Spread the love

ମଙ୍ଗଳବାର ଦିନ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ ବେଳେ ସୁରକ୍ଷା ଦାୟିତ୍ୱ ରେ ନିୟୋଜିତ ଥିବା କର୍ତବ୍ୟରତ ପୋଲିସ ସହ ମୁହାଁମୁହିଁ ହୋଇ ହିଂସାକାଣ୍ଡ ଘଟାଇବା ଓ ପୋଲିସ କୁ ଆକ୍ରମଣ କରି ଲହୁ ଲୁହାଣ କରିବା ଅଭିଯୋଗରେ କମିଶନରେଟ ପୋଲିସ ପକ୍ଷରୁ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ର ସଭପତି ଇରାଶିଷ ଆଚାର୍ଯ୍ୟ ଙ୍କ ସମେତ ୨୨ଜଣ କର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଗିରଫ ହୋଇଥିବା କର୍ମୀ ମାନଙ୍କ ଉପରେ ଭାରତୀୟ ପିଙ୍ଗଳ ଧାରା ୧୪୭,୧୪୮,୨୯୪,୩୫୩,୩୨୩,୩୨୫,୩୦୭,୩୩୨,୩୩୩,୨୨୪,୪୩୬,୫୦୬ ଓ ୧୪୯ ଭଳି ସଙ୍ଗୀନ ଦଫା ଅନୁଯାୟୀ ମାମଲା ରୁଜ୍ଜୁ ହୋଇଥିବା ସୂଚନା ମିଳିଛି। ବିକ୍ଷୋଭକାରୀ ପ୍ରଥମରୁ ଆଗ୍ରେସିଭ୍ ଥିଲେ । ପୋଲିସ୍ କର୍ମୀ ୮ରୁ ୧୦ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ପଠାଯାଇଛି । ୪-୫ଟା ପୋଲିସ ଗାଡି ବି ଡ୍ୟାମେଜ୍ ହୋଇଛି । ଏହା କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ।

Leave a Reply

Your email address will not be published. Required fields are marked *