Spread the love

ଅର୍ଥ ଯୋଗାଡ଼ରେ ମଣିଷ ବି ଦିନେ ଅତି ଜଘନ୍ୟ ଅପରାଧ କରିବ ଭାବିଲେ ଆଶ୍ଚର୍ଯ୍ୟ ଲାଗେ,, ପୁଣି ବାପା ପୁଅ ମିଶିକି,,, ଘଟଣା ଟି 2006 ରେ ଘଟିଥିଲା ଉତ୍ତରପ୍ରଦେଶ ର ଗାଜିଅବାଦ ରେ, ଜଣେ ଥିଲେ ବିଜୟ ପାଲ, କପଡା ବେପାରୀ, ମନେ ମନେ ଯୋଜନା କଲା ଭାରତ ବର୍ଷ ରେ ଇନ୍ସୁରାନ୍ସ କରି ଲୋକମାନେ ମିଛକହି ଲୁଟୁଛନ୍ତି ପ୍ରଯ୍ୟାପ୍ତ ଅର୍ଥରାଶି, ତେଣୁ ନିଜେ ନିଜ ଲୁଟିବା ପ୍ଲାନ 18 ବର୍ଷ ର ପୁଅକୁ କହିଲା,,ଗୋଟିଏ କାର କିଣିଲେ ଦୁଇଟି ଇନ୍ସୁରାନ୍ସ କଲେ 20 ଲକ୍ଷ୍ୟ ର,, ରୋଡ଼ ଆକ୍ସିଡେଣ୍ଟ ରେ ମଲେ ମିଳିବ ଚାରିଗୁଣା ଅର୍ଥାତ 80 ଲକ୍ଷ୍ୟ ଓ କାର ବାବଦରେ 20 ଲକ୍ଷ୍ୟ,, ପ୍ଲାନ ରେଡି ବାପା ପୁଅ ଖୋଜିଲେ ଜଣେ ଅନାଥ ପିଲା ଯାହାର ବୟସ 18 ହେଇଥିବ,, ମିଳିଲା ଗାଜିଆବାଦ ରେ ଜଣେ ଭିକାରି,,ତାକୁ ଭୁଲେଇ କହିଲେ ଚାଲ ଆମ ଘରକୁ ପାଖରେ ରଖି ସବୁ ବ୍ୟବସ୍ତା କରିଦେବେ,,, ଅନାଥ ବି ସାଙ୍ଗରେ ଗଲା,,, ଦିନ ସାରା ତାଜମହଲ ବୁଲେଇ ରାତିରେ ଏକ ନିର୍ଜନ ସ୍ଥାନରେ ହତ୍ୟା କଲେ ବାପା ଓ ପୁଅ ଅନିଲ,,, କାରଟିକୁ ଏକ ଗଛରେ ପିଟି ଅନାଥ ପିଲାକୁ ଡ୍ରାଇଭିଂ ସିଟରେ ବସେଇ ବାପା ପୋଲିସ ଷ୍ଟେସନ ରେ ଗୁହାରି କଲା ଯେ ପୁଅ ଆକ୍ସିଡେଣ୍ଟ ରେ ମରିଗଲା,,, ପୋଲିସ ଆସି ଦେଖିଲେ ଚାଳକ ମୃତ,,, ଗଡ଼ିବି ନଷ୍ଟ,, ତା ପର ଦିନ ମେଡିକାଲ ରିପୋର୍ଟ ବି ଆସିଲା ଯେ ଆକ୍ସିଡେଣ୍ଟ ରେ ମୃତ ହେଇଛି,,, ସେଇ ଦିନ ପୁଅକୁ ସୁଦୂର ଗୁଜୁରାଟ ର ଅହଂଦାବାଦ କୁ ପଠେଇ କହିଲା ଫୋନ ନ କରିବାକୁ,,, ଏକ ଲକ୍ଷ୍ୟ ନଗଦ ଦେଲା ବାପା ବିଜୟ ପାଲ,, ପୁଅ ଚାଲିଲା ଗୁଜୁରାଟ ସେଠାରେ ହୋଟେଲ ରେ ନକଲି ନାଁ ରେ ରହିଲା ଦୁଇମାସ,,, ଇନ୍ସୁରାନ୍ସ ଟଙ୍କା ମିଳିଲା,, ଗୁପ୍ତରେ ବାପା ପୁଅ ପାଖକୁ ଯାଇ ଏକ କପଡା ଦୋକାନ ବି କରେଇଦେଲା, ରାଜୀବ ଚୌଧୁରୀ ନାଁ ରେ,, କହିଲା ପ୍ରତି ବର୍ଷ ଭେଟ ହେବା ଦିଲ୍ଲୀ ମୁମ୍ବାଇ ରେ, ଓ ନିଜେ ଅନାଥ ବୋଲି ସମସ୍ତଙ୍କୁ କହିବୁ,, ଯିଏ ପଚାରିବ ଅନାଥ ଆଶ୍ରମ ରେ ରହି ଗୁଜୁରାଟ ଆସିଛି ବୋଲି କହିବୁ,, ପୁଅ ବି କଳାକାର,,, ରାଜି ହେଇ ନୂଆ ନାଁ ରାଜୀବ ରଖିଲା,, ଏହିପରି 17 ବର୍ଷ ବିତିଲା,, ଏଇ 2022 ରେ ଯେତେବେଳେ ଦିଲ୍ଲୀ ରେ ବାପା ଭେଟିଲେ ପୁଅ କୁ ଜଣେ ସାମ୍ବାଦିକ ଥିଲେ ସେ ସବୁ ଦେଖୁଥିଲେ ଘଟଣା କଣ କି ବେପାର ଚାଲୁଛି ଚାରି ଘଣ୍ଟା ଗୋଟିଏ ଜାଗାରେ ଦୁଇ ଜନ କରୁଛନ୍ତି କଣ,,, ବାପା ପଳେଇଲେ,,,ପୁଅ କୁ ସାମ୍ବାଦିକ ଜଣକ ପଚାରିଲେ କୋଉଠି ରୁହନ୍ତି ନକଲି ରାଜୀବ ଅସଲ ଠିକଣା ଦେଲା ଗୁଜୁରାଟ ର,, ସାମ୍ବାଦିକ ର ସନ୍ଦେହ ହେଲା ତୁରନ୍ତ ଫୋନ ଅହଂଦାବାଦ ଜଣେ ସାଙ୍ଗ ପାଖକୁ କଲା ଯୋଉ ଜାଗା ର ଠିକଣା ଦେଇଥିଲା ରାଜୀବ,, ଉତ୍ତର ବି ଠିକ ମିଳିଲା କପଡା ଦୋକାନ ଅଛି,,, ଦୁହେଁ ସାଙ୍ଗ ହେଲେ,, ଦିନେ ସାମ୍ବାଦିକ ଗୁଜୁରାଟ ଗଲେ ନକଲି ରାଜୀବ କୁ ଭେଟିଲେ ଘରକୁ ଦୁହେଁ ଗଲେ ରାଜୀବ ର ଦୁଇଟି ପିଲା,,, ଯେତେବେଳେ ସାମ୍ବାଦିକ ପଚାରିଲେ ସାଙ୍ଗ ତୁମ ବାପା ମା କୋଉଠିକାର ଓ ଅସଲ ଠିକଣା କୋଉଠି,, ରାଜୀବ କହିଲା ଜାଣିନି ଅନାଥ ଆଶ୍ରମ ରେ ରହି ବଡ଼ ହେଲି,,, ଆହୁରି ସଂଦେହ ହେବାରୁ ଜଣେ ପୋଲିସ ଇନିସ୍ପେକଟର ମିତେଶ ତ୍ରିବେଦୀ ଙ୍କୁ ସନ୍ଦେହ କାହାଣୀ କହିଲେ,, ଦୁଇ ଜଣ ଗୁପ୍ତ ରେ ଆଲୋଚନା କରି ପୋଲିସ ଯାଇ ନକଲି ରାଜୀବ ଘରେ ପଂହଁଚି ତାଙ୍କ ସ୍ତ୍ରୀ କୁ ପଚାରିଲେ ରାଜୀବ ଙ୍କ ଘର କୋଉଠି ଆଉ କିଏ କିଏ ପରିବାର ରେ ଅଛନ୍ତି ସ୍ତ୍ରୀ କହିଲେ ମୁଁ ବିଭା ହେବା ଦିନରୁ ଜାଣିଛି ତାଙ୍କର ଦୁନିଆରେ କେହି ନାହାନ୍ତି,,, ପୁରା ପୋଲିସ ଡିପାର୍ଟମେଣ୍ଟ ରେ ଅନୁସନ୍ଧାନ ଚାଲିଲା ଟେଲିଫୋନ କଲ ଡିଟେଲ ଖୋଜା ଚାଲିଲା,, ରାଜୀବ ମଝିରେ ମଝିରେ ଜଣଙ୍କ ସାଙ୍ଗରେ କଥା ହୁଅନ୍ତି ଗାଜିଆବାଦ,, ପୋଲିସ ଗାଜିଆବାଦ ଯାଇ ତଦନ୍ତ କଲେ ବାପା ବିଜୟ ପାଲ ର ଇତିହାସ ମିଳିଲା ତାର ଏକ ପୁତ୍ର 17ବର୍ଷ ତଳେ ରୋଡ଼ ଆକ୍ସିଡେଣ୍ଟ ରେ ମରିଯାଇଛି,,, ସନ୍ଦେହ ହେବାରୁ ତଦନ୍ତ ଜୋରଦାର ଚାଲିଲା,, ଅଳ୍ପ ଦିନ ତଳେ ଗିରଫ ହେଲେ 7 ନଭେମ୍ବର 2023 ରେ,,,

Leave a Reply

Your email address will not be published. Required fields are marked *