Spread the love

ଭଗବାନ କାହାକୁ କିପରି ଭାବରେ କୃପା କରନ୍ତି ତାହା ବୁଝିବା କଷ୍ଟବେପାର, ବହୁ ପୁରାତନ କାଳରୁ ଦେଖାଯାଉଛି ଯେ ପ୍ରକୁର୍ତ୍ତ ଭକ୍ତ ମାନଂକୁ ସେ ନାନା ପ୍ରକାର ବିପଦ ରେ ପକେଇ କଠୋର ଅଗ୍ନି ପରୀକ୍ଷାରେ ଉତୀର୍ଣ୍ଣ କରି ଶେଷ ମୁହୂର୍ତ ରେ ବଳିଷ୍ଠ କରିନିଅନ୍ତି, ଯେମିତି କିପରି ଜଣେ ଗରିବ ଝୀଅ ଜୀବନରେ ପିଲାଟି ଦିନରୁ ନାନାଦି କଷ୍ଟ ସହି ଶେଷ ମୁହୂର୍ତ୍ତରେ ଭଗବାନ ତାଙ୍କ ଦିବ୍ୟଦୃଷ୍ଟି ବଳରେ ସମାଜ ଆଗରେ ପ୍ରତିଷ୍ଠିତ କରେଇଥିଲେ,, ଶେଷରେ ବିଜ୍ଞାନ କହିଲା ଅଦ୍ଭୁତ : ଘଟଣା ଟି ଘଟିଥିଲା ଉତ୍ତରପ୍ରଦେଶ ର ଏଟିୱା ଜିଲ୍ଲାର ସରିଫପୁରା ଗାଁ ରେ 1968 ମସିହାରେ ଜଣେ କ୍ଷତ୍ରୀୟ ପରିବାର ବଡ଼ କଷ୍ଟରେ ଚାଲୁଥାନ୍ତି,, ଝୀଅ ଟିଏ ଅଛି ନାଁ (ସୁମିତ୍ରା) ବାପା ଶିକ୍ଷିତ କରେଇ ପାରିଲେନି ଯେତେବେଳେ ସୁମିତ୍ରା ର ବୟସ 10 ବର୍ଷ ବାପା ଙ୍କ ଦେହାନ୍ତ ହେଲା,ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ବଡ଼ବାପା ପଢ଼େଇଲେ, ପରେ 14 ବର୍ଷ ବୟସରେ ସୁମିତ୍ରା କୁ ବିଭା ଦେଲେ ପାଖଗ୍ରାମର ଜଣେ ମୁଲିଆ ଜଗଦୀଶ ସିଂ ସହିତ, ଜଗଦୀଶ ବି କଷ୍ଟକରି ଜୀବନ ବିତାଉଥିଲା କିନ୍ତୁ ସୁମିତ୍ରା କୁ ଅତ୍ୟନ୍ତ ଭଲପାଏ,, ଶେଷରେ ଜଗଦୀଶ ଦିଲ୍ଲୀ ଗଲା କାମ କରିବାକୁ,,ଶାଶୁ ଘରେ ଏକୁଟିଆ ରହି ସୁମିତ୍ରା ଭାବିଲା ଦୁନିଆରେ ଆଉ କେହିନାହିଁ ସ୍ୱାମି ବି ପଳେଇଲା ବିଦେଶ,,1984 ମସିହାରେ ବିବାହ ର ବର୍ଷେ ପରେ ଗୋଟିଏ ପୁଅ ଜନ୍ମ ହେଲା, ସୁମିତ୍ରା ଭାବିଲା ଭଗବାନ ଏକୁଟିଆ ରହିବା ଦୁରକଲେ,, ନିଜ ପୁଅ ସାଙ୍ଗରେ ଦିନ ରାତି ସାଙ୍ଗରେ ଖୁସିରେ ଦିନ ବିତେଇଲା, ଯେତେବେଳେ ପୁଅକୁ ପାଞ୍ଚ ମାସ ହେଲା ଦିନେ ପୁଅକୁ କାଖେଇ ପାଖ କୂଅ କୁ ଯାଇଛି ପାଣି ଆଣିବାକୁ, ସୁମିତ୍ରା ର ମୁଣ୍ଡ ବୁଲେଇଲା, ହଟାତ କୂଅ ର କିଛି ଦୂରରେ ତାକୁ ଏକ ଛାଇ ଦେଖାଗଲା, ଓ ସେଇଟାକୁ ଦେଖି ନିଜେ ଆକାଶକୁ ଅନେଇ ଛିଡ଼ାହେଇଗଲା, ପୁଅ କୁ ଚାପି ଧରିବାରୁ ପୁଅ ବି କାନ୍ଦିଲା,, କିଛି ଲୋକ ଦେଖିଲେ ସୁମିତ୍ରା ର ଆଖି ବଡ଼ ବଡ଼ କରି ହସୁଛି,, କେହି କିଛି ବୁଝି ପାରିଲେନି, କିଛି ସମୟ ପରେ ନିଜେ ନିଜକୁ ତା ଘରେ ପାଇଲା, ବହୁତ ମହିଳା ତା ପାଖରେ ଛିଡ଼ା ହେଇଥାନ୍ତି,, ସମସ୍ତଙ୍କୁ ପଚାରିଲା କଣ ହେଇଛି,, ଗାଁ ର ଜଣେ ମହିଳା କହିଲେ ତୋର କଣ ହେଲା ତୁ ଜାଣି ପାରିନୁ, ଆମେ ତୋତେ ଘରକୁ ଆଣିଲୁ,,, ସମସ୍ତେ ଭାବିଲେ କିଛି ଦେହ ଖରାପ ଅଛି ବୋଧେ,, ଠିକ ତାର ଚାରିଦିନ ପରେ ପୁଣି ସେମିତି ହେଲା, ଆଖି ବଡ଼ ବଡ଼ କରି ଆକାଶକୁ ଅନେଇ ହସି ହସି ଡରେଇଲା ଲୋକଙ୍କୁ,, ଗାଁ ଲୋକ ଶାଶୁ ଶଶୁର ପୁଅକୁ ଦିଲ୍ଲୀ ରୁ ଡକେଇଲେ ଗୁଣି ଗାରେଡି ହେଇଛି, ଗୁଣିଆ କୁ ଡାକିଲେ,, ଝାଡ଼ଫୁଙ୍କ ବି ହେଲା,, ଠିକ ତା ପରଦିନ ସୁମିତ୍ରା କହିଲା ମୁଁ ତିନିଦିନ ପରେ ମରିଯିବି ମୋତେ ସମସ୍ତେ ଭଲକରି ଦେଖ, ଆଉ ଦେଖିପାରିବନି,, ସ୍ୱାମୀ ପାଖରେ ବସି କାନ୍ଦିଲା,, ସମସ୍ତେ ଭାବିଲେ ମୁଣ୍ଡ ଖରାପ ହେଲାଣି, ପରିବାର ରେ ଏକ ଭୟର ବାତାବରଣ ସୃଷ୍ଟି ହେଲା,,16 ଜୁଲାଇ ରେ କହିଥିଲା ତିନିଦିନ ପରେ ମରିବି,19 ତାରିଖ ଦିନ ସୁମିତ୍ରା କୁ ସମସ୍ତେ ଜଗିଲେ, କିଛି କାମ କରିବାକୁ ଦେଲେନି କୂଅ ପାଖକୁ ଯିବାକୁ ବାରଣ କଲେ କିଛି କାମ ରୋଷେଇ, ଘର କାମ ଦେଲେନି,, ସନ୍ଧ୍ୟା ସାତଟା ବାଜିଲା ସୁମିତ୍ରା ଘରେ ସମସ୍ତେ ଯଗିଛନ୍ତି, ଠିକ ଆଠଟା ବେଳଜୁ ପୁଣି ସୁମିତ୍ରା ର ଆରମ୍ଭ ହେଲା ପୁରୁଣା ରୋଗ, ଆଖି ବଡ଼ ବଡ଼ ହେଇ ଆକାଶକୁ ହାତ ଉଠେଇ ଆଙ୍ଗୁଠି ଦେଖେଇଲା,, ସମସ୍ତେ ତାଯୁବ, ସ୍ୱାମୀ ଜଗଦୀଶ ଦୌଡ଼ିଲା ହାକିମ ପାଖକୁ,, ହାକିମ କୁ ସାଙ୍ଗରେ ନେଇ ଆସିବା ବେଳେ ଦେଖିଲା ତା ଘର ଆଗରେ ପୁରା ଗାଁ ଲୋକଙ୍କ ଭିଡ଼,, ହାକିମ ଆସି ନାଡୀ ଦେଖି କହିଲେ ମୁର୍ତ୍ତୃ ହେଇଗଲାଣି,, ସମସ୍ତେ ତାଯୁବ,, ଯାହା କହିଥିଲା ସୁମିତ୍ରା ସେଇଟା ହେଇଗଲା,, ସମସ୍ତେ ଦୁଃଖରେ ଲାଗିଗଲେ ସଂସ୍କାର କରିବା ଯୋଜନାରେ,, ମସାଣି କୁ ନେଲେ ରାତି ଦଶଟା ବାଜିଲାଣି ଗାଁ ର ମୁଖିଆ ବଳବାନ ଲୋକ ମାନେ ସାହସ ଦେଲେ ଯେମିତି ଏକ ଶବ କୁ ଅଗ୍ନି ଦିଆଯାଏ ସେହିପରି କାଠ ଲଦିଲେ ଜୁଇ ରେ, ଯେତେବେଳେ ମହିଳା ମାନେ ନେଲେ ଗାଧୋଇ ଦେବାକୁ, ଯେହେତୁ ବିବାହିତ ନୀତି ନିୟମ ପାଳିବାକୁ ଆଗେଇଲେ,, ଯେମିତି ହଳଦୀ ପାଣି ରେ ଗାଧୋଇ ବା ଆରମ୍ଭ କରନ୍ତି ସେମିତି ସୁମିତ୍ରା ର ଆଖି ଖୋଲି ପୁଣି ବନ୍ଦ ହେବା ଜଣେ ମହିଳା ଦେଖି ଚିଲେଇଲେ,, ପୁଣି ନିଶ୍ୱାସ ଚାଲୁଛି,, ବଇଦ କୁ ଡକାଗଲା,,ବଇଦ ଆସି ଦେଖି କହିଲେ ବଡ଼ ଆଶ୍ଚର୍ଯ୍ୟ ସେ ବଂଚିଛି,, ସ୍ୱାମୀ ବହୁତ ଖୁସିରେ ଯେମିତି ସୁମିତ୍ରା କୁ କୁଣ୍ଢେଇ ଧରିଛି ସେମିତି ସୁମିତ୍ରା ସ୍ୱାମୀ ଜଗଦୀଶ କୁ ଠେଲି ଦେଇ କହିଲା ତୁମେ କିଏ ଜଣେ ପର ମହିଳାଙ୍କୁ କାହିଁକି ଧରୁଛ, ସୁମିତ୍ରା କାହାକୁ ଚିହିଁ ପାରିଲାନି,, ସମସ୍ତେ ଭାବିଲେ ସୁବୁ ଭୁଲିଯିବା ବେମାରୀ ପୁଣି ନୂଆ ଆସିଲା,, ଏହିପରି ଏକ ଅଜବ ପରିସ୍ଥିତି ରେ ପରିବାର ରହୁଥିବା ବେଳେ ଅଧା ରୁ ଅଧିକା ଗାଁ ଲୋକ କିଏ କାହା ବନ୍ଧୁ ଘରକୁ ପଳେଇଲେ,, ସ୍ୱାମୀ କିନ୍ତୁ ସୁମିତ୍ରା ପାଖରେ,, ବେଳେ ବେଳେ ସୁମିତ୍ରା ସ୍ୱାମୀ କୁ ଇଂଲିଶ ଶିଖେଇଲା,, ଓ ଯେମିତି ଜଣେ ଉଚ୍ଚଶିକ୍ଷିତ ସେହିପରି ବ୍ୟବହାର କଲା,, ଓ ସବୁଦିନେ ସ୍ୱାମୀକୁ ଏକ ଚିଠି ଲେଖି ଦିଇ କୁହେ ୟାକୁ ନେଇଯାଅ ପୋଷ୍ଟ ଅଫିସ ରେ ଚିଠି ବାକ୍ସ ରେ ପକେଇଦେବ ଓ କାହାକୁ କିଛି କହିବନି,, ରାଣ ନିୟମ ପକେଇ ନିଜର କରିନେଲା ସୁମିତ୍ରା, ମୂର୍ଖ ସ୍ୱାମୀ ସ୍ତ୍ରୀ କୁ ଏତେ ଭଲପାଏ ଯେ ନାଁ ଚିଠି ଖୋଲେ ନାଁ କାହାକୁ କୁହେ,, ଠିକ ଦୁଇ ମାସ ପରେ ଏକ କାର ଆସିଲାଗିଲା ସୁମିତ୍ରା ଗାଁ ରେ ଜଣେ ବୟସ୍କ ସମ୍ରାନ୍ତ ଚେହେରା ଲୋକଟିଏ ଗାଁ ମୁଣ୍ଡରେ ପଚାରିଲା ଏଠି କେହି ଜଣେ ମସ୍ତିଷ୍କ ଖରାପ ମହିଳା ଅଛନ୍ତିକି,, ଲୋକ ହଁ ମାରି ସୁମିତ୍ରା ଘର ପାଖରେ ପଂହଁଚିଲେ, ସେ ବାବୁ କହିଲେ ସୁମିତ୍ରା ର ଶଶୁର କୁ ଏମିତି ଆପଣଂକ ଘରେ କିଏ ଜଣେ ମହିଳା ଅଛନ୍ତି,, ଶଶୁର ସ୍ୱାମୀ ଜାଣିବାକୁ ଚାହିଁଲେ କାହିଁକି ଆପଣ କିଏ,, କିନ୍ତୁ ଆଗନ୍ତୁକ କହିଲେ ତାଙ୍କୁ ଡାକନ୍ତୁ, ମୁଁ ତାଙ୍କୁ କହିବି,,, ବଡ଼ ଜଟିଳ ପରିସ୍ଥିତି,ଶେଷରେ ସୁମିତ୍ରା ନିଜେ ଘରୁ ଦୌଡ଼ି ଆସି ଆଗନ୍ତୁକ ବୃଦ୍ଧ ଙ୍କୁ କୁଣ୍ଢେଇ ପକେଇ ଖାଲି କାନ୍ଦିଲା,, ଘଟଣା କଣ ଜାଣିବାକୁ ଲୋକଙ୍କ ଭିଡ଼ ଜମିଲା,, ସୁମିତ୍ରା କହିଲା ଆପଣ ମୋ ବାପା, ଆଉ ମୁଁ ଆପଣଂକ ଝୀଅ ଶିବାନୀ,, ଆଗନ୍ତୁକ ଥିଲେ ଏତାୱା ର ପ୍ରଫେସର (ରାମ ଶ୍ରୀୟା ତ୍ରିପାଠୀ) ଜଣେ ଖାନଦାନୀ ପ୍ରସିଦ୍ଧ ଲୋକ,, ରାମ ଶ୍ରୀୟା ଆଣିଥିବା ଏକ ଫୋଟୋ ଆଲବମ କୁ ଦେଖେଇ କହିଲେ ଦେଖ ୟେ ସବୁ କିଏ,, ସୁମିତ୍ରା ଓରଫ ଶିବାନୀ ସମସ୍ତଙ୍କ ନାଁ ଗୋଟି ଗୋଟି କହିଲା କିଏ ତାଙ୍କ ସ୍ୱାମୀ କିଏ ଶାଶୁ କିଏ ତାଙ୍କ ଦୁଇ ପୁଅ,,ରାମ ଶ୍ରୀୟା ମାନିଲେ,, ପ୍ରକୁର୍ତ୍ତ ରେ ଶିବାନୀ ତାଙ୍କ ଝୀଅ ଥିଲା ଯାହାକୁ ତାଙ୍କ ଶାଶୁ ଘରଲୋକ ମାରିଦେଇ ଜେଲ ଯାଇଥିଲେ,,24 ଅକ୍ଟୋବର 1962 ରେ ଜନ୍ମ ନେଇଥିଲେ,,, ସୁମିତ୍ରା କୁ ନିଜେ ସାଙ୍ଗରେ ନେଇଗଲେ ଓ ସ୍ୱାମୀ ପୁଅ ବି ଗଲା ରାମଶ୍ରୀୟ ଙ୍କ ସାଙ୍ଗରେ,, ଆଗରୁ ଦୁଇ ଟି ପୁଅ ଥିଲା ଶିବାନୀର,, ଶେଷରେ ନିଷ୍ପତ୍ତି ହେଲା ସୁମିତ୍ରା ଓରଫ ଶିବାନୀ ସେଇ ସ୍ୱାମୀ ଙ୍କ ଗାଁ ସରିଫପୁରା ରେ ସମସ୍ତେ ରହିବେ ସମ୍ପୂର୍ଣ ଅର୍ଥ ଧନ ଦୌଲତ ଦେଇ ବିଦା କଲେ ରାମ ଶ୍ରୀୟା,,, ଅଗର ଦୁଇ ପୁଅ ରିଙ୍କୁ ଓ ଟିଂକୁ ଙ୍କ ସାଙ୍ଗରେ ରହିଲେ ସୁମିତ୍ରା,,,1998 ରେ ସୁମିତ୍ରା ଙ୍କ ଦେହାନ୍ତ ଘଟିଥିଲା ଠିକ ଦୁଇମାସ ପରେ ସ୍ୱାମୀ ଜଗଦୀଶ ର ମୁର୍ତ୍ତୃ ହେଲା ବର୍ତମାନ ବି ତିନି ପିଲା ସେଇ ଗାଁ ରେ,,, ଯାହାକୁ ସତ୍ୟ ପୁନରଜନ୍ମ କାହାଣୀ କୁ ବିଶ୍ୱ ପ୍ରସିଦ୍ଧ ବିଜ୍ଞାନ ସଂସ୍ଥା ଆମେରିକା ର ଭେର୍ଜେନିଆ ୟୁନିଭେର୍ସିଟି ର ଅନେକ ଗେବେଷକ ବହୁଦିନ ଧରି ଗବେଷଣା ରେ ସ୍ୱୀକୃତି ଦେଲେ ଯେ ବିଶ୍ୱ ର ଏକମାତ୍ର ସତ ପୁନର୍ଜନ୍ମ କାହାଣୀ ବୋଲି,,,

Leave a Reply

Your email address will not be published. Required fields are marked *