Spread the love

ବିରୋଧୀଙ୍କୁ ଘାରିଛି କାର୍ତିକ ଜର

ପ୍ରଦୀପ କୁମାର ପଣ୍ଡା
ଦର୍ଶନ ସମୀକ୍ଷା, ଭୁବନେଶ୍ୱର

ବର୍ତମାନ ଓଡିଶା ରାଜନୀତିରେ ଗୋଟେ ନାମ ବହୁତ ଚର୍ଚ୍ଚାରେ – ଭି କାର୍ତିକେୟନ ପାଣ୍ଡିଆନ I ଶୟନେ, ସ୍ୱପନେ ଆଉ ଜାଗରଣେ
ଖାଲି କାର୍ତିକ ହିଁ କାର୍ତିକ I ପ୍ରତୀୟମାନ ହଉଛି ବିରୋଧୀଙ୍କ ପାଖରେ ନା ଅଛି ବିକାଶର ନକଶା ନା ଅଛି କାର୍ଯ୍ୟକ୍ରମ ନା ଅଛି ସଂଗଠନ ନା ଅଛନ୍ତି କାର୍ଯ୍ୟକର୍ତା I ଖାଲି ସୋସିଆଲ ମିଡ଼ିଆ ପ୍ରଚାରରେ ଏବଂ ଜୁମଳାବାଜିରେ ଓଡିଶାରେ ନିର୍ବାଚନ ଜିତିବା ଅସମ୍ଭବ I ୧୦୮ ଥର କାର୍ତିକ ମନ୍ତ୍ର ଜପିଲେ କିଛି ହବନି I ବିରୋଧୀ ଯଦି ବିକାଶ ଭିତିକ ସମସ୍ୟା ଉପରେ ଧ୍ୟାନ ଦିଅନ୍ତେ, ବହୁତ ଭଲ ହୁଅନ୍ତା ଓଡିଶା ରେ କାହିଁକି ସିବିଆଇ ଇଡି ଆସୁନାହାନ୍ତି ବୋଲି ଚର୍ଚ୍ଚା ଧରୁଛି, ହୁଏତ ତାହାର କାରଣ ଆଉ ଅଛପା ନାହିଁ, କାରଣ ଓଡିଶା ରେ ଯେଉଁ ଘୋଟଲା ହେଇଛି ବୋଲି ଚର୍ଚ୍ଚା ଧରିଛି, ତାହା ଦୁଇଟି ଦଳ ମିଶିକି ସରକାର କରୁଥିଲା ବେଳେ ହେଇଛି, ସେ ଚିଟଫଣ୍ଡ ହେଉ କିମ୍ବା ଜମି ଦୁର୍ନୀତି କିମ୍ବା ଖଣି ଲୁଟ,,, ସାମିଲ ସମସ୍ତେ ଥିବାରୁ ଭୟ ବିରୋଧୀ ଙ୍କୁ ବି ରହିଛି,, ତେଣୁ ପାଣ୍ଡିଆନ ଖୋଲାଖୋଲି ସରକାରୀ ଚାକିରୀ ଛାଡି ବିଜେଡି ରେ ମିଶିଲେ,, ଆଜି ପର୍ଯ୍ୟନ୍ତ କେନ୍ଦ୍ର ର କୌଣସି ବରିଷ୍ଟ ନେତା ଆସି କିଛି କହୁନାହାନ୍ତି, ଏପଟେ କାର୍ତିକ୍ୟାନ ବର୍ଷେ ହେବ ସାରା ଓଡିଶା ରେ ବୁଲି ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରି ଶେଷ କରିସାରିଲେଣି, ବିକାଶ ଯାହା ହେଇଛି ଏଇ ଦୁଇ ବର୍ଷ ଭିତରେ ଦେଶ ସ୍ୱାଧୀନ ହେବା ପରଠାରୁ ଏତେପରିମାଣର ହେଇନଥିଲା,, ତେଣୁ ଓଡିଶା ରେ ବର୍ତମାନ ଗୋଟିଏ ନାଁ କାର୍ତିକୟ ପାଣ୍ଡିଆନ,,,,

Leave a Reply

Your email address will not be published. Required fields are marked *