Spread the love

ମଧୁର ବିନୟ ବଚନ କହି ସମସ୍ତ ପ୍ରାଣୀଙ୍କୁ ବଶ କରାଯାଇପାରେ । ମିଷ୍ଟ ବଚନରେ ଏପରି ଯାଦୁ ଅଛି ଯାହା ଫଳରେ କି ବିନା ଧନଖର୍ଚ୍ଚରେ ଅନ୍ୟର ହୃଦୟକୁ ଜିତା ଯାଇପାରେ …

ସବୁ ସମ୍ପର୍କରେ ରାଗ ଅଭିମାନ ରହୁ କିନ୍ତୁ ଅଭିମାନଟା ଯେପରି ଜିଦର ରୂପ ନ ନେଉ।

ସବୁ ସମ୍ପର୍କରେ ଆଦର ଓ ସ୍ନେହ ରହୁ କିନ୍ତୁ ସେ ସବୁ ଯେପରି କାହାକୁ ଅଣନିଶ୍ୱାସୀ ନ କରୁ।

ସବୁ ଭଲ ପାଇବାରେ ଯତ୍ନ ରହୁ କିନ୍ତୁ ଯତ୍ନଟା ଯେପରି କାହାକୁ ବୋଝ ନ ହେଉ।

ଯାହା ପାଖରେ ସମ୍ପର୍କର ଗୁରୁତ୍ବଟା ବେଶି ସେ କେବେ ବି ରାଗ କରି ବେଶି ସମୟ ରହି ପାରେନା ।

ଅନ୍ଧ ଯଦି ଦୃଷ୍ଟିଶକ୍ତି ଫେରିପାଏ ପ୍ରଥମେ ତାକୁ ସାହାରା ଦେଇଥିବା ବାଡ଼ିକୁ ହିଁ ଫିଙ୍ଗି ଥାଏ।

    

ଅତୀତ ହେଉଛି ଅନୁଭବ, ବର୍ତ୍ତମାନ ହେଉଛି ପରୀକ୍ଷା, ଆଉ ଭବିଷ୍ୟତ ହେଉଛି ଆଶା….

ନିଜ ଅନୁଭବ କୁ ବ୍ୟବହାର କରି ପରୀକ୍ଷା ଦିଅନ୍ତୁ, ଯାହା ଦ୍ଵାରା ଜୀବନର ଆଶା ପୂରଣ ହୋଇଯିବ….

ପୂର୍ବାଭାଷ ଆଉ ବର୍ତ୍ତମାନ ସ୍ଥିତି
ହୃଦେ ନ ଭାବି ନ ଚିନ୍ତି,
କୌଣସି କାର୍ଯ୍ୟରେ ହସ୍ତକ୍ଷେପ କଲେ
ହୋଇପାରେ ଆତ୍ମଘାତୀ ।

ଯାହା ତୁମର ନୁହେଁ ତାହା କଦାପି ତୁମକୁ ମିଳିବ ନାହିଁ, ଯାହା ତୁମକୁ ପାଇବାର ଅଛି କେହି ତୁମ ଠୁଁ ଦୂରେଇ ପାରିବେ ନାହିଁ ।

ବେଳେ ବେଳେ ସମୟ ଆଣିକି ଏମିତି ଜାଗାରେ ପହଞ୍ଚାଇ ଦିଏ ଯେ ବୁଦ୍ଧିମାନ ବି ଉପାୟ ଶୂନ୍ୟ ହୋଇ ପଡ଼େ ।

ଏଇ ଜୀବନ ଏକ Stage …..
Scientist ଖୋଜୁଛନ୍ତି ମଙ୍ଗଳ ଗ୍ରହରେ ଜୀବନ ଅଛି କି ନାହିଁ ଆଉ ଆମେ ଖୋଜୁଛନ୍ତି ଜୀବନର ମଙ୍ଗଳ ଅଛି କି ନାହିଁ ।

             

Related Post

Leave a Reply

Your email address will not be published. Required fields are marked *

You Missed