Spread the love

ମେଣ୍ଟ ର ମାୟା ଜାଲରେ ପାଗେଳା ହେଲେଣି ଦୁଇ ଦଳର ନେତା,,,, କେତେବେଳେ କଣ କହୁଛନ୍ତି ନିଜେ ବି ଜାଣିପାରୁନାହାନ୍ତି,,ମେଣ୍ଟ ନେଇ କୌଣସି ନିଷ୍ପତ୍ତି ହୋଇନି’କିମ୍ବା ହେବନି ବୋଲି କହୁଥିବା ବେଳେ ପୁଣି ଆଲୋଚନା ହେଲାଣି ମେଣ୍ଟ ହେଇପାରେ,
ରାଜ୍ୟରେ ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସବୁ ଭିତରେ ବିଜେପି ଏକା ଲଢ଼ିବାର ବହୁ ସମ୍ଭାବନା ରହିଛି ବୋଲି କହିଥିଲେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ।
ମନମୋହନଙ୍କ ପରେ ସମାନ କଥା କହିଲେ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ୍‌ ସିଂ ତୋମାର
-‘ମେଣ୍ଟ ନେଇ କୌଣସି ଚର୍ଚ୍ଚା ହୋଇନି’
-‘ଏପର୍ଯ୍ୟନ୍ତ ଏନେଇ କୌଣସି ଚର୍ଚ୍ଚା ହୋଇନି’
-‘ଆମେ ରାଜ୍ୟର ସବୁ ସିଟ୍‌ରେ ଲଢ଼ିବାକୁ ପ୍ରସ୍ତୁତି ଜାରି ରଖିଛୁ’
-‘ବିଧାନସଭାରେ ୮୦ରୁ ଅଧିକ ସିଟ୍‌ ପାଇ ସରକାର ଗଢ଼ିବୁ’!.
ଲୋକସଭାରେ ୧୬ରୁ ଅଧିକ ସିଟ୍‌ରେ ବିଜୟୀ ହେବୁ’
-ଆଗରୁ ଦିଲ୍ଲୀ ଯାଇଥିବା ୨ ବିଜେଡ଼ି ନେତାଙ୍କ ସଂପର୍କରେ ଦେଲେ ପ୍ରତିକ୍ରିୟା
-‘ମୋତେ କେହି ଭେଟିନାହାନ୍ତି’
-‘ମେଣ୍ଟ କଥା ଯିଏ କହୁଛି , ତାକୁ ପଚାର’
-ମେଣ୍ଟ ଚର୍ଚ୍ଚା ହୋଇନି ବୋଲି କାଲି କହିଥିଲେ ମନମୋହନ ସାମଲ!.
ତେଣୁ ଲୋଭନୀୟ ଗ୍ୟାରେଂଟି ମାୟାରେ ପଡ଼ନ୍ତୁନି….

ରାଜନୈତିକ ଦଳଗୁଡ଼ିକ ଆୟକର ଛାଡ଼ ସୁବିଧା ପାଇବା ଉଚିତ କି? ଏ ପ୍ରଶ୍ନ ଏବେ ଅଧିକାଂଶ ଭୋଟରଙ୍କୁ ଆନ୍ଦୋଳିତ କରୁଛି । ନିର୍ବାଚନ କମିଶନ ଯୋଉ ଉଦ୍ଦେଶ୍ୟ ରଖି ରାଜନୈତିକ ଦଳଗୁଡ଼ିକୁ ଆୟକର ଛାଡ଼ ସୁବିଧା ପ୍ରଦାନ କରୁଥିଲେ । ସେହି ମହତ ଉଦ୍ଦେଶ୍ୟ ଏବେ ଲାଭଜନକ ବ୍ୟବସାୟରେ ପରିଣତ ହୋଇଛି । ଦୁଇ ଜାତୀୟ ଦଳ ସମେତ ବହୁ ଆଂଚଳିକ ଦଳଗୁଡ଼ିକର ପାଣ୍ଠି ଦିନକୁ ଦିନ ମୋଟା ହେଉଛି ।

ମୁମ୍ବାଇର ଜଣେ ସିଙ୍ଗଡ଼ା ବ୍ୟବସାୟୀ ୫୦୦ କୋଟି ଟଙ୍କାର ମାଲିକ ହେବା ବିଷୟଟାକୁ ଆୟକର ବିଭାଗ ସହି ପାରିଲାନି । ମାତ୍ର ଗୋଟିଏ ଗୋଟିଏ ରାଜନୈତିକ ଦଳର ପାଣ୍ଠିର ଓଜନ ୧୦ହଜାର ୫ହଜାର କୋଟି ଟଙ୍କାକୁ ଟପିଲାଣି । ସେ ବିଷୟଟାକୁ ଆୟକର ବିଭାଗ ପଛକୁ ପକାଇ ଦେଉଛି । ଏପରି କାହିଁକି?

ବାବୁ ରାମଦେବଙ୍କ ପୌରୋହିତ୍ୟରେ ପତଞ୍ଜଳି କମ୍ପାନୀ ତା’ର ବ୍ୟବସାୟ ଜାରି ରଖିଛି । ଏଲୋପାଥିକ କମ୍ପାନୀରୁ ପ୍ରସ୍ତୁତ ବଟିକା ଓ ଔଷଧ ବିରୋଧରେ ବିଷୋଦଗାର କରିବା ସହିତ ପତଞ୍ଜଳି କମ୍ପାନୀ ପ୍ରସ୍ତୁତ ଔଷଧିୟ ସାମଗ୍ରୀଗୁଡ଼ିକ ଭାରତର ଚିକିତ୍ସା କ୍ଷେତ୍ର ପାଇଁ ଦମ୍‌ଦାର ସାବ୍ୟସ୍ତ ହୋଇଛି କହି ବାବୁ ରାମଦେବ ନିକଟରେ ସୁପ୍ରିମକୋର୍ଟଙ୍କ ଛାଟ ଖାଇଛନ୍ତି ।

ବାବୁ ରାମଦେବଙ୍କ ମୁହଁ ଫୁଟାଣି ସୁପ୍ରିମକୋର୍ଟଙ୍କ ଆଖିକୁ ଭଲ ଦେଖାଗଲାନି । ମାତ୍ର ବାବୁ ରାମଦେବଙ୍କ ଯାବତୀୟ ଅପପ୍ରଚାରକୁ ରାଜନୈତିକ ଦଳର ନେତାମାନେ ପ୍ରତିବାଦ କରିନାହାନ୍ତି । ତା’ ମାନେ କ’ଣ ବାବୁ ରାମଦେବ ଓ ରାଜନୈତିକ ନେତାମାନେ ଗୋଟିଏ ଭାଡ଼ିର ପାରା । ଉଭୟ ଜନତାଙ୍କୁ ଧୋକା ଦେବାକୁ ଡାହା ମିଛ କହୁଛନ୍ତି ।

ବିଭିନ୍ନ କମ୍ପାନୀ ପକ୍ଷରୁ ପ୍ରକାଶିତ ଲୋଭନୀୟ ବିଜ୍ଞାପନକୁ ଆଖିବୁଜି ବିଶ୍ୱାସ କରି ଠକାମିର ଶିକାର ହେଉଛନ୍ତି ପ୍ରାୟ ୮୦ ଭାଗ ଜନତା । ଅଧିକ ଭୋଟ ଆଶାରେ ବହୁ ରାଜନୈତିକ ଦଳ ବେଶ କିଛିଦିନ ଧରି ଲୋଭନୀୟ ବିଜ୍ଞାପନ ପ୍ରସାରଣ ଓ ପ୍ରକାଶନ ଆରମ୍ଭ କରିଛନ୍ତି । କିଛି ଜାତୀୟ ଓ ଆଂଚଳିକ ଦଳ ପ୍ରତିଶ୍ରୁତିର ଗ୍ୟାରେଂଟି ଦେଉଛନ୍ତି । ଆମେ କେବଳ ଏତିକି ଚାହୁଁଛୁ, କାହାର ଲୋଭନୀୟ ଗ୍ୟାରେଂଟିକୁ ବିଶ୍ୱାସ କରି ଭୋଟରମାନେ ଯେପରି ପ୍ରତାରଣାର ଶିକାର ନ ହୁଅନ୍ତୁ କାରଣ କମ୍ପାନୀର ମିଛ ପ୍ରତିଶ୍ରୁତିକୁ ଅଦାଲତରେ ଚାଲେଂଜ କରା ଯାଇପାରିବ; କିନ୍ତୁ ରାଜନୈତିକ ଦଳଗୁଡ଼ିକର ଲୋଭନୀୟ ଗ୍ୟାରେଂଟିକୁ କୌଣସି ପରିସ୍ଥିତିରେ ଅଦାଲତରେ ଚାଲେଂଜ କରା ଯାଇପାରିବନି, ସାଧାରଣ ଲୋକଙ୍କୁ ଭକୁଆ ବନେଇବାକୁଉଦ୍ୟମ କରାଯାଉଛି ବୋଲି ଚର୍ଚ୍ଚା ଧରିଲାଣି
ମେଣ୍ଟ ହେଲେ ବିରୋଧୀ ସମୃଦ୍ଧ ହେବ: ସୌମ୍ୟ
ବିଜେଡ଼ି-ବିଜେପି ମେଣ୍ଟ ନେଇ ମତ ରଖିଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ରାଜ୍ୟରେ ବିଜେପି ବିରୋଧୀ ଦଳର ଭୂମିକାରେ ଥିଲା। ଯଦି ବିଜେଡ଼ି-ବିଜେପି ମେଣ୍ଟ ହୁଏ ଗୋଟିଏ ବିରୋଧୀ ଦଳର ଅଭ୍ୟୁଦୟ ହେବ!,ପୁଣି ଚର୍ଚ୍ଚା ଧରିଲାଣି ED ଚଢ଼ାଉ କରିବ ବୋଲି ଚର୍ଚ୍ଚା ଧରିଥିବା ବେଳେ ଆରମ୍ଭ ହେଲାଣି ଧୂଆଁଧାର ଚଢ଼ାଉ,
-ଯେମିତି ED ଚଢ଼ାଉରେ ମିଳିଲା ୩୦ ଲକ୍ଷ ନଗଦ ଟଙ୍କା
-୨ କେଜି ଓଜନର ସୁନା ବି ମିଳିଲା
-ଯାହାର ମୂଲ୍ୟ ୧. ୨୪କୋଟି ଟଙ୍କା ହେବ
-କେନ୍ଦୁଝର ଯୋଡ଼ାରେ ଇଡି ଚଢାଉ ବେଳେ ମିଳିଲା ଟଙ୍କା
-ଦୀପକ ଗୁପ୍ତା ଓ ସହଯୋଗୀଙ୍କ ୧୨ଟି ସ୍ଥାନରେ ହୋଇଥିଲା ରେଡ୍
-ବିଦେଶୀ କାର୍, ସମ୍ପତ୍ତି, ଆପତ୍ତିଜନକ କାଗଜପତ୍ର ଜବତ!.ତେଣୁ ଯଦି ମେଣ୍ଟ ହୁଏ କଣ ପରିସ୍ଥିତି ହେବ ଦେଶର କିଏ କହିବ,

Leave a Reply

Your email address will not be published. Required fields are marked *