲେ, କିନ୍ତୁ ବହୁତ ମାର୍ଜିତ ଓ ସୁସଂସ୍କୃତ! ତେଣୁ ସ୍ଥାନୀୟ ବାସିନ୍ଦା ଭଦ୍ରଲୋକ ସେମାନଙ୍କ ଶିକ୍ଷା ବିଷୟରେ ପଚାରିଥିଲେ। ସେମାନଙ୍କ ଉତ୍ତର ଶୁଣି ସେ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଗଲେ ……
ଏହି ବ୍ୟକ୍ତି ଲଣ୍ଡନର ଅକ୍ସଫୋର୍ଡ ୟୁନିଭରସିଟିରୁ ଜ୍ୟୋତିର୍ବିଜ୍ଞାନରେ ଡକ୍ଟରେଟ ଶେଷ କରିଥିଲେ ଏବଂ ତାଙ୍କ ପତ୍ନୀ ମଧ୍ୟ ଲଣ୍ଡନର ସେହି ବିଶ୍ୱବିଦ୍ୟାଳୟରୁ ସାଇକୋଲୋଜିରେ ଡକ୍ଟରେଟ ଶେଷ କରିଥିଲେ। (ସେମାନଙ୍କ କଥାରେ କିନ୍ତୁ ଆଦୌ ସେଭଳି ଗର୍ବ ବା ଅହଙ୍କର ନଥିଲା) | ସେମାନେ ଡକ୍ଟର ସି ରଙ୍ଗରାଜନ୍ (ପୂର୍ବତନ ଆରବିଆଇ ଗଭର୍ଣ୍ଣର) ଏବଂ ନାସା ମହାକାଶଚାରୀ କଳ୍ପନା ଚାୱଲା ସହ ଅତି ନିକଟତମ ପରିଚିତ ଥିଲେ। ଏହି ଦମ୍ପତି ଅନ୍ଧ ଲୋକଙ୍କ କଲ୍ୟାଣ ପାଇଁ ଏକ ଏନଜିଓକୁ ମାସିକ ପେନ୍ସନ୍ ଦାନ କରୁଥିଲେ। (ସେମାନେ ବର୍ତ୍ତମାନ ପର୍ଯ୍ୟନ୍ତ ସୋସିଆଲ୍ ମିଡିଆ ଠାରୁ ଦୂରତା ରକ୍ଷା କରୁଥିଲେ।)
ଜଣେ ବ୍ୟକ୍ତି, କେବଳ ନିଜ ମାତାର ଶପଥକୁ ସମ୍ମାନ ଦେବା ପାଇଁ, ସେ ଏକ ରାମ ହୋଇଗଲେ ଏବଂ ତାଙ୍କ ସ୍ତ୍ରୀ ସୀତା ପରି ତାଙ୍କ ସହିତ ଯାଇଥିଲେ I ସେମାନେ 3 ମାସରୁ ଅଧିକ ସମୟ ଚାଲୁଥିଲେ ଏବଂ ଆହୁରି ଏକମାସ ଚାଲିବା ପରେ ନିଜ ଜନ୍ମସ୍ଥାନ ଦ୍ୱାରକା ରେ ପହଞ୍ଚିବା ର ଲକ୍ଷ ରଖୀଥିଲେ |
ନିଜ ମନରେ ଅହଂକାର ପୋଷଣ କରୁଥିବା ଯେ କେହି ବ୍ୟକ୍ତି ଏହି କାହାଣୀ ପଢିବା ପରେ ନିଜ କୁ ତୁଚ୍ଛ ମନେ କରିବ |

ଏହି ଦମ୍ପତିଙ୍କ ନାମ ହେଉଛି:
ଡ. ଦେବ ଦେବ ଉପାଧ୍ୟାୟ ଏବଂ
ଡ. ସରୋଜ ଉପାଧ୍ୟାୟ ।
Collected from Internet and translated to Odia by SK Biswal

Leave a Reply

Your email address will not be published. Required fields are marked *

You Missed