ଓଡ଼ିଆ ର ଅସ୍ମିତା ଦିବସ ପାଳନ।
ଆଜି ତା ୦୪-୦୨-୨୦୨୪ ରିଖ ମଧୁ ସ୍ମୃତି ସଂସ୍ଥାନ ର ଆନୁକୁଲ୍ୟରେ ମଧୁସୁଦନ ସଂଗ୍ରହାଳୟ, କଟକ ଠାରେ କୁଳବୃଦ୍ଧ ମଦୁସୁଦନଙ୍କ ୯୦ ତମ ଶ୍ରାଦ୍ଧ ଦିବସକୁ ଓଡ଼ିଆର ଅସ୍ମିତା ଦିବସ ରୂପେ ପାଳନ କରା ଯାଇଥିଲା। ସଂସ୍ଥାନ ର ସଭାପତି ଶଶି ଭୂଷଣ ଦାସ ଙ୍କ ସଭାପତିତ୍ବରେ ଏକ ସଭା ଆୟୋଜନ କରା ଯାଇ ମଧୁ ସ୍ମୃତି ଚାରଣ କରା ଯାଇଥିଲା। ପର ପିଢ଼ି ଙ୍କୁ ଓଡ଼ିଆ ଓ ଓଡ଼ିଶା ବିଷୟରେ ଅବୋଗତ କରାଇବା ପାଇଁ ପାଠ୍ୟ ଖସଡ଼ା ପ୍ରସ୍ତୁତ କରିବାକୁ ବିଧାନସଭାରେ ଉପସ୍ଥାପିତ କରିବା ପାଇଁ କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ୍ ତାଙ୍କ ଅଭିଭାଷଣରେ ପ୍ରସ୍ତାବ ରଖିଥିଲେ। ସଂସ୍ଥାନ ର ଅଧକ୍ଷ ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ମୁଖ୍ୟ ଉପଦେଷ୍ଟା ଅକ୍ଷୟ କୁମାର ଦାସ ଓ ସଂପାଦକ ଜ୍ଞାନ ରଞ୍ଜନ ସାମନ୍ତରାୟ ପ୍ରମୁଖ ମଧୁବାବୁଙ୍କ ଏକ ୫୦ ଫୁଟ ଉଚ୍ଚତାର ପ୍ରତିମୂର୍ତ୍ତି ସ୍ଥାପନା ସହିତ ଏକ ପାଠାଗାର ଓଡ଼ିଶା ଇତିହାସ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କ ଆବୋଗତ ପାଇଁ କଟକ ଠାରେ ପ୍ରତିଷ୍ଠା କରିବା ପାଇଁ ଦାବି ରଖିଥିଲେ। ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ, କର୍ପୋରେଟର ଲିଯାରାଣି ରାଉତ ଓ କର୍ପୋରେଟର ବସନ୍ତ କୁମାର ବେହେରା, ମଧୁ ପ୍ରେମୀ ଗଗନ ଚନ୍ଦ୍ର ମେହେର ପ୍ରମୁଖ ତାଙ୍କର ବକ୍ତବ୍ୟ ରେ ଓଡ଼ିଶା ଓ ଓଡ଼ିଆ ପାଇଁ ମଧୁ ସୁଦନ ଙ୍କ ଅତୁଳନୀୟ କାର୍ଯ୍ୟ କୁ ମନେ ପକାଇ ଓଡିଆ ର ଅସ୍ମିତା ର ପ୍ରତୀକ ରୂପେ ମଧୁସୂଦନ ବୋଲି କହିଥିଲେ। ଉକ୍ତ ସଭାରେ ସଭ୍ୟ ଦେବୀପ୍ରସନ୍ନ ମହାପାତ୍ର, ବିଜୟ କୁମାର ପଣ୍ଡା ଓ କଟକ ସଂଗ୍ରହାଳୟ ଅଧିକାରୀ ଜଳେନ୍ଦ୍ର ପ୍ରସାଦ ରାୟ, ଡ.ବିପ୍ଳବ ଶିଳାଦିତ୍ୟ, ମହେଶ ରାଏ, ସ୍ମୁର୍ତିରଞ୍ଜନ ରାଉତ, କଲ୍ୟାଣୀ ଚାରିଟେବୁଲ ଟ୍ରଷ୍ଟ ସଭ୍ୟ ଓ ଅନେକ ବୁଦ୍ଧିଜୀବି ତଥା ମଧୁପ୍ରେମି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଗ୍ୟାମ୍ପାନ କରିଥିଲେ। ସାହିତ୍ୟିକ ଓ ସମାଜ ସେବୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ଆଇନିଯିବି ମହେନ୍ଦ୍ର ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।