Spread the love

.

*⚜️ ଏ ବିଶ୍ଵଆତ୍ମା ଯେହୁ ହୁଏ। ବିରାଜେ ସ୍ଵୟଂ ସର୍ବଦେହେ। ସୃଜଇ ପାଳଇ ସଂହାରେ। ବାଳକ- ଲୀଳାରେ ବିହରେ।*

*🔱 (ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଓଡ଼ିଆ ଭାଗବତ , ଅଷ୍ଟମ ସ୍କନ୍ଧ , ପ୍ରଥମ ଅଧ୍ୟାୟ)*

*⚜️ ପ୍ରସଙ୍ଗ – ମନ୍ଵନ୍ତରାନୁଚରିତ*

*🔱 ଅର୍ଥ – ତପସ୍ୟାରେ ରତ ଥିବା ସାୟମ୍ଭୁବ ମନୁ ଭଗବାନଙ୍କୁ ସ୍ତୁତି କରି କହିଲେ , ଏହି ବିଶ୍ଵରେ ସର୍ବତ୍ର ଓ ସମସ୍ତ ପ୍ରାଣୀମାନଙ୍କ ଭିତରେ ଯେଉଁ ପରମାତ୍ମା ବିରାଜମାନ କରିଛନ୍ତି , ଏହି ବିଶ୍ଵ ଯେଉଁ ପରମାତ୍ମାଙ୍କର ଏକ ଖେଳଘର ଅଟେ ଓ ବାଳକମାନେ ଖେଳିବା ପାଇଁ ଖେଳଘର ତିଆରି କରି ଖେଳିଲା ପରେ ତାକୁ ପୁଣି ଭାଙ୍ଗି ଦେବାପରି ଯେଉଁ ପରମାତ୍ମା ନିଜର ଲୀଳା କରିବା ନିମନ୍ତେ ଏହି ବିଶ୍ଵକୁ ସୃଷ୍ଟି , ପାଳନ ଓ ସଂହାର କରିଥାନ୍ତି ମୁଁ ସେହି ପ୍ରଭୁଙ୍କର ଶରଣ ନେଉଛି।*

*🔱 ଭାବାର୍ଥ- ବିଶ୍ଵାତ୍ମା ଭଗବାନ ବିଶ୍ଵରେ ସର୍ବତ୍ର ଓ ସକଳ ପ୍ରାଣୀମାନଙ୍କ ଭିତରେ ବିରାଜମାନ କରିଛନ୍ତି ଏବଂ ଏହି ଜଗତ ତାଙ୍କର ଏକ ଖେଳଘର ଅଟେ।*ଯେମିତି ମହାଭାରତ ଯୁଧ୍ୟରେ ମହାନ ପରାକ୍ରମୀ ଯୋଦ୍ଧା ମାନେ ନିପାତ ହେଲେ. କେହିଜାଣିନଥିଲେ ଏପରି ହେବ ବୋଲି.. ବର୍ତମାନ ବି ସେଇ ଲୀଳାମୟଙ୍କ ଲୀଳା ଚାଲୁଛି କେତେ ବଡ଼ ବଡ଼ ସାଧୁ ସନ୍ଥ. ନେତା ମାଫିଆ ମାନଙ୍କ ପରାକ୍ରମ ଶେଷ ହେଇଛି.. ସମୟ ଆସିଛି ମନୁଷ୍ୟ ମାନେ ଯଦି ଜାଣି ଚିନ୍ତା କରିବାକୁ ପଡିବ… ଜୟ ଜଗନ୍ନାଥ 🙏

.

Leave a Reply

Your email address will not be published. Required fields are marked *