Spread the love

😁—-17.01.2024ରିଖର
ତୁଷାରକାନ୍ତର ମୁଣି ନିଅନ୍ତୁ ସେଥିରୁ ଛାଣି —-🤓—-

” ଗୋଦରାରେ/ଗୋଦରୀଲୋ
ନିଜ ଗୋଡକୁ ଅନା”
(ଜଣେ ବଡଦୋଷୀ, ଆଉଜଣେ ଛୋଟଦୋଷୀଙ୍କୁ ନିନ୍ଦାକଲେ ,
ତାଙ୍କ ଉଦ୍ଦେଶ୍ୟରେ ଏହି ଓଡିଆ ଲୋକକଥାଟି ପ୍ରଯୁଜ୍ୟ ହୋଇଥାଏ ।
ଏ ବାବଦରେ ଆଉ ଗୋଟିଏ ଓଡିଆ ଲୋକକଥା ହେଉଛି ,
” ଚାଲୁଣୀ(ବେଶି କଣାଥାଏ)
କହୁଛି ଛୁଞ୍ଚିକୁ,
ତୋ ପଛରେ ଗୋଟାଏ କଣା)
–×–
ତା22.03.2024ରିଖରେ ଅଯୋଧ୍ୟାରେ ଭବ୍ୟରାମମନ୍ଦିର ପ୍ରାଣପ୍ରତିଷ୍ଠା ଯୋଜନା ଜରିଆରେ ବିଜେପି ହିନ୍ଦୁମାନଙ୍କର ଭୋଟ ଗୋଟେଇନେବାରେ ଆତଙ୍କିତ ହୋଇ ଓଡିଶାରେ ଓଡିଶାର ବିଜେଡି ସରକାରଙ୍କ ତରଫରୁ ଆଜି ( 17.01.2024 ) ପୁରୀରେ
” ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ଉତ୍ସବ ” ଚାଲିଛି ।
ଦିଲ୍ଳୀର ଆମ ଆଦମୀ ସରକାର ପଛରେ ପଡିନଯିବାକୁ ଗତକାଲିଠାରୁ (16.04.2024) ଦିଲ୍ଲୀର ସବୁ ବିଧାନସଭା କ୍ଷେତ୍ରରେ ” ରାମଚରିତ ମାନସରେ ଥିବା ସୁନ୍ଦରକାଣ୍ଡ ବୋଲାଯିବା” ଆରମ୍ଭ ହୋଇଯାଇଛି ।

ଓଡିଶାର କାର୍ଯ୍ୟକ୍ରମ ଉପରେ ଏଠାର ବିଜେପି ନେତାଏ ଓ ସମର୍ଥକ ବିଭିନ୍ନ ଟିପ୍ପଣୀ ଦେଲାବେଳକୁ ଦିଲ୍ଲୀର କାର୍ଯ୍ୟକ୍ରମ ଉପରେ ବିଜେପିର ଦିଲ୍ଲୀ ସଚିବ ତଥା ବିଜେପିର ପୂର୍ବତନ ଆଗଧାଡିର ନେତ୍ରୀ, ଦିଲ୍ଲୀର ପୂର୍ବତନ ମୂଖ୍ୟମନ୍ତ୍ରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଏବକୁ ଦିବଙ୍ଗତ ସୁଷମା ସ୍ୱରାଜଙ୍କ କନ୍ୟା ବାଂଶୁରୀ ସ୍ୱରାଜ ( ଏହା କିନ୍ତୁ ପାରିବାରିକ ରାଜନୀତି ନୁହେଁ)କହିଛନ୍ତି
” ନିର୍ବାଚନ ଆସିଲେ କେଜରିୱାଲଙ୍କର ଶ୍ରୀରାମ ମନେ ପଡନ୍ତି।ଏଥିପାଇଁ ବିଧାୟକ ରାଜେନ୍ଦ୍ର ପାଲ ଗୌତମଙ୍କୁ ଡକାଯାଇଛି ତ , ଯିଏ ‘ ରାମଚରିତ ମାନସ ସହିତ ସବୁ ହିନ୍ଦୁ ଧାର୍ମିକଗ୍ରନ୍ଥଗୁଡିକୁ ବହିଷ୍କାର କରିବାକୁ ଆହ୍ବାନ ଦେଇଥିଲେ “, ଯାହା ମୂଖ୍ୟଧାରାର ଗଣମାଧ୍ୟମରେ ତୁହାକୁତୁହା ପ୍ରଚାରିତ ହେଉଛି ।

” ଏକୁ ଆରେକ ବଳି ” ଓଡିଆ ଲୋକକଥାଟିର ଆଧାରରେ,
” ଆରୋପ ପ୍ରତ୍ୟାରୋପ ହୋହଲ୍ଲା ” ରେ ସାମାଜିକ ଗଣମାଧ୍ୟମରେ ( ଏତେବେଳକୁ ମୂଖ୍ୟଧାରାର ଗଣମାଧ୍ୟମ ସଂପୂର୍ଣ୍ଣ ନୀରବ)
ଯେଉଁସବୁ ଆରୋପଗୁଡିକ ନାଦି ଦିଆଯାଉଛି , ସେଗୁଡିକ ହେଉଛି;

(କ) “ଶଙ୍କରାଚାର୍ଯ୍ୟଗଣଙ୍କ ବିରୋଧ ସତ୍ତ୍ଵେ, ରାମମନ୍ଦିରର ସଂପୂର୍ଣ୍ଣ ନିର୍ମାଣ ପୂର୍ବରୁ ପ୍ରାଣପ୍ରତିଷ୍ଠା ଭଳି ଅଧର୍ମ କାମ କାହିଁକି “ତାହାର ଉତ୍ତର ମିଳୁ, ଉତ୍ତର ମିଳୁ।

(ଖ) ଭଗବାନମାନଙ୍କ ପ୍ରତି
ସଂସଦରେ ” ହ୍ୱିସ୍କିରେ ବିଷ୍ଣୁ ବସେ,
ରମରେ ଶ୍ରୀରାମ
ଜିନରେ ମାତା ଜାନକୀ ,
ଅଗଣାରେ ହନୁମାନ ”
(व्हिस्की में विष्णु बसे, रम में श्री राम, जिन में माता जानकी, ठर्रे में हनुमान,)ଭଳି ଆକ୍ଷେପ କରିଥିବା ଶ୍ରୀ ନରେଶ ଅଗ୍ରୱାଲ ଓ ତାଙ୍କ ପୁଅ ତଥା ଉତ୍ତର ପ୍ରଦେଶର ଅବକାରୀ ମନ୍ତ୍ରୀ କେଉଁ ଦଳରେ” , ତାହାର ଜବାବ ମିଳୁ, ଜବାବ ମିଳୁ।

(ଗ) ଗତ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ତରଫରୁ ପ୍ରାର୍ଥୀ ହୋଇଥିବା ମୋନିକା ବଟ୍ଟି ଠିକ ତା ପୂର୍ବରୁ ” ଗୋଣ୍ଡୱାନା ଗଣତନ୍ତ୍ର ପାର୍ଟି” ର ପ୍ରମୂଖ ନଥିଲେ କି , ଯେଉଁ ପାର୍ଟି ତରଫରୁ ରାବଣଙ୍କ ମନ୍ଦିର କରାଯାଇ ସେଥିରେ ଦଶମୁଣ୍ଡଥିବା ରାବଣଙ୍କର ପୂଜା କରାଯାଏ ଓ ରାମାୟଣକୁ ଜଳାଯାଏ।
“ସେ କିପରି ବିଜେପିରେ” ତାହାର ଜବାବ ଦିଅ ଜବାବ ଦିଅ?

(ଘ) “ହିନ୍ଦୁସ୍ଥାନ ଆୱାମ ମୋର୍ଚ୍ଚା” ଦଳର ପ୍ରମୁଖ ହେଉଛନ୍ତି
ଶ୍ରୀ ଜୀତନ ରାମ ମାଞ୍ଝୀ, ଯିଏ କହିଥିଲେ ” ଯେହେତୁ ଶ୍ରୀରାମ ଏକ କାଳ୍ପନିକ ଚରିତ୍ର, ସେହେତୁ ମୁଁ ତାଙ୍କୁ ମାନେ ନାହିଁ ।ହିନ୍ଦୁଧର୍ମରେ ଥିବା ଜାତିପ୍ରଥା, ଉଚ୍ଚନୀଚଭାବ, ଛୁଆଁ ଅଛୁଆଁ ଭଳି ଘୃଣ୍ୟପନ୍ଥାଗୁଡିକ କେବେହେଲେ ଶେଷ ହେବ ନାହିଁ ” । ” ଏଭଳି ଲୋକ ଓ ତାଙ୍କ ଦଳ ଏବେ ବିଜେପି ସାଥିରେ କିପରି” ର ଜବାବ ଦିଅ ଜବାବ ଦିଅ।

(ଙ) 2003 ମସିହାରେ ବିଜେପି ସହାୟତାରେ ମାୟାବତୀଙ୍କ ନେତୃତ୍ବରେ ଗଠିତ ଉତ୍ତର ପ୍ରଦେଶର ” ବହୁଜନ ସମାଜ ପାର୍ଟି “ର ସରକାରଙ୍କ ଦ୍ୱାରା , ସନାତନ ଧର୍ମର ଘୋର ବିରୋଧୀ ରାମସ୍ୱାମୀ
ନାଇକର “ପେରିୟାର”ଙ୍କ ପ୍ରତିମୂର୍ତ୍ତି ଲକ୍ଷ୍ନୌରେ ସ୍ଥାପିତ
ହୋଇଥିଲା। ଏହା କିପରି ତାର
” ଉତ୍ତର ଚାହୁଁ, ଜବାବ ମିଳୁ”।

ମନେପଡୁଛି , ” ଆଙ୍ଗୁଠି ଗେଞ୍ଜି ଯେଉଁମାନଙ୍କ ଆଖିର
ଡୋଳା କାଢିନିଆଯାଏ, ସେହିମାନେ ହିଁ ପୃଥିବୀର ସର୍ବଶ୍ରେଷ୍ଠ ଆଖିଡାକ୍ତର ସେମାନଙ୍କର ଆଖିର ପରୀକ୍ଷା ଓ ଅପରେସନ
କରିଛନ୍ତି କହୁଥିବା”ଭଳି କେହିଜଣେ କହିଥିବା କଥାଟିଏ ।

“ଭବ୍ୟମନ୍ଦିର ରାମମନ୍ଦିରର ପ୍ରାଣପ୍ରତିଷ୍ଠା, ହନୁମାନ ଚାଳିଶା ଗାୟ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ଓ ଏହିପରି ଆହୁରି ଅନେକ କାର୍ଯ୍ୟକ୍ରମ” ସହିତ ” ଏକାଅଶୀ କୋଟିରୁ ଅଧିକ ଲୋକ
ମାସିକ ପାଞ୍ଚ କିଲୋ ଦାନା ମାଗଣା ଦାନା ପାଇବା ଧାଡିରେ ଆହୁରି
ପାଞ୍ଚବର୍ଷପାଇଁ ଠିଆହେବାକୁ ମଣିକାଞ୍ଚନ ସଂଯୋଗ” ବୋଲି ଧରି ନିଆଯାଉ।

ଜୟ ଶ୍ରୀରାମ, ଜୟ ଜଗନ୍ନାଥ,
ବଜରଙ୍ଗବାଲୀଙ୍କର କି – ଜୟ।

Related Post

Leave a Reply

Your email address will not be published. Required fields are marked *