Spread the love

ଯାହା ମନରେ ଭଲପାଇବା ବେଶି ତା ମନରେ ରାଗ ଅଭିମାନ ବି ବେଶି।ତେଣୁ କେହି ଯଦି ତୁମ ଉପରେ ରାଗ ଅଭିମାନ କରେ ତାହେଲେ ବୁଝିଯାଅ ଯେ ସେ ନିଜଠାରୁ ଅଧିକ ତୁମକୁ ଭଲପାଏ।

କେବେବି ନିଜ ଜୀବନରେ ଘଟୁଥିବା ଦୁଃଖ ପାଇଁ ଅସନ୍ତୋଷ ପ୍ରକାଶ କରନ୍ତୁ ନାହିଁ,କାହିଁକିନା ଭଗବାନ ସର୍ବଦା ଏକ ପ୍ରଭାବଶାଳୀ ବ୍ୟକ୍ତିକୁ ହିଁ କଷ୍ଟ ତରିତ୍ରରେ ଅଭିନୟ କରିବାର ସୁଯୋଗ ଦେଇଥାନ୍ତି।

କାହାକୁ କେବେବି ଛୋଟ ଭାବିବେ ନାହିଁ,କାରଣ ଗୋଟିଏ କଥା ସବୁବେଳେ ମନେ ରଖିବେ ପାଞ୍ଚ ଟଙ୍କାର ପେନ୍ ଟି ପାଞ୍ଚକୋଟି ଟଙ୍କାର ଚେକ୍ ଲେଖିବାକୁ କାମରେ ଲାଗେ।

ପ୍ରତ୍ୟେକ ଭଲ କଥା, ନୀତିଶାସ୍ତ୍ର, ଧର୍ମପୁରାଣ, ପ୍ରବଚନ, ଳ’ତନ୍ତ୍ର, ମନ୍ତ୍ର, ଭଜନ, କୀର୍ତ୍ତନ ଆଦି ମଣିଷ ନିଜେ ପଢି ନପାରିଲେ ମଧ୍ୟ କେବଳ ଶୁଣି ଶୁଣି ସୁଫଳ ପାଇପାରେ।

ଯାବାନର୍ଥ ଉଦପାନେ ସର୍ବତଃ ସଂପ୍ଳୁତୋଦକେ। ତାବାନ୍‌ସର୍ବେଷୁ ବେଦେଷୁ ବ୍ରାହ୍ମଣସ୍ୟ ବିଜାନତଃ।

ଅର୍ଥାତ୍

ଗୋଟିଏ ଛୋଟ କୂଅ ଯେଉଁ ଉଦ୍ଦେଶ୍ୟ ପୁରାଣ କରିପାରେ ତାହା ସମୁଦ୍ର ମଧ୍ୟ ସେହି ଉଦେଶ୍ୟ ପୁରଣ କରି ପାରେ। ଯେଉଁ ମାନଙ୍କର ଭଗବତ ଉପଲବଧୀ ହୋଇ ଯାଏ ସେମାନେ ବେଦ ର ସମସ୍ତ କର୍ମ ବୁଝି ପାରନ୍ତି।

 

ମୟି ସର୍ବାଣି କର୍ମାଣି ସଂନ୍ୟସ୍ୟାଧ୍ୟାତ୍ମଚେତସା ।*
ନିରାଶୀର୍ନିର୍ମମୋ ଭୂତ୍ୱା ଯୁଧ୍ୟସ୍ୱ ବିଗତଜ୍ୱରଃ।*

ସମସ୍ତ କର୍ମକୁ ମୋତେ ଅର୍ପଣ କରି, ପରମାତ୍ମା ରୂପରେ ନିରନ୍ତର ମୋର ଧ୍ୟାନ କର । ସମସ୍ତ ପ୍ରକାରର କାମନା ଓ ମମତାରୁ ମୁକ୍ତ ରହି ଶୋକରହିତ ଭାବରେ ଯୁଦ୍ଧ କର ।

ବାଖ୍ୟା

ଶ୍ରୀକୃଷ୍ଣ, ତାଙ୍କର ନିଜସ୍ୱ ଶୈଳୀରେ, ଗୋଟିଏ ବିଷୟରେ ବିସ୍ତୃତ ବର୍ଣ୍ଣନା କରି ପରିଶେଷରେ ତାର ସାରାଂଶ ଉପସ୍ଥାପନ କରୁଛନ୍ତି । “ଅଧ୍ୟାତ୍ମ ଚେତସା” ଅର୍ଥାତ୍ ଭଗବତ୍ ଚେତନାଯୁକ୍ତ, “ସନ୍ୟସ୍ୟ” ଅର୍ଥାତ୍ ଭଗବାନଙ୍କ ପ୍ରତି ଉଦ୍ଦିଷ୍ଟ ହୋଇ ନ ଥିବା ସମସ୍ତ କର୍ମକୁ ତ୍ୟାଗ କରିବା, “ନିରାଶୀଃ” ଅର୍ଥାତ୍ କର୍ମଫଳରେ ଅନାସକ୍ତ । ଭଗବତ୍ ଚେତନାରେ, ଭଗବାନଙ୍କୁ ଅର୍ପଣ କରି କର୍ମ କରିବା ପାଇଁ, କର୍ତ୍ତୃତ୍ୱାଭିମାନ ତ୍ୟାଗ କରିବା, ସ୍ୱସୁଖ ବାସନା ଓ ଲାଳସା ତ୍ୟାଗ କରିବା ଏବଂ ଶୋକ ରହିତ ହେବା ପରମାବଶ୍ୟକ ଅଟେ।

ପୃର୍ବବର୍ତ୍ତି ଶ୍ଲୋକ ଗୁଡିକରେ ଦିଆ ଯାଇଥିବା ନିର୍ଦ୍ଦେଶ ଗୁଡିକର ସାଂରାଶ ଏହା ଯେ ମନୁଷ୍ୟ ନିଷ୍ଠାପୂର୍ବକ ଏହାର ବିଚାର କରିବା ଆବଶ୍ୟକ, “ମୋର ଆତ୍ମା, ପରମାତ୍ମା ଶ୍ରୀକୃଷ୍ଣଙ୍କର ଏକ ଅତି କ୍ଷୁଦ୍ର ଅଂଶ ଅଟେ । ସେ ସବୁକିଛିର ଭୋକ୍ତା ଏବଂ ସମସ୍ତଙ୍କର ଇଷ୍ଟ ଅଟନ୍ତି । ମୋର ସମସ୍ତ କର୍ମ ତାଙ୍କର ସେବା ପାଇଁ ଉଦ୍ଦିଷ୍ଟ, ଅତଏବ ମୁଁ ନିଜର ସମସ୍ତ କର୍ମ ଏକ ଯଜ୍ଞ ଭାବରେ ତାଙ୍କୁ ଅର୍ପଣ କରିବି । ସେ ମୋତେ ଶକ୍ତି ପ୍ରଦାନ କରୁଛନ୍ତି, ଯଦ୍ୱାରା ମୁଁ ସମସ୍ତ କର୍ମ ଯଜ୍ଞ ଭାବରେ କରିପାରୁଛି । ତେଣୁ ମୁଁ ଯେଉଁ କର୍ମ କରୁଛି ସେଥିପାଇଁ ମୁଁ ନିଜେ ଶ୍ରେୟ ନେବା ଉଚିତ୍ ନୁହେଁ,

“ସମର୍ପଣ ପଥ ବ୍ୟତୀତ ଅନ୍ୟ କୌଣସି ପଥ ନାହିଁ ବୋଲି ମୁଁ କହୁ ନାହିଁ ; କିନ୍ତୁ ସାଧନାର ବୈଚିତ୍ର ଥିଲେ ମଧ୍ୟ ଜଣେ ଜଣେ ଗୋଟିଏ ଗୋଟିଏ ସାଧନାର ମର୍ମ ଉଦ୍ଘାଟନରେ ବ୍ୟାପୃତ ହୁଅନ୍ତି। ତୁମମାନଙ୍କ ମଧ୍ୟରୁ ସମସ୍ତଙ୍କର ସମର୍ପଣ – ସାଧନା ହେବ ବୋଲି ମୁଁ ଆଶା କରୁ ନାହିଁ ; କିନ୍ତୁ ଯେଉଁମାନେ ଆଶ୍ରିତ ଏବଂ ଯେଉଁମାନେ ସ୍ବେଛାରେ ଏ ପଥ ଗ୍ରହଣ କରିଛ, ସେମାନଙ୍କଠାରେ ମୋର ଅଧିକ ଆଶା ଅଛି। ଆଚ୍ଛା, ସମର୍ପଣ – ସାଧନାରେ କୌଣସି ସତ୍ୟ ନିହିତ ଅଛି କି ନାହିଁ, ଶୁଦ୍ଧ ପ୍ରେମରେ, ଶୁଦ୍ଧ ସମର୍ପଣ ଭିତରେ ମନୁଷ୍ୟର ମନୁଷ୍ୟତ୍ୱ ବିକାଶ ହୁଏ କି ନାହିଁ, ଏ ଜୀବନଟା ଭିତରେ ତୁମେମାନେ ତାହା ପରୀକ୍ଷା କରି ଚାଲ।”

Leave a Reply

Your email address will not be published. Required fields are marked *