Spread the love

ମଦ୍ୟପ ଯୁବକର ଅମାନୁଷିକ କାର୍ଯ୍ୟ … ଗୋଡ଼ାଇ ଗୋଡ଼ାଇ ସ୍କୁଲ ଛୁଆଙ୍କୁ ମାଡ଼ ମାରି ଶିକ୍ଷୟତ୍ରୀଙ୍କୁ ହାଣିଲା। କେନ୍ଦୁଝର ସଦର ଭାଲିଆଡିହି ଅଞ୍ଚଳରେ ଆଜି ଏହି ଅମାନୁଷିକ ବର୍ବର କାର୍ଯ୍ୟ ଦେଖିବାକୁ ମିଳିଛି। ଭାଲିଆଡିହି ଉଚ୍ଚ ବିଦ୍ୟାଳୟରେ ପାଠ ପଢା ଚାଲି ଥିବା ବେଳେ ଶ୍ରୀ କାର୍ଜୀ ନାମକ ଉଦଭ୍ରାନ୍ତ ଯୁବକ ସ୍କୁଲ ପରିସରକୁ ପଶି ଆସି ଥିଲା। ଶିକ୍ଷୟିତ୍ରୀ ମାନଙ୍କ ବାରଣ ସତ୍ତ୍ୱେ ଏକ ଦା କାତି ଧରି ସ୍କୁଲ ଛୁଆଙ୍କୁ ଗୋଡ଼ାଇ ଥିଲା। କୁନି କୁନି ବାଳକ ବାଳିକାମାନେ ପ୍ରାଣ ବିକଳରେ ସ୍କୁଲ ପରିସରରେ ଦୌଡ଼ି ଥିଲେ । ଅନେକ ପଡ଼ି ଖଣ୍ଡିଆ ଖାବରା ହେଲେ ଏହି ମଦୁଆ ଅନେକ ପିଲାଙ୍କୁ ମାଡ଼ ମାରି ଆହତ କରି ଥିଲା। ଜଣେ ଶିକ୍ଷୟିତ୍ରୀ ମୋତେ ମାର ପଛେ ପିଲାଙ୍କୁ ଛାଡ଼ି ଦେ କହି ମଦୁଆକୁ ଅଟକାଇବା ବେଳେ ସେ କାତିରେ ତାଙ୍କୁ କାଟି ପକେଇ ରକ୍ତାକ୍ତ କରିଛି। ଶିକ୍ଷୟିତ୍ରୀଙ୍କ ଚିତ୍କାର ଶୁଣି ଗାଁ ଲୋକେ ଧାଇଁ ଆସି ତାଙ୍କୁ ଉଦ୍ଧାର କରିଥିଲେ। ଏହି ମଦୁଆ ନାମରେ ସ୍କୁଲ କର୍ତ୍ତୃପକ୍ଷ କେନ୍ଦୁଝର ସଦର ଥାନାରେ ଏକ ଏତଲା ଦେଇଛନ୍ତି। ଏହିପରି ଅମାନୁଷିକ ଘଟଣା କେନ୍ଦୁଝରରେ ଆଲୋଡନ ସୃଷ୍ଟି କରିଛି । ଅନେକ ସ୍କୁଲରେ କେବଳ ଶିକ୍ଷୟିତ୍ରୀ ନିଯୁକ୍ତି ହେଉ ଥିଲା ବେଳେ ଏହି ଘଟଣା ସେମାନଙ୍କ ଭିତରେ କୋକୁଆ ଭୟ ସୃଷ୍ଟି କରିଛି। ତେଣୁ ଶିକ୍ଷା ବିଭାଗର ପଦାଧିକାରୀମାନେ ଏହାକୁ ଏବେ ଗୁରୁତ୍ଵ ଦେଇ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ ମାନଂକ ନିରାପତ୍ତା ସୁରକ୍ଷିତ କରିବାକୁ ଦାବି ହେଉଛି। ଏହି ଅପରାଧୀକୁ କଠିନ ଦଣ୍ଡ ଦେବା ସହ ପାଖରେ ଥିବା ମଦ ଭାଟି ଉଚ୍ଛେଦ ଲାଗି ଜନସାଧାରଣ ଦୃଢ଼ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *