Spread the love

ନକଲି ଶିକ୍ଷକଙ୍କ ତଥ୍ୟ ଦିଅ, ୧୧ ଜିଲା ଶିକ୍ଷା ଅଧିକାରୀଙ୍କୁ ଚିଠି

ଯଥାଶୀଘ୍ର ନକଲି ଶିକ୍ଷକଙ୍କ ତଥ୍ୟ ଦେବାକୁ ୧୧ ଜିଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖାଯାଇଛି। ୧୧ଟି ଜିଲା ବାଲେଶ୍ୱର, ଭଦ୍ରକ, ବଲାଙ୍ଗୀର, ଗଜପତି, ଜଗତସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡା, ମାଲକାନଗିରି, ମୟୂରଭଞ୍ଜ ଓ ସମ୍ବଲପୁର ଜିଲାର ଶିକ୍ଷା ଅଧିକାରୀଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି ଲେଖାଯାଇଛି।
ଜାଲ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଶିକ୍ଷକଙ୍କ ସମ୍ପର୍କରେ ରାଜ୍ୟ ସରକାର ଅନୁପାଳନ ସତ୍ୟପାଠ ପ୍ରସ୍ତୁତ କରୁଛନ୍ତି। ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିବେ। ହେଲେ ଏପର୍ଯ୍ୟନ୍ତ ୧୧ଟି ଜିଲାରୁ ତଥ୍ୟ ଆସିନଥିବାରୁ ଅନୁପାଳନ ସତ୍ୟପାଠ ପ୍ରସ୍ତୁତ ହୋଇପାରୁ ନଥିବା ଚିଠିରେ ଉଲ୍ଲେଖ କରାଯାଇଛି। ତୁରନ୍ତ ଏସବୁ ନକଲି ଶିକ୍ଷକଙ୍କ ତଥ୍ୟ ଦେଲେ କମ୍ପଲିଆନ୍ସ ଆଫିଡେଭିଟ୍‍ ବା ଅନୁପାଳନ ସତ୍ୟପାଠ ପ୍ରସ୍ତୁତ କରି କୋର୍ଟରେ ଦାଖଲ କରାଯିବ।

Leave a Reply

Your email address will not be published. Required fields are marked *