Spread the love

ମାର୍ଚ୍ଚ ୨୦! ବିଶ୍ଵ ପଖାଳ ଦିବସ !
ପଖାଳ ଦିବସ ବିଶେଷାଙ୍କ ରେ ନୂଆ ପୁରୁଣା ୩ଟି କବିତାର ମଜା ନିଅନ୍ତୁ ।
ଏହି ଅବସରରେ ବିଶ୍ଵର କୋଣ ଅନୁକୋଣରେ ଥିବା ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । କବିତା ମାଧ୍ୟମରେ ଆଜିର ଦିନକୁ ମନେ ପକେଇବାର ପ୍ରୟାସ।ମୁଁ ତ ପାଳୁଛି ! ଆପଣ ମାନେ ପାଳିବେ ନିଶ୍ଚୟ।କଥାରେ ଅଛି ଢ଼ିଙ୍କି ସ୍ୱର୍ଗକୁ ଗଲେ ଧାନ କୁଟିବ । ଓଡ଼ିଆ ବି ସ୍ୱର୍ଗକୁ ଗଲେ ମଧ୍ଯ ସେଠି ପଖାଳ ଖାଇବା ପାଇଁ ଭୁଲିବିନି ।ଆଧୁନିକ ଯୁଗ ଯେତେ ଆଗକୁ ଯାଉ, ପଖାଳକୁ ଛାଡ଼ି ଓଡ଼ିଆ ରହି ପାରିବନି ।
ପଖାଳ ଗଣ୍ଡେ ..
ପଡିଲେ ଓଡ଼ିଆ ତୁଣ୍ଡେ ..
ବୁଲିଆସେ ବିଶ୍ବ ବ୍ରହ୍ମାଣ୍ଡେ ..
ଚିନ୍ତା ନଥାଏ ମୁଣ୍ଡେ ..
କାରଣ ଆମେ ପକ୍କା ଓଡ଼ିଆ ଖଣ୍ଡେ ..
ଏସବୁ ହେଉଛି ପ୍ରକୃତ ଓଡ଼ିଆର ପରିଚୟ ଆଜ୍ଞା । ଡାଇନିଂ ଟେବୁଲ୍ ନୁହେଁ , ପିଢ଼ା ଉପରେ ବସି ଖାଇବାର ମଜା ନିଆରା ..

ପଖାଳ । କେବଳ ଗୋଟିଏ ଦିନ ମାର୍ଚ୍ଚ ୨୦ କାହିଁକି, ୩୬୫ ଦିନ ହିଁ ଓଡ଼ିଆ ପାଇଁ ପଖାଳ ଦିବସ । ଏଠି କିଛି ଅଣ ଓଡ଼ିଆଙ୍କୁ ଆମ ପଖାଳର ସ୍ଵାଦ ଚଖେଇ ଦେଇଛି। ଖରା, ବର୍ଷା, ଶୀତ ଓ କାକର ସବୁବେଳେ ସାଥୀ ହୋଇ ରହିଛି ଓଡ଼ିଆର। ମୋ ମତରେ ଓଡ଼ିଆର ପ୍ରଥମ ପରିଚୟ ମହାପ୍ରଭୁ ଜଗନ୍ନାଥ । ଦ୍ଵିତୀୟ ପରିଚୟ ପଖାଳ । ଓଡ଼ିଆ ହୋଇ ଯିଏ ପଖାଳ କୁ ଭୁଲିଯାଏ ସେ ପ୍ରକୃତ ଓଡ଼ିଆ ହିସାବରେ ଖାତାରେ ଗଣା ହୁଏନି। ମା ମହାଲକ୍ଷ୍ମୀ ପଖାଳ କଂସା ସଜେଇ ବଡ଼ ଠାକୁରଙ୍କୁ ପରଶି ଦିଅନ୍ତି । ଆନନ୍ଦରେ ଦୁଇ ଭାଇ ଭୋଜନ କରନ୍ତି ପଖାଳ ।ଏହା ଆମ ସଂସ୍କୃତି । ଭୀଷଣ ଗରମରୁ ରକ୍ଷା ପାଇବାର ଅନ୍ୟ ଏକ ରାସ୍ତା ।ସେଥିପାଇଁ ସରକାର ମଧ୍ୟ କହିଛନ୍ତି ଗ୍ରୀଷ୍ମର ପ୍ରଭାବରେ ଅଂଶୁଘାତରୁ ରକ୍ଷା ପାଇବାର ଅମୋଘ ଅସ୍ତ୍ର ଆମ ପଖାଳ ।ଆସନ୍ତୁ ନିଜେ ପାଳିବା ସହିତ ଅଣ ଓଡ଼ିଆଙ୍କୁ ମଧ୍ୟ ପଖାଳର ମହିମା ଜଣାଇ ଓଡ଼ିଶାର ଖାଦ୍ୟକୁ ବିଶ୍ଵ ଦରବାରରେ ପ୍ରତିଷ୍ଠିତ କରେଇବା।
🙏🙏

Leave a Reply

Your email address will not be published. Required fields are marked *

You Missed