Spread the love

ପାଇକରା ପୁର ମିନି ଷ୍ଟାଡିୟମ ଠାରେ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଟିତ।
ବଡ଼ଚଣା,୨୬।୩,( ରିପୋର୍ଟ ବେଦପ୍ରକାଶ ନାୟକ) ଗ୍ରାମାଞ୍ଚଳରେ ଗ୍ରାମୀଣ କ୍ରୀଡାର ବିକାଶ ଓ ଭିତ୍ତିଭୂମିର ସୁଦୃଢ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପ୍ରୋତ୍ସାହନ ଜାରି ରଖି ଛନ୍ତି। ରାଜ୍ୟ ସ୍ତରୀୟ ଆମେଚର ଟେନୀ କଏଟ ଆସୋସିଏସନ ପକ୍ଷରୁ ଯାଜପୁର ଜିଲ୍ଲା ଟେନୀ କଏଟ ଆସୋସିଏସନ ଆନୁକୂଲ୍ୟରେ ଛତିଆ ଶୋଲର ସ୍ଥିତ ପାଇକରା ପୁର ମିନି ଷ୍ଟାଡିୟମ୍ ପରିସରରେ କ୍ରୀଡା ପ୍ରତିଭା ସମ୍ମାନ ସମା ରୋହ ଅନୁଷ୍ଠିତ ହୋଇ ଯାଇଛି। ଏହି କ୍ରୀଡା ପ୍ରତିଭା ସମ୍ମାନ ସମାରୋହ ରେ ସମ୍ମାନିତ ଅତିଥି ଭାବେ ସର୍ବ ଭାରତୀୟ ଟେନୀ କଏଟ ଏକାଡେମୀ ର ଉପ – ସଭାପତି ତଥା ବରିଷ୍ଠ ଜନ ନେତା ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଥମେ ଛତିଆ ପିଳିଗ୍ରମ୍ ସେଟ୍ ଠାରେ ପୂର୍ବତନ ସରପଞ୍ଚ ସ୍ୱର୍ଗତ ସଚି ସାମନ୍ତରାୟ ଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ ପରେ ପ୍ରଦୀପ ପ୍ରଜ୍ଜଳନ କରିଥିଲେ। ଓ ସଭା ଆୟୋଜନ କରାଯାଇ ଥିଲ। ପରେ ପାଇକେରା ପୁର ଯାଇ ପ୍ରତିଭା ସମ୍ମାନ ସମାରୋହ ର ସୁଭା ରମ୍ଭ କରିଥିଲେ। ଏହି କାର୍ଯ୍ୟ କ୍ରମରେ ଆସୁସେସନ୍ ର ରାଜ୍ୟ ସାଧାରଣ ସମ୍ପାଦକ ଏସ କେ ସିନା, ରାଜ୍ୟ ସହ ସମ୍ପାଦକ ଦିଲ୍ଲୀପ ଦାସ ଙ୍କ ସମେତ ବଡଚଣା ପଞ୍ଚାୟତ ସମିତି ଅଧ୍ୟକ୍ଷା ମୀନତି ସେନାପତି, ବରିଷ୍ଠ ସମାଜ ସେବୀ ତଥା ଅବସର ପ୍ରାପ୍ତ ଶିକ୍ଷାବିତ୍ ମାଧବାନନ୍ଦ ମହାପାତ୍ର,ଯାଜପୁର ଜିଲ୍ଲା ଟେନୀ କଏଟ ସମ୍ପାଦକ ରମେଶ ବିଶ୍ବାଳ, ଛତିଆ ସମିତି ସଭ୍ୟ ଦୀପକ କୁମାର ସାହୁ ଙ୍କ ସହିତ ସୋଲର ସରପଞ୍ଚ ବିଜୟ କୁମାର ସ୍ବାଇଁ , ଯୁବ ନେତା ଗିରିଶ ଚନ୍ଦ୍ର ପାତ୍ର, ପ୍ରମୁଖ ଯୋଗ ଦେଇଥିଲେ, ଏହି କାର୍ଯ୍ୟ କ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଥିବା ବେଳେ କୁନି କୁନି କଳା କାର ମାନଙ୍କୁ ମୁଖ୍ୟ ଅତିଥି ସମ୍ମାନୀତ କରିଥିଲେ। ଏହି ରାଜ୍ୟ ସ୍ତରୀୟ ପ୍ରତିଭା ସମ୍ମାନ ସମାରୋହ କୁ ସୋଲର ସମିତି ସଭ୍ୟ ସଞ୍ଜୟ ବେହେରା ମଞ୍ଚ ପରିଚାଳନା କରିଥିଲେ। ଅତିଥି ମାନେ ରାଜ୍ୟର କଟକ, ଭଦ୍ରକ, ବାଲେଶ୍ଵର , ଢେଙ୍କାନାଳ, କୋରାପୁଟ ଇତ୍ୟାଦି ଜିଲ୍ଲାର କୃତି ପ୍ରତିଯୋଗୀ ମାନଙ୍କୁ ସମ୍ମାନିତ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ଅବସର ପ୍ରାପ୍ତ ଶିକ୍ଷାବିତ୍ ଶ୍ରୀକାନ୍ତ ପ୍ରହରାଜ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *