ଏ ଶରୀର, କଳ୍ପନା, ଆଶା, ଆକାଂକ୍ଷା, ଧନ ସମ୍ପତ୍ତି ସବୁ କିଛି ଧ୍ୱଂସ ହୋଇଯାଏ ମୃତ୍ୟୁରେ….
ମୃତ୍ୟୁ ଆଗରୁ ଏମିତି କିଛି କାମ କରାଯିବା ଆବଶ୍ୟକ ଯାହା ଫଳରେ କାଳ କବଳିତ କରିପାରିବନି ଯଶକୁ, ସୁନାମକୁ….
କୁହାଯାଏ ଯେ ମହତ୍ କର୍ମର ଫଳ ନିର୍ମଳ ଓ ସାତ୍ତ୍ୱିକ, ରାଜସିକ କର୍ମର ଫଳ ଦୁଃଖମୟ ଓ ତାମସିକ କର୍ମର ଫଳ ଅଜ୍ଞାନତା ବା ମୂଢତା।
ସତ୍ତ୍ୱଗୁଣରୁ ଜ୍ଞାନ ଉଦୟହୁଏ, ରଜୋଗୁଣରୁ ଲୋଭ ଜାତହୁଏ ଏବଂ ତମୋଗୁଣରୁ ଜାତହୁଏ ପ୍ରମାଦ ମୋହ ଓ ଅଜ୍ଞାନତା।
ସତ୍ତ୍ୱଗୁଣୀ ବ୍ୟକ୍ତିମାନେ ଉଦ୍ର୍ଧ୍ୱଲୋକକୁ ଗମନ କରନ୍ତି ଓ ରଜୋଗୁଣୀ ମଧ୍ୟଲୋକରେ ଅବସ୍ଥାନ କରନ୍ତି ।ମାତ୍ର ଜଘନ୍ୟ ଗୁଣସମ୍ପନ୍ନ ନିଚବୁଦ୍ଧି ତମୋଗୁଣୀବ୍ୟକ୍ତି ଅଧୋଗତି ଲାଭ କରନ୍ତି।
ଯେ ଦ୍ରଷ୍ଟା ଦେଖିପାରନ୍ତି ଯେ ଗୁଣ ବ୍ୟତୀତ ଅନ୍ୟ କର୍ତ୍ତା କେହିନାହିଁ ଓ ନିଜକୁ ଗୁଣରୁ ଅତୀତ ବୋଲି ଜାଣିପାରନ୍ତି ସେ ମୋ ଭାବକୁ ପ୍ରାପ୍ତହୁଅନ୍ତି।
ଦେହର ଉତ୍ପତ୍ତିର କାରଣ ସ୍ୱରୂପ ତ୍ରୀଗୁଣରୁ ଅତୀତ ହୋଇଗଲେ ଦେହୀ ବା ଜୀବ ଜନ୍ମ ମୃତ୍ୟୁ ଜରା ଓ ଦୁଃଖରୁ ମୁକ୍ତିପାଇ ମୋକ୍ଷଲାଭ କରିଥାଏ।