Spread the love

ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ଠାରେ ଆଜି ରାଜ୍ୟ କୃଷି ବିଶ୍ଵବିଦ୍ୟାଳୟ ଏବଂ ଟେକ୍ନିକାଲ ବିଶ୍ୱବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ସଙ୍ଗମ-2024 ଏକ କୃଷି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବହୁ ବିଶିଷ୍ଟ କୃଷିବିତ, ବୈଜ୍ଞାନିକ ଏବଂ ବିଭିନ୍ନ ବିଶ୍ୱବିଦ୍ୟାଳୟ ର ବରିଷ୍ଠ ପ୍ରଫେସର୍ ମାନେ ଯୋଗ ଦେଇ ଆଧୁନିକ ଜ୍ଞାନ କୌଶଳରେ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ବ ଦେଇଥିଲେ । ବିଶେଷ କରି କୃଷି, ମାଛ ଚାଷ, ଉଦ୍ୟାନ, କୁକୁଡ଼ା ଚାଷ, ତେଲ,ମଞ୍ଜି, ଡାଲି, ଗୋପାଳନ, ଏବଂ ଜାତୀୟ ଫସଲ କିପରି ଉତ୍ପାଦନ ବୃଦ୍ଧି ହୋଇପାରିବ ସେ ସମ୍ପର୍କ ରେ ଆଲୋଚନା କରିଥିଲେ। କୃଷି ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର୍ ଡକ୍ଟର ପି କେ ରାଉଳ, ଡକ୍ଟର ଏ ଷଡଙ୍ଗୀ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ 2024 ସଙ୍ଗମ ସମ୍ମିଳନୀକୁ ଉଦ୍ଘାଟନ କରି କହିଲେ ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟ ସରକାର କୃଷି ଉତ୍ପାଦନ କ୍ଷେତ୍ରରେ ଅଧିକ ଗୁରୁତ୍ବ ଦେଉଛନ୍ତି। ଆଧୁନିକ ପ୍ରଣାଳୀରେ କୃଷି ଠାରୁ ଆରମ୍ଭ କରି ମାଛ ଚାଷ,କୁକୁଡ଼ା ଚାଷ, ତେଲ, ଡାଲି, ଗୋପାଳନ ର ଉତ୍ପାଦନ ବୃଦ୍ଧି ପାଇଁ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରାଯାଉଛି। ତେଣୁ କୃଷିବିତ୍, ଚାଷୀ ଏବଂ ବୈଜ୍ଞାନିକ ମାନଙ୍କ ମଧ୍ୟରେ ସମନ୍ଵୟ ପ୍ରତିଷ୍ଠା କରି ଉତ୍ପାଦନ ବୃଦ୍ଧି କରନ୍ତୁ। କୃଷିଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ପାଇଁ ବୈଜ୍ଞାନିକ ମାନେ ପ୍ରତିଦିନ ଗବେଷଣା କରୁଛନ୍ତି। ଆଧୁନିକ ବିଜ୍ଞାନ ଯୁଗରେ ବିଜ୍ଞାନର ଅଗ୍ରଗତି ସାଙ୍ଗକୁ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ଉତ୍ପାଦନ ବୃଦ୍ଧି କରିବାକୁ ଅତିଥି ମାନେ ଆହ୍ଵାନ ଦେଇଥିଲେ। ପ୍ରାରମ୍ଭରେ ଧାନ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡକ୍ଟର ଅମରେଶ ନାୟକ ସ୍ଵାଗତ ଭାଷଣ ଦେଇ ସଙ୍ଗମ 2024 ସମ୍ମିଳନୀ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଦେଇଥିଲେ। ସଙ୍ଗମ ର ସଂଯୋଜକ ଡକ୍ଟର ଜି ଏ କେ କୁମାର ଏହି ସମ୍ମିଳନୀର ଉଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ଅତିଥି ବୃନ୍ଦ ବାୟୋ ପୋଷାକ ନାମକ ଏକ ନୂତନ ପ୍ରକଳ୍ପ କୁ ଉନ୍ମୋଚନ କରିଥିଲେ। ପ୍ରତିଷ୍ଠାନ ପକ୍ଷରୁ ଏକ କୃଷି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *

You Missed