Spread the love

*ପ୍ରଭୁ ହେ! ତୁମ ଦର୍ଶନ ପାଇଁ ବ୍ୟାକୁଳ ଏ ମନ ଲୋତକ ପୂର୍ଣ୍ଣ ଏ ଆଖି। ତୁମ ସେ ଦିବ୍ୟ ମନୋହର ଅପଲକ ନୟନ ସହ ଟିକେ ଏ ଚର୍ମ ଚକ୍ଷୁ ମିଳନ ପାଇଁ ଆଶା କରିଛି। କେବେ ତୁମେ ଦର୍ଶନ ଦବ ଏ ଜୀବ ଧନ୍ୟ ହେବ…. ସେ ଚକାଆଖି ସଙ୍ଗେ ଆଖି ମିଶିଗଲେ କାହିଁକି ଏ ଆଖି ଓଦା ହେଇଯାଏ କିଏ ବା ଜାଣେ? ତୁମ ପ୍ରତି ଅନାବିଳ ପ୍ରେମ ର ନିଦର୍ଶନ କି ମଣିମା? ତୁମ ପାଇଁ ଏ ଓଡ଼ିଆ ଜାତିର ଭକ୍ତି ଓ ଭଲ ପାଇବା କେତେ ଯେ ପବିତ୍ର ତାହା ତୁମକୁ କଣ ଅଜଣା? ମହାମାରୀ ସମୟରେ କେତେ ଯେ କାନ୍ଦିଛି ଏ ଓଡ଼ିଆ ଜାତି ତା ପରାଣପ୍ରିୟ ଠାକୁର ଙ୍କ ଟିକେ ଦର୍ଶନ ପାଇଁ ।କେତେ ବ୍ୟାକୁଳ ହୋଇ ଉଠିଛି ଏ ଓଡ଼ିଆ ଜାତି। ପ୍ରତି ଟି ଲୁହ ବିନ୍ଦୁ ଯେ ମହାପ୍ରଭୁ ଙ୍କ ପାଇଁ ବୋହି ଯାଇଚି ତାହା ବା କିଏ ବଖାଣିବ?*

*ବାସ୍ ଗୋଟିଏ ଆଶା ଥର ଟେ ଦେଖିଦେଇ ଆସିବି ମୋ କାଳିଆ ପୁଅ କୁ ମୋ କାଳିଆ ସୁନା କୁ ❤️🥺। ବେଳେ ବେଳେ ଭାବନା ଆସେ ମହାପ୍ରଭୁ ଙ୍କୁ କଣ କଷ୍ଟ ହୁଏନି? ତାଙ୍କ ଭକ୍ତ ଏତେ ଯେ କାନ୍ଦୁଛନ୍ତି ତାଙ୍କ ପାଇଁ? ତାଙ୍କୁ ଫରକ୍ ପଡ଼େନି? କିନ୍ତୁ ଭକ୍ତ ତାଙ୍କର ଯେ ଏତେ ଦୁଃଖ ପାଇଲା ପରେ ବି ତା ଭକ୍ତି ଓ ଭଲପାଇବା ରେ ତିଳେମାତ୍ର ଉଣା କରେନା ବରଂ ତା ଭକ୍ତି ଆହୁରି ସୁଦୃଢ ହୁଏ ତା ଜାତି ର ଦେବତା ଙ୍କ ପାଇ. ଇତିହାସ କୁହେ ମୋଗଲ ସମ୍ରାଟ ଔରଂଜେବ ଙ୍କ ଯୁବାବସ୍ଥାରୁ ଜଗନ୍ନାଥ ଙ୍କ ଉପରେ ଗବେଷଣା ଆରମ୍ଭ କରିଥିଲେ.ରହସ୍ୟମୟ ଠାକୁର ବି ଦିନେ ମୋଗଲ ସନ୍ତାନ ଔରଙ୍ଗଜେବ କୁ ଦର୍ଶନ ଦେଇ ଇତିହାସ କୁ ବଦଳେଇଥିଲେ ଓ ତାଙ୍କ ମୁଣ୍ଡରେ ପୂରେଇଥିଲେ କିପରି ବେଙ୍ଗଲ ର ହିନ୍ଦୁ ଯୁବକ ମୁସଲିମ ଧର୍ମ ଗ୍ରହଣ କରି କଳାପାହାଡ଼ ହେଇ ପୁରୀ ଆସି ଆତଙ୍କ ଖେଳେଇଥିଲା ତାରପ୍ରତିଶୋଧ ଔରଙ୍ଗଜେବ ଜୋର ଜବରଦସ୍ତ ସମ୍ରାଟ ହେଇ ନିଜ ପିତାକୁ ଆଠ ବର୍ଷ ବନ୍ଦୀ ବନେଇଥିଲେ. ଇତିହାସ କୁହେ ଔରଙ୍ଗଜେବ ତାଙ୍କ ପଚାଶ ବର୍ଷ ଭିତରେ କେବେ ମହାପ୍ରଭୁ ଙ୍କୁ କ୍ଷତି ପହଞ୍ଚେଇ ନାହାନ୍ତି ବରଂକଥିତ ଅଛି ସେ ନିଜର ଆରାଧ୍ୟ୍ୟ ଦେବତା ଆଲ୍ଲା ଙ୍କୁ ଜଗନ୍ନାଥ ରୂପେ ଦର୍ଶନ ପାଇଥିଲେ ସେବେଠୁ ମୁସଲିମ ମାନେ ଆଲ୍ଲା ଙ୍କୁ ଜଗନ୍ନାଥ ରୂପେ ବିବେଚନା କରିଆସୁଛନ୍ତି. ଶାହଜାନ ଙ୍କ ମୁର୍ତ୍ତୁ ପରେ କେବେ ବି ମୋଗଲ ମାନେ ଆକ୍ରମଣ କରିବା ଶୁଣାଯାଏନି. ହୁଏତ କିଛି ଇତିହାସକାର ଙ୍କ ମତରେ ବ୍ରିଟିଶ ମାନେ ଏ ସବୁ ତଥ୍ୟ ଜାଣି ଆହୁରି ଟିକେ ଆଗକୁ ଯାଇ ରହସ୍ୟମୟ ଜଗନ୍ନାଥ ଙ୍କ ଉପରେ ଗବେଷଣା କରି ସେମାନଙ୍କ ଶାସନ କାଳରେ ଦେଶ ବିଦେଶରୁ ବହୁତ ଧନୀ ଶ୍ରେଣୀୟ ବ୍ୟକ୍ତି ମାନଙ୍କୁ ଆଣି ପୁରୀରେ ବସେଇଥିଲେ ଓ ବିଭିନ୍ନ ସେବାରେ ଲଗାଇଥିଲେ ଯାହା ଆଜି ଆମେ ମାନେ ପୁରୀରେ ଦେଖୁଛେ ବହୁତ ଧର୍ମଶାଳା ମଠ ଓ ସମାଜ ସେବା କାର୍ଯ୍ୟ ମାନ ରାଜସ୍ତାନ. ଗୁଜୁରାଟ. ପଞ୍ଜାବ.ଉତ୍ତରପ୍ରଦେଶ ର ସେଠ ମାନେ ଦୁଇ ଶହ ବର୍ଷ ହେବ କରିଆସୁଛନ୍ତି.. କହିବାକୁ ଗଲେ ବ୍ରିଟିଶ ମାନେ ସେମାନଙ୍କ ଆଖି ମୂଳରୁହିଁ ମିସେଇଥିଲେ.. ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ…

Leave a Reply

Your email address will not be published. Required fields are marked *