” ତୁଷାରକାନ୍ତର ମୁଣି
ନିଅନ୍ତୁ ସେଥିରୁ ଛାଣି”—
“ବୁଝେଇ ନ ପାରିଲେ ଏମିତି ଗୋଳେଇ ଦିଅ ଯେମିତି କି ଲୋକଙ୍କ ବିଚାର ବିଭ୍ରାଟ ଘଟି ସେମାନେ ଭ୍ରମିତ(ମୁଣ୍ଡ ଟିଣ ରେ ନାରଣ) ହୋଇଯିବେ”।
(If you nannot convince them, confuse them. -As told by Hary Trueman, President of USA during 2nd World War)
………..ମୁଣ୍ଡ 😡 ଟିଣ……….
“ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ତିଋପତିସ୍ଥିତ ବାଲାଜୀ ମନ୍ଦିରରେ ପ୍ରସାଦଋପେ ବ୍ୟବହୃତ ହେଉଥିବା ‘ଲଡୁ’ରେ , ଗୋଋ ଓ ଘୁଷୁରୀଚର୍ବି,ମାଛ ତେଲ ଇତ୍ୟାଦି ମିଶିଛି” ବୋଲି ଗୁଜରାଟର ଗୋଟିଏ ପରୀକ୍ଷାଗାରରେ ହୋଇଥିବା ପରୀକ୍ଷାରୁ ଜଣାପଡିବାପରେ, ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦିଆଯାଇ ସାଧାରଣଲୋକଙ୍କ ବିଚାର ବିଭ୍ରାଟ କରାଯାଉଛି, ସେମାନଙ୍କୁ ସଠିକ ତଥ୍ୟ ଦିଆନଯାଇ ଯିଏ ଯାହାର ରାଜନୈତିକ ଲାଭ ଉଠାଇବାପାଇଁ ଚେଷ୍ଟା କରୁଛନ୍ତି।
ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ୱାଇ.ଏସ.ଜଗନ ମୋହନ ରେଡି ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ଚିଠିଲେଖି ” ବର୍ତ୍ତମାନର ମୂଖ୍ୟମନ୍ତ୍ରୀ ଶ୍ରୀଏନ. ଚନ୍ଦ୍ରବାବୁ ନାଇଡୁ, ନିର୍ବାଚନ ପୂର୍ବରୁ ଲୋକଙ୍କୁ ଦେଇଥିବା ନିର୍ବାଚନୀ ପ୍ରତିଶୃତି ପାଳନରେ ବିଫଳହୋଇ ଲୋକଙ୍କ ଦୃଷ୍ଟି ଅନ୍ୟଆଡେ ଏଡାଇବାକୁ ‘ ତିଋମଲ୍ଲା ତିଋପତି ଦେବସ୍ଥାନମ (TTD)’ ପୂଜାପଦ୍ଧତିର ବଦନାମ କରୁଛନ୍ତି”ବୋଲି ଜଣେଇ,
ମୋଦିଜୀଙ୍କୁ,”ନାଇଡୁଜୀଙ୍କର ଏଭଳି ମିଥ୍ୟା ପ୍ରଚାର ବିଋଦ୍ଧରେ ଦେଶବାସୀ ଆପଣଙ୍କଠାରୁ ସଠିକ ମାର୍ଗଦର୍ଶନ ଚାହୁଛନ୍ତି” ଭଳି ଆବେଦନ
ବି କରିଛନ୍ତି ।
ଆନ୍ଧ୍ରପ୍ରଦେଶର ବର୍ତ୍ତମାନର ମୂଖ୍ୟମନ୍ତ୍ରୀ ଶ୍ରୀ ନାଇଡୁଜୀ କହିଛନ୍ତି,
” କାହାକୁ ହେଲେ ଛଡାଯିବନି।ପୂର୍ବତନ ମୂଖ୍ୟମନ୍ତ୍ରୀ ଶ୍ରୀ ରେଡି,
ମୋ ସରକାରଙ୍କ ଉପରେ ଦୋଷାରୋପ କରିବା ଛାଡି ଏପରି କାହିଁକି ହେଲା, ତାହାର ଉତ୍ତର ଦିଅନ୍ତୁ” ।
ଏଠାରେ ପ୍ରଣିଧାନଯୋଗ୍ୟ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନାଇଡୁ
ଖ୍ରୀଷ୍ଟିଆନ ସମ୍ପ୍ରଦାୟର ହୋଇଥିବାରୁ ସାମାଜିକ ଗଣମାଧ୍ୟମରେ ” ସେ ମୂଖ୍ୟମନ୍ତ୍ରୀ ଥିଲାବେଳେ ହିନ୍ଦୁଧର୍ମକୁ ନଷ୍ଟ କରିବାକୁ ଏପରି କରିଛନ୍ତି” ଭଳି ଲକ୍ଷ ଲକ୍ଷ ଆରୋପ ଲେଖା ହେଉଛି ।
କେନ୍ଦ୍ର ସରକାରଙ୍କ ତରଫରୁ ଘିଅ ଯୋଗାଉଥିବା ଚାରୋଟି କଂପାନି ଭିତରୁ ଗୋଟିଏ କମ୍ପାନୀକୁ ” କାରଣ ଦର୍ଶାଇ ” ନୋଟିସ ପଠାଯାଇଛି।
କିଏ କିଏ, “ମନ୍ଦିରର ନିଜ ପରୀକ୍ଷାଗାର ତଥା ହାଇଦ୍ରାବାଦରେ ଦେଶର ସର୍ବଶ୍ରେଷ୍ଠ ପରୀକ୍ଷାଗାର ଥାଉ ଥାଉ ଲଡୁର ପରୀକ୍ଷା ଗୁଜରାଟରେ କାହିଁକି କରାଗଲା,ରିପୋର୍ଟ ମିଳିବାର ପାଖାପାଖି ତିନିମାସପରେ ଏହାକୁ କାହିଁକି ସାର୍ବଜନୀନ କରାଗଲା, ଏଥିରେ ରାଜନୀତି ଅଛି”ବୋଲି କହିଲା ବେଳକୁ, ଟେମ୍ପଲ ଟ୍ରଷ୍ଟ ତରଫରୁ କୁହାଯାଇଛି ;
“ମନ୍ଦିରର ଆରାଧ୍ୟ ଶ୍ରୀ ଭେଙ୍କଟସ୍ୱାମୀଙ୍କ ନିକଟରେ ନୈବେଦ୍ୟଋପେ ଅର୍ପଣ କରାଯାଉଥିବା ଲଡୁର ପ୍ରସ୍ତୁତି ସ୍ୱତନ୍ତ୍ର ଭାବରେ ମନ୍ଦିର ପ୍ରଶାସନ ପ୍ରତ୍ୟକ୍ଷ ଓ ସତର୍କ ତତ୍ତ୍ୱାବଧାନରେ ହେଉଥିବାରୁ ତହିଁରେ ଅପମିଶ୍ରଣ ଘଟିବାର ଲେଶମାତ୍ର ସମ୍ଭାବନା ନାହିଁ” ।
ଆନ୍ଧ୍ରପ୍ରଦେଶର ଉପ-ମୂଖ୍ୟମନ୍ତ୍ରୀ ଶ୍ରୀ ପୱନ କଲ୍ୟାଣ “ଏଗାର ଦିନିଆ ଉପବାସ ଜରିଆରେ ପ୍ରାୟଶ୍ଚିତ” ଆରମ୍ଭକରି, “ବିଶ୍ବ ହିନ୍ଦୁ ପରିଷଦ”ର ଦାବି “ସବୁ ମନ୍ଦିରର ପରିଚାଳନା ସରକାରଙ୍କ କର୍ତ୍ତୃତ୍ବରୁ
କଢାଯାଇ ହିନ୍ଦୁ ସଙ୍ଗଠନ ଦାୟିତ୍ୱକୁ ଅଣାଯାଉ” ଭଳି ଦାବି ସହିତ ସ୍ୱର ମିଳେଇଲାବେଳକୁ, ଆଉ କେହି କେହି ” ସେଗୁଡିକ ଅଜସ୍ର ଅର୍ଥ ଓ ସମ୍ପତ୍ତି ଉପରେ କାହାର କାହାର ଆଖି ପଡିବାରୁ ଏତେ ପାଲା ଚାଲିଛି” ବୋଲି ଆକ୍ଷେପ କରୁଛନ୍ତି ।
ବିଚରା ଠାକୁରେ “ନର ମାୟା ନାରାୟଣଙ୍କୁ ଅଗୋଚର ” ଭଳି ଲୋକକଥାଟିର ଆଧାରରେ , ଏଥିରେଥିବା ରାଜନୀତି, ଅର୍ଥନୀତି ବାବଦରେ କିଛି ଠଉରେଇ ନପାରି ଖାଲି ଜୁଳୁଜୁଳୁ ହୋଇ ଚାହିଁ ରହୁଛନ୍ତି।
ଏଇଠି,ତା18.06.1989ରିଖରେ ବିଶିଷ୍ଟ ଲେଖକ ଶ୍ରୀ ଚିତ୍ତରଞ୍ଜନ ଦାସଙ୍କଦ୍ୱାରା ଲିଖିତ “ଧର୍ମ ଓ ରାଜନୀତି ” ପ୍ରବନ୍ଧର ପ୍ରଥମ ପାରାଗ୍ରାଫର ପାଠ “ଧର୍ମ ଓ ରାଜନୀତି, ଏହି ଦୁଇଟା ମଧ୍ୟରୁ କେଉଁଟା ପୃଥିବୀର ମଣିଷମାନଙ୍କୁ ଅଧିକ ପରିମାଣରେ ଅନ୍ଧ, ଉନ୍ମତ୍ତ କରାଏ? ଉନ୍ମତ୍ତ କରାଇ ଅଧିକ ହାସ୍ୟାସ୍ପଦ ବି କରାଏ?
ମଣିଷ ଭିତରେ ଏପରି ଗୋଟିଏ ବିଷୟବସ୍ତୁ ପ୍ରଛନ୍ନହୋଇ ରହିଥାଏ, ଯାହା କି ଉପରକୁ ଆସି ମଣିଷର ବିବେକକୁ ଅକ୍ତିଆର କରିବାର ପ୍ରଶୟ ପାଇଲେ ସତେଅବା ଗୋଟାଏ ଗୋଟାଏ ଅଫିମରେ ପରିଣତ ହୋଇଯାଏ।ସେହି ରୀତିରେ ଧର୍ମ ବି ଅଫିମ ହୋଇପାରେ, ରାଜନୀତି ମଧ୍ୟ ଅଫିମ ହୋଇପାରେ । ଅଫିମର ଉପଦ୍ରବ ଆରମ୍ଭ ହୋଇଗଲେ ମଣିଷର ଆଉ ହୋସ୍ ରହେ ନାହିଁ, ଧର୍ମରେ ରହେ ନାହିଁ କିମ୍ବା ରାଜନୀତିରେ ରହେ ନାହିଁ” ତଥା ଲେଖାର ଶେଷ ଅଂଶର ପାଠ,
“ତେବେ ଅଫିମ ସାଙ୍ଗକୁ ବିବେକ ବି ଅଛି,
ଯେଉଁଥି ପାଇଁ ବିଶ୍ୱ ବଞ୍ଚିରହିଛି।ଭବିଷ୍ୟତ ସକାଶେ କିଛି ଭଲ ଆଶା କରି ହେଉଛି ,ନହେଲେ ଏଠି ରାଜନୀତି ଗୋଟାସୁଦ୍ଧା
ବିଲୁଆମାନଙ୍କ କବଳରେ ପଡି ଆଉ ଆଗକୁ ବାଟ ଦିଶୁନଥାନ୍ତା”
ମନେ ପଡି,ଶ୍ରୀ ଦାସଙ୍କଦ୍ୱାରା ତା18.06.1989ରିଖରେ ଏଭଳି ଲେଖାଯିବାର ପଇଁତିରିଶ ବର୍ଷ ପରେ “ରାଜନୀତି ଗୋଟାସୁଦ୍ଧା ବିଲୁଆମାନଙ୍କ ହାତରେ କି” ଭଳି ପ୍ରଶ୍ନଟିଏ ମନରେ ଉଙ୍କି ମାରୁଛି।
ସବୁ ସେହି ସର୍ବମୟୀର୍ତ୍ତାଙ୍କ ନିର୍ଦ୍ଦେଶମତେ ହେଉଛି ।ଆମେ ନିମିତ୍ତ ମାତର ।