Spread the love

. *🕉️ 🪷 🕉️ ଭାଗବତ କଥା 🕉️ 🪷 🕉️*
➖➖➖➖➖➖➖➖➖➖➖➖

*🕉️ ଭଗବାନ ଉଦ୍ଧବ କୁ କହୁଛନ୍ତି ଯେ ବ୍ରହ୍ମା ଶଙ୍କର ଆଦି ଦେବତା ମାନେ ମୋର ନିକଟରେ ଆସି ଅନେକ ସ୍ତୁତି କଲେ ବୈକୁଣ୍ଠ ଗମନ ପାଇଁ । ଏବେ ଦେବକାର୍ଯ୍ଯ ସାରି ଅବନୀ ଭାର ପରିହରିଲୀ। ଏଵେ ପ୍ରୟୋଜନ ନାହିଁ । ନିଜ ଭୁବନ ଯିବି ମୁହିଁ । ଆଜି ଠାରୁ ସାତ ଦିନ ରେ ମୋର ଯଦୁକୁଳ ନାଶ ଯିବ । ଏ ଯଦୁପୁରୀ ସିନ୍ଧୁ ଜଳରେ ବୁଡ଼ି ପଡିବ ରସାତଳରେ ।ଲୋକମାନେ ଖଳଵଳ ହୋଇ ନାଶିବେ ଭୁବନ ମଣ୍ଡଳ । ଅରଣ୍ୟ ରେ ପଶ ଯାଇ ବେଗେ । ଏହା କଳିଯୁଗ ଗତି। ଲୋକ ମାନେ ହୋଇବେ ଦୁଷ୍ଟ ମତି । ଅଗମ୍ଯେ ଗମନ କରିବେ । ନିଗମ ବଚନ ନିନ୍ଦା କରିବେ । ସମସ୍ତ ଅଳ୍ପ ଆୟୁଷ ହୋଇବେ । ପାପରେ ସକଳ ଯିବେ ନାଶ । ଏ ସଵୁ ମାୟାର ଜଗତ। ବିବିଧ କର୍ମରେ ଚିତ୍ତ ଭ୍ରମଣ କରେ । ଜଗତରେ ଭେଦବୁଦ୍ଧି କରେ । ଦୋଷ ଅଦୋଷ ବିଚାର କରେ ନାହିଁ । ଅକର୍ମ କୁ କର୍ମ ବୋଲି ମଣେ ।*

*🙏🕉️ ନମଃ ଭଗବତେ ବାସୁଦେବାୟ 🕉️🙏*

Leave a Reply

Your email address will not be published. Required fields are marked *