Spread the love

ନିଜକୁ ଭିଜିଲାନ୍ସ SP ବୋଲି ପରିଚୟ ଦେଇ ଠକିଥିବା ଏକ ଅଜବ ମନସ୍ଥତ୍ତ୍ୱ ଠକ କୁ ଧରିଲେ ଭିଜିଲାନ୍ସ ଟିମ ଓ ଓଡିଶା ପୋଲିସ ର ସୋତନ୍ତ୍ର ସ୍କ୍ୱାଡ଼,,ନାଁ ଟି ହେଉଛି ମନୋଜ ମାଝୀ, ପେସାରେ ଜଣେ ଉଚ୍ଚଶିକ୍ଷିତ, ମୟୂରଭଞ୍ଜ ଜିଲ୍ଲାର ଝଡ଼େଶ୍ୱରୀ କଲେଜ ର ମନସ୍ତତ୍ତ୍ୱ ବିଭାଗର ପ୍ରଫେସର, ଗତବର୍ଷ ମେ ମାସରେ ରାୟଗଡା ଜିଲ୍ଲାର ଜଣେ କଣ୍ଟ୍ରାକ୍ଟର ଙ୍କୁ ଫୋନ କରି କହିଲେ ଭିଜିଲାନ୍ସ ବିଭାଗରେ ଏକ ବିଲଡିଂ ନିର୍ମାଣ ହେବାକୁ ଯାଉଛି ତେଣୁ ଯଦି କାମ ନେବେ ତାହେଲେ ଯୋଗାଯୋଗ କର ସବୁ ବ୍ୟବସ୍ତା ହେଇଯିବ,,ଠକ ମନୋଜ ର କଥାରେ ପଡି କଣ୍ଟ୍ରାକ୍ଟର ବାବୁ ଚାହିଁଲେ ହୁଏତ କାମ ପାଇବା ସହଜ ହେଇଯିବ, ତେଣୁ ପ୍ରଥମେ ପାଞ୍ଚ ଲକ୍ଷ୍ୟ ଅନ ଲାଇନ ରେ ପେମେଣ୍ଟ କଲେ, ପୁଣି ଦୁଇ ଲକ୍ଷ ଷାଠିଏ ହଜାର ଦେଲେ,, ତାହା ଏକ ଡିପୋଜିଟ ମନି ବୋଲି କହି ଆଶା ଦେଖେଇ ଦିନ ଗଡେଇ ଚାଲିଲେ, ଦିନ ପରେ ଦିନ ଗଡି ଚାଲିଲା କିନ୍ତୁ ଟେଣ୍ଡର ମିଳିଲାନି, ଏପଟେ ଠକ ମନୋଜ ର ଫୋନ ବନ୍ଦ,, କଣ୍ଟ୍ରାକ୍ଟର ଜାଣିଲେ ଏକ ଠକେଇ ର ଶିକାର ହେଇଛନ୍ତି ତେଣୁ ରାୟଗଡା ସାଇବାର କ୍ରାଇମ ସେଲ ରେ ଅଭିଯୋଗ କଲେ,, ଘଟଣା ଟି ବଡ଼ ଗମ୍ଭୀର, ତେଣୁ ଓଡିଶା ପୋଲିସ ର ସାଇବାର ବିଭାଗ ସହିତ ଅନୁସନ୍ଧାନ ଟିମ ତିଆରି କରାଗଲା, ଖୁବ କମ ଦିନ ଭିତରେ ଜଣାପଡିଲା କିଏ ସେହି ପ୍ରକାଶ ବାବୁ ଯିଏ ନିଜକୁ ଭିଜିଲାନ୍ସ SP ବୋଲି କହି ଠକିଛନ୍ତି, ଆଗେ ଆଗେ ଠକ ପଛେ ପଛେ ତଦନ୍ତ କାରି ଟିମ,, ଧରା ପଡିଲେ ନକଲି ଭିଜିଲାନ୍ସ ଅଫିସର,ଯାହା ଖବର ଅଛି ଆଗରୁ ଠକ ମହାଶୟ ଦୁଇ ଥର ଜେଲରେ ରହିଛନ୍ତି ଏହିପରି ଠକେଇ କରି,,ଠକ କୁ ଧରାଯିବା ସ୍ଥାନ ଟି ସମୁଦ୍ର ଭିତରେ ବୋଲି ଖବର ମିଳୁଛି ଯେହେତୁ ତଦନ୍ତ ପ୍ରକ୍ରିୟା ଚାଲୁଛି ତେଣୁ ସ୍ଥାନଟି ଗୁପ୍ତ ରଖା ଯାଇଛି, ଠକ ପାଖରୁ ନଗଦ ଦୁଇଲକ୍ଷ୍ୟ ଷାଠିଏ ହଜାର ମିଳିଛି 6 ଟି ATM କାର୍ଡ, ଓ ତିନୋଟି ମୋବାଇଲ ଜବତ କରାଯାଇଛି, ଭିଜିଲାନ୍ସ ବିଭାଗ ତରଫରୁ କୁହାଯାଇଛି ଯେ ଯଦି କିଏ ଏହିପରି ଫୋନ କରି ଅର୍ଥ ମାଗୁଛି ତୁରନ୍ତ ନିକଟରେ ଥିବା ପୋଲିସ ଷ୍ଟେସନ ରେ ଅଭିଯୋଗ କରନ୍ତୁ, କାରଣ ଭିଜିଲାନ୍ସ ବିଭାଗ କାହାକୁ ଫୋନ କରନ୍ତିନି, ସତର୍କ ରୁହନ୍ତୁ ନିଜ ଜୀବନ ଧନ କୁ ସୁରକ୍ଷିତ ରଖିବା ସହିତ ନିଜେ ସୁରକ୍ଷିତ ରୁହନ୍ତୁ,, ଭିଜିଲାନ୍ସ ଏସ୍‌ପି କହି ଠକି ଧରାପଡ଼ିଥିବା ଠକ ର ଘର
ପୁରୀ କୃଷ୍ଣପ୍ରସାଦ ଅଭିଯୁକ୍ତ ମନୋଜ ମାଝୀ,,ଓ
ମନୋଜ ଚୌଧୁରୀ ନାମକ ଜଣେ ଠିକାଦାରଙ୍କୁ ଠକେଇ କରିଥିଲେ
୨ ଲକ୍ଷ ୬୦ ହଜାର ଟଙ୍କା ଓ ୬ଟି ATM କାର୍ଡ ମଧ୍ୟ ଜବତ
ଗିରଫ ମନୋଜ ମାଝୀଙ୍କ ନାଁରେ ପୂର୍ବରୁ ୫ଟି ମାମଲା ଥିବା ସୂଚନା!.

Leave a Reply

Your email address will not be published. Required fields are marked *