Spread the love

ଯେ କୌଣସି ମୁହୂର୍ତ୍ତରେ ଆସିପାରେ ବିଜେଡିର ଆଉ ଏକ ପ୍ରାର୍ଥୀ ତାଲିକା । ବାଲେଶ୍ୱର ଲୋକସଭା ସହ ବାକି ବିଧାନସଭା ପାଇଁ ହୋଇପାରେ ପ୍ରାର୍ଥୀ ଘୋଷଣା!.

ଆଜି ଆସିପାରେ ବିଜେଡିର ଆଉ ଏକ ପ୍ରାର୍ଥୀ ତାଲିକା । ବାଲେଶ୍ୱର ଲୋକସଭା ସହ ବାକି ଥିବା ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ଦଳ । ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୪ବିଧାନସଭା ଜୟପୁର, ଲକ୍ଷ୍ମୀପୁର, ଚିତ୍ରକୋଣ୍ଡା ଓ ନର୍ଲା ପାଇଁ ଆସିପାରେ ପ୍ରାର୍ଥୀଙ୍କ ନାଁ । ଏହାସହ ବାକି ଥିବା ଏକମାତ୍ର ବାଲେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରେ । ଏହାସହ ପ୍ରାୟ ୨୦ରୁ ୩୦ ଜଣଙ୍କ ନାଁ ଚୂଡ଼ାନ୍ତ ହୋଇପାରେ ବୋଲି ସୂଚନା ମିଳିଛି । ଏବେସୁଦ୍ଧା ବିଜେଡି ୧୦୮ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି ଦଳ । ପ୍ରଥମେ ୭୨, ତା ପରେ ୨୭ ଓ ୯ଟଇ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି । ଏବେ ଆଉ ୩୯ଟି ଆସନ ବାକି ଅଛି!.

Leave a Reply

Your email address will not be published. Required fields are marked *