Spread the love

ଦିଲ୍ଲୀ ବୈଠକ ଉପରେ ନଜର: କେ.ଭି
-ମେଣ୍ଟ ଚର୍ଚ୍ଚା ଭିତରେ କନକବର୍ଦ୍ଧନ ସିଂହଦେଓଙ୍କ ପ୍ରତିକ୍ରିୟା
-ପୂର୍ବତନ ବିଜେପି ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓ
-‘ଆମେ ଗୋଟିଏ ଶୃଙ୍ଖଳିତ ଦଳର କାର୍ଯ୍ୟକର୍ତ୍ତା ବା ସୈନ୍ୟ’
-‘ଦଳର ସୈନ୍ୟ ଦେଶର ହିତ ପାଇଁ ସବୁ ନିଷ୍ପତି ଗ୍ରହଣ କରେ’!.
‘ବନ୍ଧୁକରୁ ଶେଷ ଗୁଳି ନସରିବା ଯାଏଁ ଯୁଦ୍ଧ ସରିନି’
-ବନ୍ଧୁକ ଏବେ ଖାଲି ହୋଇନାହିଁ ବୋଲି କହିଲେ କେ.ଭି.
-‘ଯେଉଁ ବାବଦରେ ସୂଚନା ନାହିଁ , ସେ ବିଷୟରେ କଣ କହିବୁ’
-‘ଦିଲ୍ଲୀ ବୈଠକ ଉପରେ ଆମର ବି ନଜର ରହିଛି’
-‘ରାଜ୍ୟ ନେତୃତ୍ବ ଦିଲ୍ଲୀରେ ଅଛନ୍ତି , ଫେରିଲେ ଯାହା କହିବେ’!.
ପୁଣି ଉଠିଲା ମେଣ୍ଟ ଧୂଆଁ, ଅମିତ ଶାହାଙ୍କ ସହ ନବୀନ କଥା ହୋଇଥିବା ଚର୍ଚ୍ଚା!

ଉଭୟ ଶିବିରରେ ଅସମ୍ଭବ ନୀରବତା ପରେ ପୁଣି ଥରେ ବିଜୁ ଜନତା ଦଳ(ବିଜେଡି) ଏବଂ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ ମେଣ୍ଟ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରଥମେ ଭାଜପା ସଭାପତି ମନମୋହନ ସାମଲ ଏହି ଖବରକୁ ଖାରଜ କରିବା ପରେ ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ମଧ୍ୟ ମେଣ୍ଟ ହେଉ ନ ଥିବା ଭଳି ଇଙ୍ଗିତ ଦେଇସାରିଲେଣି।

ଏହାରି ମଧ୍ୟରେ ରବିବାର ମନମୋହନଙ୍କ ସମେତ ଭାଜପା ପ୍ରତିନିଧି ଦଳ ଦିଲ୍ଲୀ ଗସ୍ତ କରିଛନ୍ତି।

ଦୁଇ ଦଳ ମଧ୍ୟରେ ମେଣ୍ଟ ହେବା ପାଇଁ ଦିଲ୍ଲୀରେ ଆଲୋଚନା ଚାଲିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଚର୍ଚ୍ଚା ହେଉଛି ଯେ, ଅମିତ ଶାହା ବିଜେଡି ମୁଖିଆ ନବୀନଙ୍କ ସହ କଥା ହୋଇଛନ୍ତି। ଯାହାପରେ ପୁଣି ମେଣ୍ଟ ପାଇଁ ଆଲୋଚନା ଆରମ୍ଭ ହୋଇଛି।

ଅନ୍ୟପଟେ ମେଣ୍ଟ ହେବ ନାହିଁ ବୋଲି କହୁଥିବା ଭାଜପା ସଭାପତି ମଧ୍ୟ ଦିଲ୍ଲୀ ଯିବା ସମୟରେ କହିଛନ୍ତି ‘ମୁଁ ଏବେ କିଛି କହିବା ଠିକ୍ ହେବ ନାହିଁ।’ ଏବେ ଦେଖିବା ବାକି ରହିଲା ଦିଲ୍ଲୀରୁ ଫେରି ମନମୋହନଙ୍କ ପ୍ରତିକ୍ରିୟା କ’ଣ ରହୁଛି ବା କିଛି ବଡ଼ ଘୋଷଣା ହେଉଛି।

Leave a Reply

Your email address will not be published. Required fields are marked *