ମନମୋହନଙ୍କ ପରେ ମେଣ୍ଟକୁ ନା କଲେ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର। କହିଛନ୍ତି , ମେଣ୍ଟ ନେଇ ଦିଲ୍ଲୀରେ କୌଣସି ଆଲୋଚନା ହୋଇନାହିଁ। ରାଜ୍ୟରେ ଦଳ ୮୦ରୁ ଅଧିକ ବିଧାନସଭା ଏବଂ ୧୬ରୁ ଅଧିକ ଲୋକସଭା ଆସନ ଜିତିବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ। ଆଗାମୀ ନିର୍ବାଚନରେ ଦଳ ସବୁ ଆସନରେ ପ୍ରାର୍ଥୀ ଦେବ। ବର୍ତ୍ତମାନ ପୁରୀ ଓ ଭୁବନେଶ୍ୱରରେ ବିଜେପି ସାଂସଦ ଅଛନ୍ତି!.
କେବଳ ଏହି ଦୁଇଟି ଆସନ ନୁହେଁ , ସବୁ ସିଟରେ ଦଳ ଲଢ଼ିବ ବୋଲି କହିଛନ୍ତି ତୋମାର। ଗତକାଲି ଦିଲ୍ଲୀରୁ ଫେରିବା ପରେ ମେଣ୍ଟ କଥାକୁ ଅସ୍ୱୀକାର କରିଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। କହିଥିଲେ , ବୈଠକରେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ। ନିର୍ବାଚନରେ ଦଳ ଏକାକୀ ଲଢ଼ି ସରକାର ଗଠନ କରିବା ନେଇ ଦମ୍ଭୋକ୍ତି ଦେଖାଇଥିଲେ ମନମୋହନ!.
ଅପରାଜିତାଙ୍କ ପ୍ରତିକ୍ରିୟା………..
ରାଜ୍ୟରେ ବିଜେଡ଼ି-ବିଜେପି ମେଣ୍ଟ ଚର୍ଚ୍ଚା ପ୍ରସଙ୍ଗରେ ମନମୋହନ ସାମଲଙ୍କୁ ସମର୍ଥନ ଜଣାଇଲେ ସାସଂଦ ଅପରାଜିତା ଷଡ଼ଙ୍ଗୀ , ସୋସିଆଲ ମିଡିଆରେ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା- ବିଜେପି ଏକାକୀ ଲଢ଼ିବ ବୋଲି କହିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ!.
ମେଣ୍ଟ ଆଲୋଚନା ହୋଇନି ବୋଲି ଆମ ସଭାପତି କହିସାରିଛନ୍ତି’
-‘୧୧୨ ସିଟ୍ ଜିତିଥିବା ବିଜେଡ଼ି ସିଧା କହୁନି ମେଣ୍ଟ ହେବନି ବୋଲି’
-‘ମେଣ୍ଟ ହେଲେ ପ୍ରଦୀପକୁ ଟିକେଟ ଦେବନି ବୋଲି ସର୍ତ୍ତ ଥିବା ଚର୍ଚ୍ଚା ହେଉଛି’!.