Spread the love

ମାତୃଭାଷାର ପ୍ରଚାର ଓ ପ୍ରସାର ପାଇଁ ଛାତ୍ରଛାତ୍ରୀ କରିବେ ଶପଥପାଠ

ପ୍ରଦୀପ କୁମାର ପଣ୍ଡା
ଦର୍ଶନ ସମୀକ୍ଷା, ଭୁବନେଶ୍ୱର

‘ଅନ୍ତର୍ଜାତୀୟ ମାତୃଭାଷା ଦିବସ’ ଅବସରରେ ମାତୃଭାଷାର ପ୍ରଚାର ଓ ପ୍ରସାର ପାଇଁ ସମସ୍ତ ବିଦ୍ୟାଳୟରେ ଶପଥପାଠ କରିବେ ଛାତ୍ରଛାତ୍ରୀ। ଏହାସହ ମାତୃଭାଷାରେ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ। ମାତୃଭାଷା ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ, ସୃଜନଶୀଳତାର ପରିପ୍ରକାଶ ଏବଂ ମାତୃଭାଷା ବ୍ୟବହାର ପ୍ରତି ସେମାନଙ୍କୁ ଉତ୍ସାହିତ କରିବା ଏହାର ପ୍ରମୁଖ ଲକ୍ଷ୍ୟ ରହିଛି।

ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ), ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ଓ ସମଗ୍ର ଶିକ୍ଷା ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଅବଗତ କରାଯାଇଛି। ଶପଥ ପାଠ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ଏବଂ ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟିର ସହଯୋଗରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାତୃଭାଷାର ପ୍ରଚାର ପ୍ରସାର କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୨୧ ତାରିଖକୁ ‘ଅନ୍ତର୍ଜାତୀୟ ମାତୃଭାଷା ଦିବସ’ ଭାବେ ପାଳନ କରାଯାଉଛି।

ଏହାକୁ ଅଧିକ ବ୍ୟାପକ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଉଛି। ଚଳିତ ବର୍ଷ ‘ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ ଆୟୋଜନ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଷାପ୍ରିତି ସୃଷ୍ଟି କରିଛନ୍ତି। ଛାତ୍ରଛାତ୍ରୀଙ୍କ ମାତୃଭାଷାରେ ଥିବା ପ୍ରତିଭାକୁ ପ୍ରସ୍ଫୁଟିତ କରିବା ପାଇଁ ବିଦ୍ୟାଳୟ, ବ୍ଲକ ଓ ଜିଲ୍ଲାସ୍ତରରେ ମଧ୍ୟ ବହୁ କାର୍ଯ୍ୟକ୍ରମ କରାଯାଉଛି।

Related Post

Leave a Reply

Your email address will not be published. Required fields are marked *

You Missed