Spread the love

ବିଜୁ ଜନତା ଦଳ ଏକ ରାଜନୈତିକ ଦଳ ନୁହେଁ, ଏହା ଏକ ସାମାଜିକ ଆନ୍ଦୋଳନ. ସାମାଜିକ ଆନ୍ଦୋଳନ ଏହି କାରଣରୁ ଯେ ଏହା ମହିଳା ସଶକ୍ତିକରଣ ପାଇଁ କାମ କରେ. ବିଜୁ ପଟ୍ଟନାୟକ ଆରମ୍ଭ କରିଥିଲେ ମହିଳା ସଶକ୍ତିକରଣ. ପଞ୍ଚାୟତ ନିର୍ବାଚନରେ 33% ସଂରକ୍ଷଣ ବ୍ୟବସ୍ଥା କଲେ. ମହିଳାଙ୍କୁ ଘରୁ ବାହାରି ସ୍ୱାବଲମ୍ଭି ହେବାକୁ ସେ ଏହା କରିଥିଲେ. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ 50% ସଂରକ୍ଷଣ ପାଇଁ କେହି ବାଧ୍ୟ୍ୟ କରି ନଥିଲେ. ହେଲେ ମହିଳାଙ୍କୁ ଆହୁରି ସଶକ୍ତ କରିବାକୁ ସେ ଏହି ସଂରକ୍ଷଣ କଲେ. ବିଧାନସଭା ଓ ଲୋକସଭାରେ 33% ସଂରକ୍ଷଣ କଥା ଉଠାଇଥିଲେ ନବୀନ ପଟ୍ଟନାୟକ. ଏହି ବିଳମ୍ବ ହେଲା କାରଣ ଅନେକ ଲୋକ ଚାହିଁଲେନି. ହେଲେ ମୁଖ୍ୟମନ୍ତ୍ରୀ ନିଜ ଆଡୁ 33% ମହିଳାଙ୍କୁ ଲୋକସଭା ପ୍ରାର୍ଥୀ କଲେ ଓ ଜିତାଇବାକୁ କହିଲେ. ଏଥିର ବି ସେ 33% ମହିଳାଙ୍କୁ ପ୍ରାର୍ଥୀ କରିବେ. ସେହିପରି ଅନେକ ଲୋକ କହିଲେ ଯେ 50% ସଂରକ୍ଷଣ ତ ମହିଳାଙ୍କ ପାଇଁ ଅଛି ପଂଚାୟତରେ. ଆଉ ବଢ଼ାଅ ନାହିଁ. ସେ ମହିଳାଙ୍କୁ ସଶକ୍ତିକରଣ, ରୋଜଗାରକ୍ଷମ, ପିଲାମାନଙ୍କ ଭଲ ପାଠ ପଢ଼ା ପାଇଁ ସେ 70% ମହିଳାଙ୍କୁ ଜିଲ୍ଲା ପରିଷଦ ସଭାନେତ୍ରୀ କରିଛନ୍ତି. ମମତା ଯୋଜନା ଆରମ୍ଭ ହେବାର କାରଣ ବି ଅଛି. ମୁଁ 2012 ରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ସମୟରେ ଜଣେ ମହିଳା IAS maternity leave ଆବେଦନ କଲେ. ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲି. ସେ କହିଲେ ଯଦି ସରକାରୀ ଅଧିକାରୀ ପାଉଛନ୍ତି, ସମସ୍ତେ ପାଇବେ. 5ହଜାର ଟଙ୍କା ଗର୍ଭବତୀ ମାଆଙ୍କୁ ଦିଆଗଲା ମମତା ଯୋଜନା ଜରିଆରେ. ଯାହା ଏବେ 10 ହଜାର ଟଙ୍କା ହୋଇଛି. ଏହାର ଦେଢ଼ ବର୍ଷ ପରେ ତତ୍କାଳୀନ କେନ୍ଦ୍ର ସରକାର ଇନ୍ଦିରା ଗାନ୍ଧୀଙ୍କ ନାଁରେ ଏପରି ଗୋଟେ ଯୋଜନା ଆରଂଭ କଲେ. ଅର୍ଥାତ ଓଡ଼ିଶାର ସବୁ ଯୋଜନାକୁ କେନ୍ଦ୍ର ଓ ଅନ୍ୟ ରାଜ୍ୟ ଅନୁସରଣ କରନ୍ତି. ମିଶନ ଶକ୍ତି ମାଆ ମାନଙ୍କୁ 10 ଲକ୍ଷ ଯାଏ ବିନା ସୁଧ ଋଣ ମିଳୁଛି. ବ୍ୟାଙ୍କ ବାଡ଼ାବାଡ଼ି ହେଉଛନ୍ତି ସେମାନଙ୍କୁ ଋଣ ଦେବାକୁ. ପା୍ସପୋର୍ଟ ଅଫିସରେ ବି ମାଆ ମାନେ ଲମ୍ବା ଲାଇନ ଲଗାଉଛନ୍ତି. କହୁଛନ୍ତି ନବୀନ ପଟ୍ଟନାୟକ ପଠାଇଛନ୍ତି, ପା୍ସପୋର୍ଟ କର. 800 ମାଆ ଦୁବାଇ ଓ ସିଙ୍ଗାପୁର ଗଲେଣି. ଆହୁରି ଅଧିକ ଯିବେ. ଇ ଯାଏ 15ହଜାର କୋଟି ଋଣ ନେଲେଣି ମାଆ. ଯାହା ଏବେ 20 ହଜାରରେ ପହଂଚିବ. ତେଣୁ ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାକୁ ସ୍ୱଛତା ଓ ଭଲ ଭାବେ ନିର୍ବାହ କରନ୍ତୁ. ଯେଉଁ ମହିଳା ନିର୍ବାଚନ ଜିତିଛନ୍ତି, ସେମାନେ ନିଜେ ନିଷ୍ପତ୍ତି ନିଅନ୍ତୁ. ପରାମର୍ଶ ପଛେ ଯାହା ଠାରୁ ନେଇ ପାରିବେ. ହେଲେ ନିଜେ ନିଷ୍ପତ୍ତି ନିଅନ୍ତୁ. ଏପରି ହେଲେ ଓଡ଼ିଶା ସଶକ୍ତ ହେବ. ନୂଆ ଓଡ଼ିଶା ଗଠନ ହେବ. ମହିଳା ମାନଙ୍କ ଆର୍ଥିକ, ସାମାଜିକ ଓ ରାଜନୈତିକ ସଶକ୍ତିକରଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ଅଶ୍ୱିନୀ କୁମାର ସାହୁ, ବ୍ରହ୍ମପୁର ଗଞ୍ଜାମ

Related Post

Leave a Reply

Your email address will not be published. Required fields are marked *