Spread the love

*ସାଙ୍ଗର ପ୍ରତିଶୋଧ*
————————————
*ଗରୁଡ଼ ପକ୍ଷୀ ଓ ଠେକୁଆକୁ ନେଇ ଏକ ସୁନ୍ଦର କାହାଣୀ ଟିଏ। ଗୋଟିଏ ଗରୁଡ଼ ପକ୍ଷୀ ଏକ ଜଙ୍ଗଲ ରହୁଥିଲା। ସେହି ଜଙ୍ଗଲରେ ଗୋଟିଏ ଠେକୁଆ ଗୋବର ପୋକ ଟିଏ ମଧ୍ୟ ରହୁଥିଲେ। ଗୋବର ପୋକ ଏବଂ ଠେକୁଆ ମଧ୍ୟରେ ନିବିଡ଼ ବନ୍ଧୁତା ଥରେ ଗରୁଡ଼ ପକ୍ଷୀ ର ବହୁତ ଲୋଭ ହେଲା ଠେକୁଆକୁ ଦେଖି। ଭାବିଲି ଠେକୁଆକୁ ଖାଇବାକୁ। ଯେତେବେଳେ ଗରୁଡ଼ ପକ୍ଷୀ ଠେକୁଆକୁ ଖାଇବାକୁ ଗଲା ଗୋବର ପୋକ ତାକୁ ବହୁତ ଅନୁରୋଧ କଲା। କହିଲା ଦେଖ ସେ ମୋର ବହୁତ ଭଲ ସାଙ୍ଗ ତୁମେ ତାକୁ ଖାଅନାହି। ତୁମେ ତାକୁ ଛାଡି ଦିଅ। ଏତେ ବଡ଼ ଜଙ୍ଗଲରେ କ’ଣ ତୁମକୁ ଖାଦ୍ୟର ଅଭାବ ପଡୁଛି ତୁମେ ମୋର ସାଙ୍ଗକୁ ଖାଇବାକୁ କହୁଛୁ। ଗୋବର ପୋକର କଥାକୁ ଶୁଣି ଗରୁଡ଼ ପକ୍ଷୀ ହସିବାକୁ ଲାଗିଲା।କହିଲା ତୁ ସାମାନ୍ୟ ଗୋବର ପୋକ ତୁ ମତେ କହିବୁ ମୁଁ କ’ଣ ଖାଇବି , କ’ଣ ନ ଖାଇବି* ।
*ମୋର ବହୁତ ଇଚ୍ଛା ହେଉଅଛି ଠେକୁଆକୁ ଖାଇବାକୁ , ଠେକୁଆକୁ ଝାମ୍ପ ଦେଇ ନେଇ ଗଲା , ଗଛ ଉପରେ ରଡ଼ ମଡ କରି ଚୋବେଇ ଖାଇଲା। ଗୋବର ପୋକ ଚିତ୍କାର କରି କାନ୍ଦୁଥିଲା। ଗରୁଡ଼ ପକ୍ଷୀ ତୁମେ ମୋର ସାଙ୍ଗକୁ ଖାଆନା ମୋ ସାଙ୍ଗକୁ ଛାଡି ଦିଅ। ଗରୁଡ଼ ପକ୍ଷୀ ଟିକିଏ ହେଲେ ବି ବୁଝିଲା ନାହିଁ। ଖୁବ୍ ଗର୍ବ ଅହଙ୍କାରେ ଗରୁଡ଼ ପକ୍ଷୀ ନିଜକୁ ଏପରି ତିଆରି କରିଦେଇ ଥିଲା ଯେ ସେ ତା’ର ଅନୁରୋଧକୁ ସୁଣିବା ଅବସ୍ଥାରେ ନଥିଲା। ଠେକୁଆଟିକୁ ଖାଇ ଦେଲା, ଗୋବର ପୋକ ଖୁବ ଜୋରରେ ରାଗିବାକୁ ଲାଗିଲା। କହିଲା ଠିକ୍ ଅଛି ତୁ ମୋ ସାଙ୍ଗକୁ ଖାଇଛୁ ନା ମୁଁ ତତେ କେବେହେଲେ ଛାଡିବିନି। ଗରୁଡ଼ ପକ୍ଷୀ ଜୋରରେ ହସିବାକୁ ଲାଗିଲା। କହିଲା ମୁଁ ଭଗବାନଙ୍କ ବାହାନ ତୁ ବା ମୋର କଣ କରିପାରିବୁ ସାମାନ୍ୟ ଗୋବର ପୋକ ଟିଏ। ଗୋବର ପୋକ ଖୁବ ଜୋରରେ କାନ୍ଦିବାକୁ ଲାଗିଲା କିନ୍ତୁ ତା ପାଖରେ ତା ସାଙ୍ଗର ପ୍ରତିଶୋଧ ନେବାପାଇଁ ଯେଉଁ ଆଗ୍ରହ ଥିଲା, ସେ ଗୋଟିଏ ନିଷ୍ପତ୍ତି ନେଲା ମୁଁ କେବେ ଛାଡ଼ିବି ନାହିଁ ଗରୁଡ଼ ପକ୍ଷୀକୁ। ଗରୁଡ଼ ପକ୍ଷୀ ଯେଉଁ ସମୟରେ ବସା ବାନ୍ଧୁଥିଲା ଏବଂ ଛୁଆ କରୁଥିଲା ସେହି ସମୟକୁ ଜଗି ଗୋବର ପୋକ ସେହି ଗଛ ଉପରକୁ ଚଢେ ଓ ଅଣ୍ଡା ଗୁଡିକୁ ଫୁଟାଇ ଦିଏ*।
*ଏହିପରି ଭାବେ ବହୁତ ଦିନ ଅତିକ୍ରାନ୍ତ ହୋଇଗଲା ଗରୁଡ଼ ପକ୍ଷୀ ଆଉ ତା’ର ବଂଶ ରକ୍ଷା କରି ପାରିଲା ନାହିଁ। ଧିରେ ଧିରେ ମଧ୍ୟ ବୃଦ୍ଧ ହେବାକୁ ଲାଗିଲା। ଭଗବାନଙ୍କ ପାଖରେ ପ୍ରାର୍ଥନା କଲା। କହିଲା ହେ ପ୍ରଭୁ ମୁଁ ତ ଆପଣଙ୍କର ବାହାନ ଆପଣ ମୋତେ କେଉଁଠି ସ୍ଥାନ ଦିଅନ୍ତୁ ଯେଉଁଠି ମୁଁ ମୋର ବଂଶ ରକ୍ଷା କରିପାରିବି। ଏ ଗୋବର ପୋକ ମତେ ଆଉ ଛାଡିବ ନାହିଁ। ଭଗବାନଙ୍କ ପାଖରେ ଯାଇ ପହଞ୍ଚିଥିଲା। ଭଗବାନ କହିଲେ ତୁମେ କୁହ ମୁଁ ତୁମକୁ କି ସାହାଯ୍ୟ କରିବି। ଗରୁଡ଼ ପକ୍ଷୀ ଭଗବାନଙ୍କୁ କହିଲା ପ୍ରଭୁ ଆଉ ମୋ’ର ବଂଶ ରକ୍ଷା ହୋଇ ପାରିବ ନାହିଁ। ମୋର ଅଣ୍ଡା ଗୁଡିକ ଅସୁରକ୍ଷିତ ଅବସ୍ଥାରେ ରହିଛି। ଗୋବର ପୋକଟିଏ ମୋତେ ବହୁତ ହଇରାଣ କରୁଛି। ମୋର ବଂଶ ରକ୍ଷା ହୋଇ ପାରୁନାହିଁ। ଆପଣଙ୍କ ପାଖରେ ମୋର ଅଣ୍ଡା ଗୁଡିକ ରହିବ। ଭଗବାନ କହିଲେ ଠିକ୍ ଅଛି, ଅଣ୍ଡା ଗୁଡିକ ଭଗବାନଙ୍କ କୋଳରେ ରଖିଦେ*।
*ଏହି ପରି କିଛି ଦିନ ବିତିଯିବା ପରେ ଗୋବର ପୋକ ଭଗବାନଙ୍କ ପାଖରେ ଯାଇ ପହଞ୍ଚି ଗଲା , ଗୋବର ପୋକ ଭଗବାନଙ୍କ କୋଳରେ ବସିଗଲା ଛୋଟ ଛୋଟ ଗୋବରରେ ଗୁଳି ଭଗବାନଙ୍କ ଅଣ୍ଟିରେ ପକାଇଲା। ଭଗବାନ ବିରକ୍ତ ହୋଇ ଅଣ୍ଟାକୁ ଝାଡି ଦିଅନ୍ତି, ଅଣ୍ଡା ଗୁଡିକ ତଳେ ପଡି ଫାଟିଗଲା। ଗରୁଡ଼ ପକ୍ଷୀକୁ ଭଗବାନ ପଚାରିଲେ, ଏହାର ପ୍ରକୃତ ରହସ୍ୟ କ’ଣ, ଗୋବର ପୋକ ତୋ ଉପରେ ଏତେ ରାଗ କାହିଁକି ? ଗରୁଡ଼ ପକ୍ଷୀ ପ୍ରକୃତ କଥାଟି କହିଥିଲା*।
*ଭଗବାନ ମଧ୍ୟ ଗରୁଡ଼ ପକ୍ଷୀକୁ କହିଥିଲେ ଏହା ତୁମେ ବହୁତ ବଡ଼ ଭୁଲ କରିଛ, କାରଣ ଯେତେବେଳେ ସେ ତା’ର ସାଙ୍ଗର ଜୀବନ ରକ୍ଷା ପାଇଁ ଅନୁରୋଧ କରୁଥିଲା ତୁମେ ତାକୁ ଛାଡି ଦେବାର ଥିଲା। ହଁ ବନ୍ଧୁମାନେ ପ୍ରକୃତ ବନ୍ଧୁ ତ ସେହି , ଯିଏ ଆମର ବିପଦ ରେ ଠିଆ ହୁଏ ଓ ଆମର ଅନୁପସ୍ଥିତିରେ ଅନୁଭବ କରେ। ଜୀବନରେ କାହାକୁ ଛୋଟ ଭାବିବେ ନାହିଁ*
ଡ଼କ୍ଟର ପ୍ରକାଶ ତ୍ରିପାଠୀ. ଭୁବନେଶ୍ୱର

Leave a Reply

Your email address will not be published. Required fields are marked *