Spread the love

ଆଉ ମିଳିନପାରେ କଞ୍ଚାପରିବା ଭୁବନେଶ୍ୱର ରେ, BMC ଆଉ ପରିବା ବ୍ୟବସାୟୀ ସଙ୍ଘ ଭିତରେ ଯୁକ୍ତି ତର୍କ ସାଙ୍ଘାତିକ ରୂପ ନେବାକୁ ବସିଲାଣି,ଫଳରେ ପୁରା ଭୁବନେଶ୍ୱରରେ କଞ୍ଚା ପରିବା ବିକ୍ରି ଠପ୍ ହୋଇଯିବା ଆଶଙ୍କା ରହିଛି । ଦୈନିକ ଶହ ଶହ ଟ୍ରକ ପରିବା ୧ନମ୍ବର ହାଟକୁ ଆସୁଛି । ତେବେ ହାଟ ଭିତରକୁ ଯିବାକୁ ଏସ୍ବିଆଇରୁ କ୍ୟାପିଟାଲ ଥାନା ଗଳି ମଧ୍ୟରେ ଗୋଟିଏ ମାତ୍ର ବାଟ ରହିଛି ।

ଏହି ରାସ୍ତାକୁ କିଛି ମୁଷ୍ଟିମେୟ ଲୋକ ଜୋରଜବରଦସ୍ତ ମାଡ଼ି ବସିଛନ୍ତି । ସେଠାରେ ଏବେ ପ୍ଲାଷ୍ଟିକ ଦୋକାନ ଖୋଲିଛି । ଫଳରେ ପରିବା ଟ୍ରକ୍ ପଶିବାରେ ଅସୁବିଧା ହେଉଛି । ବେଆଇନ ଭାବେ ଏଭଳି ଦୋକାନ ନିର୍ମାଣ କରିବାକୁ ବିଏମ୍ସି ଅନୁମତି ଦେଇଛି କି? ଯଦି ଦେଇଛି କାହା ସ୍ୱାର୍ଥରେ ବୋଲି ସଂଘ ପ୍ରଶ୍ନ କରିଛନ୍ତି ସଂଘ ସଭାପତି କବିରାଜ ସ୍ୱାଇଁ,

Leave a Reply

Your email address will not be published. Required fields are marked *