Spread the love

 

🌹🌹🌹 *ରାମ ନାମ ସତ୍ୟ କାହିଁକି କୁହାଯାଏ🌹🌹🌹*

କୌଣସି ମୃତ୍ୟୁ ବରଣ କରିଥିବା ଲୋକକୁ ଯେତେବେଳେ ମଶାଣି ନିଆଯାଇଥାଏ ଶବ ଦାହ କରିବାକୁ, ସେତେବେଳେ ନିଜ ପରିଜନ ଲୋକମାନେ ଖଇ କଉଡ଼ି ଟଙ୍କା ଫୋପାଡ଼ି ରାମ ନାମ ସତ୍ୟ ହୈ , ହରି ନାମ ସତ୍ୟ ହୈ କହିଥାନ୍ତି I ସାଧାରଣତଃ ଆମ ମନରେ ପ୍ରଶ୍ନ ଉଠିଥାଏ କି ରାମ ନାମ ସତ୍ୟ ହୈ କାହିଁକି କୁହାଯାଇଥାଏ । ତେବେ ମହାଭାରରେ ଧର୍ମରାଜ ଯୁଧିଷ୍ଠିର ଏହାର କାରଣ କହିଥିଲେ I ମିଛ ଦୁନିଆରେ ଗୋଟିଏ ସତ , ସେ ହେଉଛି ନିଜ କର୍ମ , ସେହି କର୍ମ ବଳରେ ଭଗବାନଙ୍କୁ ପାଇପାରିବ I ମିଛ ମୋହ ମାୟା ସଂସାରରେ କିଛି ନିଜର ନୁହେଁ ,ଏକା ଆସିଛ ଏବଂ ଏକା ହିଁ ଯିବାକୁ ପଡିବ I କେଉଁ ଆତ୍ମୀୟମାନେ ସଙ୍ଗରେ ଚାଲିଯିବେନି ।
ତେଣୁ ଏ ମୋହମାୟା ସଂସାର ରେ ଯାହା ସତ୍ୟ ଅର୍ଥାତ “ଭଗବାନ” ତାଙ୍କୁ ଟିକେ ମନେପକାଅ I ସଂସାରକୁ ଆସିଛ ଯେହେତୁ ଭଲ କାମ କର , ମିଛ ଏ ସମ୍ପତି , ମିଛ ସବୁ ସମ୍ପର୍କ I ସେଇଥିପାଇଁ ତ ମୃତ୍ୟୁ ଯାତ୍ରା ବେଳେ ସଂସାରର ସବୁଠୁ ଦାମୀ କଉଡ଼ି ଏବଂ ପଇସାକୁ ବି ଫୋପଡ଼ା ଯାଇଥାଏ I ବିଶ୍ୱାସ ରହିଛି କି ‘ରାମ ନାମ ସତ୍ୟ ହୈ’ କହିବା ଦ୍ୱାରା ମୃତ ବ୍ୟକ୍ତିର ଆତ୍ମା ଶାନ୍ତି ପାଇଥାଏ I ସେ ସ୍ୱର୍ଗଧାମ ପ୍ରାପ୍ତି ହେଇଥାଏ ।
ଯଦିଓ କିଛି ପରିମାଣରେ ଏହା ସତ୍ୟ ତେବେ ଏହା ସେହି ସମ୍ପର୍କୀୟମାନଙ୍କ ପାଇଁ ଯେଉଁମାନେ ଶବ ଯାତ୍ରାରେ ଯାଇଥାନ୍ତି I ସେମାନଙ୍କୁ ସଂସାରର ଅପ୍ରିୟ ସତ୍ୟ ଜଣାଇଦେବାକୁ ଏହା ପୂର୍ବ ପୁରୁଷ ମାନଙ୍କର ଏକ ମହତ କାର୍ଯ୍ୟ I ଅର୍ଥାତ ବେଳ ଥାଉ ଥାଉ ହେ ମଣିଷମାନେ ତମେ ସଜାଗ ହେଇଯାଅ I ମିଛ ମରୀଚିକା ସମ୍ପତି ଲୋଭରେ ପଡ ନାହିଁ I ମିଛ ଦୁନିଆରେ ସତ ସେହି ଜଗନ୍ନାଥ, ପ୍ରଭୁ ରାମଙ୍କୁ ସୁମରଣା କର , ଭଲ କାମ କର ସେହି ହିଁ ତୁମକୁ ମୁକ୍ତି ଦେବେ I କେବଳ ତୁମର ଭଲ କର୍ମ ହିଁ ତୁମକୁ ମୋକ୍ଷ ପ୍ରାପ୍ତି କରିବ I
*ଜୟ ଜଗନ୍ନାଥ*
*🕉️ନମୋ ଭଗବତେ ବାସୁଦେବାୟ🙏🙏🙏*

କରିଥିବା ଲୋକକୁ ଯେତେବେଳେ ମଶାଣି ନିଆଯାଇଥାଏ ଶବ ଦାହ କରିବାକୁ, ସେତେବେଳେ ନିଜ ପରିଜନ ଲୋକମାନେ ଖଇ କଉଡ଼ି ଟଙ୍କା ଫୋପାଡ଼ି ରାମ ନାମ ସତ୍ୟ ହୈ , ହରି ନାମ ସତ୍ୟ ହୈ କହିଥାନ୍ତି I ସାଧାରଣତଃ ଆମ ମନରେ ପ୍ରଶ୍ନ ଉଠିଥାଏ କି ରାମ ନାମ ସତ୍ୟ ହୈ କାହିଁକି କୁହାଯାଇଥାଏ । ତେବେ ମହାଭାରରେ ଧର୍ମରାଜ ଯୁଧିଷ୍ଠିର ଏହାର କାରଣ କହିଥିଲେ I ମିଛ ଦୁନିଆରେ ଗୋଟିଏ ସତ , ସେ ହେଉଛି ନିଜ କର୍ମ , ସେହି କର୍ମ ବଳରେ ଭଗବାନଙ୍କୁ ପାଇପାରିବ I ମିଛ ମୋହ ମାୟା ସଂସାରରେ କିଛି ନିଜର ନୁହେଁ ,ଏକା ଆସିଛ ଏବଂ ଏକା ହିଁ ଯିବାକୁ ପଡିବ I କେଉଁ ଆତ୍ମୀୟମାନେ ସଙ୍ଗରେ ଚାଲିଯିବେନି ।
ତେଣୁ ଏ ମୋହମାୟା ସଂସାର ରେ ଯାହା ସତ୍ୟ ଅର୍ଥାତ “ଭଗବାନ” ତାଙ୍କୁ ଟିକେ ମନେପକାଅ I ସଂସାରକୁ ଆସିଛ ଯେହେତୁ ଭଲ କାମ କର , ମିଛ ଏ ସମ୍ପତି , ମିଛ ସବୁ ସମ୍ପର୍କ I ସେଇଥିପାଇଁ ତ ମୃତ୍ୟୁ ଯାତ୍ରା ବେଳେ ସଂସାରର ସବୁଠୁ ଦାମୀ କଉଡ଼ି ଏବଂ ପଇସାକୁ ବି ଫୋପଡ଼ା ଯାଇଥାଏ I ବିଶ୍ୱାସ ରହିଛି କି ‘ରାମ ନାମ ସତ୍ୟ ହୈ’ କହିବା ଦ୍ୱାରା ମୃତ ବ୍ୟକ୍ତିର ଆତ୍ମା ଶାନ୍ତି ପାଇଥାଏ I ସେ ସ୍ୱର୍ଗଧାମ ପ୍ରାପ୍ତି ହେଇଥାଏ ।
ଯଦିଓ କିଛି ପରିମାଣରେ ଏହା ସତ୍ୟ ତେବେ ଏହା ସେହି ସମ୍ପର୍କୀୟମାନଙ୍କ ପାଇଁ ଯେଉଁମାନେ ଶବ ଯାତ୍ରାରେ ଯାଇଥାନ୍ତି I ସେମାନଙ୍କୁ ସଂସାରର ଅପ୍ରିୟ ସତ୍ୟ ଜଣାଇଦେବାକୁ ଏହା ପୂର୍ବ ପୁରୁଷ ମାନଙ୍କର ଏକ ମହତ କାର୍ଯ୍ୟ I ଅର୍ଥାତ ବେଳ ଥାଉ ଥାଉ ହେ ମଣିଷମାନେ ତମେ ସଜାଗ ହେଇଯାଅ I ମିଛ ମରୀଚିକା ସମ୍ପତି ଲୋଭରେ ପଡ ନାହିଁ I ମିଛ ଦୁନିଆରେ ସତ ସେହି ଜଗନ୍ନାଥ, ପ୍ରଭୁ ରାମଙ୍କୁ ସୁମରଣା କର , ଭଲ କାମ କର ସେହି ହିଁ ତୁମକୁ ମୁକ୍ତି ଦେବେ I କେବଳ ତୁମର ଭଲ କର୍ମ ହିଁ ତୁମକୁ ମୋକ୍ଷ ପ୍ରାପ୍ତି କରିବ I
*ଜୟ ଜଗନ୍ନାଥ*
*🕉️ନମୋ ଭଗବତେ ବାସୁଦେବାୟ🙏🙏🙏*

Leave a Reply

Your email address will not be published. Required fields are marked *