Spread the love

ମାର୍ଗଶିର ମାସର ମାହାତ୍ମ୍ୟ,,,ହିନ୍ଦୁ ଧର୍ମରେ ପ୍ରତ୍ୟେକ ମାସର ନିଜର ଭିନ୍ନ ମହତ୍ତ୍ୱ ରହିଛି। ପ୍ରତ୍ୟେକ ମାସ କୌଣସି ନା କୌଣସି ଦେବଦେବୀଙ୍କୁ ସମର୍ପିତ ଥାଏ ଏବଂ ସେହି ମାସରେ ସେହି ଦେବତାଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ। ଶାସ୍ତ୍ର ମୁତାବକ, ମାର୍ଗଶୀର ମାସ ମା’ ଲକ୍ଷ୍ମୀଙ୍କୁ ସମର୍ପିତ ରହିଛି। ଏଥି ସହିତ ଏହି ମାସରେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ଭକ୍ତି ମଧ୍ୟ ସର୍ବୋତ୍ତମ ବୋଲି ବିଶ୍ୱାସ କରାଯାଏ। କହି ରଖୁଛୁ, ଗୀତାରେ ଶ୍ରୀକୃଷ୍ଣ ନିଜକୁ ମାର୍ଗଶୀର ମାସ ବୋଲି ବର୍ଣ୍ଣନା କରିଛନ୍ତି।

ସ୍କନ୍ଦପୁରାଣ ଅନୁସାରେ, ମାର୍ଗଶୀର ମାସକୁ ଶ୍ରୀକୃଷ୍ଣ ନିଜର ପ୍ରିୟ ମାସ ବୋଲି କହିଛନ୍ତି। ଏହି ସମୟରେ ସକାଳେ ଜଲ୍‌ଦି ଉଠି ପୂଜା କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ଏହି ମାସରେ ନଦୀରେ ସ୍ନାନର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। କୁହାଯାଏ, ଯଦି ପବିତ୍ର ନଦୀରେ ସ୍ନାନ ସମ୍ଭବ ନ ହେଉଛି, ତା’ ହେଲେ ବ୍ୟକ୍ତି ନିୟମିତ ରୂପେ ସ୍ନାନ ପାଣିରେ ଗଙ୍ଗାଜଳ ପକାଇ ମଧ୍ୟ ସ୍ନାନ କରି ପାରିବ। ଏହାଦ୍ୱାରା ଶ୍ରୀକୃଷ୍ଣ ପ୍ରସନ୍ନ ହୁଅନ୍ତି।

ମହାଭାରତ ଅଧ୍ୟାୟରେ କୁହାଯାଇଛି କି, ମାର୍ଗଶୀର ମାସରେ ବ୍ୟକ୍ତିକୁ ଗୋଟିଏ ହିଁ ସମୟରେ ଭୋଜନ କରିବା ଦରକାର। ଏହି ଦିନମାନଙ୍କରେ ନିଜର ସାମର୍ଥ୍ୟ ଅନୁସାରେ ମଧ୍ୟ ବ୍ରାହ୍ମଣମାନଙ୍କୁ ଭୋଜନ କରାଇବା ଉଚିତ୍‌। ଏହି ସବୁ ନିୟମଗୁଡ଼ିକୁ ଅନୁସରଣ କରିବା ଦ୍ୱାରା ସମସ୍ତ ପ୍ରକାର ରୋଗ ଏବଂ ପାପରୁ ମୁକ୍ତି ମିଳିଥାଏ। କୁହାଯାଏ, ଏହି ମାସରେ ବ୍ରତ ରଖିବା ଦ୍ୱାରା ବ୍ୟକ୍ତି ନିରୋଗ ଏବଂ ବଳବାନ ହୋଇଥାଏ। ଏଥି ସହିତ ବ୍ୟକ୍ତିର ଆଗାମୀ ଜନ୍ମ ମଧ୍ୟ ସୁଖମୟ ହୋଥାଏ।

ମାର୍ଗଶୀର ମାସରେ ଚାନ୍ଦି ଏବଂ ଅନ୍ନ ଦାନକୁ ବି ବହୁତ ଶୁଭ ବୋଲି କୁହାଯାଇଛି। ଏହାଦ୍ୱାରା ବ୍ୟକ୍ତିକୁ ଯୌନ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକରୁ ଛୁଟକାରା ମିଳିଥାଏ। ବ୍ୟକ୍ତି ବଳବାନ ହୋଇଥାଏ। ଏହି ମାସରେ ଅନ୍ନ ଦାନ ଦ୍ୱାରା ବ୍ୟକ୍ତିର ସମସ୍ତ ଇଚ୍ଛା ପୂରଣ ହୋଇଥାଏ ଏବଂ ଦୁଃଖର ନାଶ ହୋଇଥାଏ।

Leave a Reply

Your email address will not be published. Required fields are marked *