Spread the love

ଅପ୍ରିୟ କଥା !
ସ୍ୱର୍ଗତ ପିଣ୍ଟୁ ନନ୍ଦଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।ତାଙ୍କର ଅମର ଆତ୍ମାର ସଦଗତି ପ୍ରାପ୍ତ ହେଉ ।

୪ଟି ଚିତ୍ରକୁ ବୁଝିବାକୁ ଚେଷ୍ଟା କରନ୍ତୁ।ଜୀବନ ବଞ୍ଚିବାର ସୂତ୍ର ହୁଏତ ପାଇଯିବେ ।ଆଜିକାଲି ଏ ପ୍ରଶ୍ନର ଉତ୍ତର ଦେବା ବ୍ୟକ୍ତି ଖୋଜିଲେ ମିଳିବେନି।କାରଣ ପାଶ୍ଚ୍ୟାତ୍ ସଭ୍ୟତାର ଆଧୁନିକ ଷ୍ଟାଟସ୍ ସମସ୍ତଙ୍କୁ ଅନ୍ଧ କରି ଦେଇଛି । ଉପଦେଶ ଦେବା ବ୍ୟକ୍ତି ସମାଜରେ ଅଲୋଡ଼ା ଏକ ଘରିଆ ହୋଇ ରହି ଯାଉଛି ।ତଥାପି ଚିତ୍ରରୁ ବୁଝିବାକୁ ଚେଷ୍ଟା କରିବାକୁ ଅନୁରୋଧ। ହୁଏତ ବୁଝିବା ବ୍ୟକ୍ତି ନିଜ ପରିବାରକୁ ନିଶା କବଳରୁ ରକ୍ଷା କରି ପାରିବେ ।
୧) ମଦ୍ୟପାନ (ଜୀବନକୁ କରେ ବରବାଦ)
୨) ଧୁମପାନ (ଧୁଆଁରେ ଯାଏ ଜୀବନ)
୩)ମାତ୍ର ୬ ଫୁଟର ମାଟି ( ଧନୀ ଓ ଗରୀବ ପାଇଁ ସମାନ)
୪) ମଶାଣି ଜୁଇ (ସମୟ ଧନୀ ଗରୀବ ସମସ୍ତଙ୍କୁ ଦିଏ ସମ୍ମାନ)

ଷ୍ଟାଟସ୍ ନିଶାରେ ଆଗରେ ଥିବା ନାଲି ପାଣି ସହ ବରଫ ଓ ସୋଢା ପାଣି ଦେଖି ଚିଅର୍ କରିବା ବ୍ୟକ୍ତି ଥରେ ପଛକୁ ଦେଖି ନିଜ ପରିବାରକୁ ଦେଖିବାକୁ ଭୁଲି ଯାଆନ୍ତି।ମାଦକ ଦ୍ରବ୍ୟ ପାନ କରି ପତ୍ନୀ,ପୁତ୍ର,ପୁତ୍ରି, ବୃଦ୍ଧ ପିତା ମାତାଙ୍କୁ ଛାଡ଼ି ଆର ପାରିକୁ ଚାଲି ଯାଆନ୍ତି ଅଧିକାଂଶ ନିଶା ସେବନ କାରୀ କଳାକାର ।ଖାଲି ଅଭିନେତା ଅଭିନେତ୍ରୀ ନୁହେଁ ଅଧିକାଂଶ ହାଇ ଷ୍ଟାଟସ୍ କର୍ପୋରେଟ କର୍ମଚାରୀ ଓ ସାମ୍ବାଦିକ ବନ୍ଧୁ ଏହାର ଶିକାର ।ଅଭିନେତା କୁଆଡେ ଫ୍ୟାନ (ଯୁବ ପୀଢ଼ି ପଙ୍ଖା ମାନଙ୍କ ପାଇଁ ) ।ମୋ ମତରେ ମଦ୍ୟପାନ ଓ ଧୂମପାନ କରୁଥିବା ଅଭିନେତା, ନେତା, ପ୍ରଶାସନିକ ଅଧିକାରୀ ସମାଜ ପାଇଁ କଳଙ୍କ ।ପରୋକ୍ଷରେ ଏମାନଙ୍କ ଆଦର୍ଶରେ ଅନୁପ୍ରାଣିତ ଅନେକ ଯୁବ ଶକ୍ତି ବରବାଦ୍ ହୋଇ ଥାଆନ୍ତି ।ଚଳଚ୍ଚିତ୍ର ଶିଳ୍ପରେ ବ୍ରାଣ୍ଡ ମଦ ପିଇବା ଓ ଦାମୀ ସିଗାରେଟ ଟାଣିବା ଷ୍ଟାଟସ୍ ରେ ଗଣା ଯାଏ ।ପବ୍ଲିକ ପ୍ଲାଟଫର୍ମ ରେ ଦେଖେଇ ହୋଇ ସିଗାରେଟ ଟାଣିଲେ ଦର୍ଶକ ଜାଣିବେ ୟେ ହିଁ ଦାମୀ କଳାକାର ।ଡାକ୍ତରଖାନା ଖର୍ଚ୍ଚ ପାଇଁ ସାଥୀ ଅଭିନେତା ଅଭିନେତ୍ରୀ ମାନେ ଡବା ଧରି ଏମାନଙ୍କ ପାଇଁ ରାଜରାସ୍ତାରେ ଭିକ୍ଷା ମାଗନ୍ତୁ ସେଥିରେ ସ୍ୱାଭିମାନ କୁଆଡେ ବଢ଼ି ଯାଏ ଏମାନଙ୍କର ।ଏମିତି ଭିକ୍ଷା ମାଗିବା ଅପେକ୍ଷା ନିଶା ସେବନ କରିବା ସମୟରେ ତାଙ୍କୁ ନେହୁରା ହୋଇ ଭିକ୍ଷା ମାଗନ୍ତୁ,ବାବୁରେ ତୁମ ଜୀବନ ପାଇଁ ମୁଁ ଭିକ୍ଷା ମାଗୁଛି ।ଆଉ ଏସବୁ ବ୍ୟବହାର କରି ଜୀବନକୁ ମରଣ ମୁଖକୁ ଠେଲି ଦେଏନା ।ହୁଏତ ଏହା ହିଁ ପ୍ରକୃତ ଭିକ୍ଷା ।ଯେଉଁ ଭିକ୍ଷା ଜୀବନ ବଞ୍ଚେଇ ପାରିବ। ପଇସା କେବେ ଜୀବନ ବଞ୍ଚେଇ ପାରିବନି । ଯେଉଁ କଳାକାର ଏସବୁ ଷ୍ଟାଟସ୍ ବ୍ରାକେଟ୍ ଭିତରେ ନରହିଲା ସିଏ କୁଆଡେ ଗାଉଁଲି ମଫୁ ଭାବରେ କୁତ୍ସିତ ଭାବରେ ସମାଲୋଚିତ ହୁଅନ୍ତି ।ସେଥିପାଇଁ କ୍ଷଣିକ ପାଇଁ ନିଜର ଇଜ୍ଜତ ବଞ୍ଚେଇ ବାକୁ ଯାଇ ଧୀରେ ଧୀରେ କ୍ରମାଗତ ନିଶା ସେବନ କରି ଆଉ ପଛକୁ ଫେରି ପାରନ୍ତି ନାହିଁ ।ଏମାନଙ୍କୁ ବୁଝେଇଲେ ବି ଷ୍ଟାଟସ୍ ନିଶାରେ ଚୂର୍ ବ୍ୟକ୍ତି କିଛି ବୁଝି ପାରନ୍ତି ନାହିଁ ।ଆଜି ବି ଅନେକ ଅଭିନେତା ଏହାର ଶିକାର ।ମିଡିଆରେ ଏନେକ ମଦ୍ୟପଙ୍କ କଳା କାରନାମା ଦେଖିବାକୁ ମିଳେ।କିନ୍ତୁ ତୁଣ୍ଡ ବାଇଦ ସହସ୍ର କୋଷ ।ଧୀରେ ଧୀରେ ସମସ୍ତେ ଜାଣି ପାରନ୍ତି ।କେତେଦିନ ଲୁଚେଇ ରଖି ପାରିବେ ସତ୍ୟକୁ ।ଅସତ୍ୟ ବେଶି ସମୟ ରହେ ନାହିଁ ।ଅଭିନେତା ଅଭିନେତ୍ରୀ ମାନଙ୍କ କଥାଟା ଖୋଲା ଖୋଲି ବାହାରକୁ ଆସି ପାରୁନି ।କାହାର କିଡିନ ଖରାପ ତ କାହାର ଲିଭର ଖରାପ ।କାହାର ପାକସ୍ଥଳୀ ଖରାପ ତ କାହାର ପୁଟା ଜଳି ଗଲାଣି ।କିଏ କର୍କଟ ରୋଗରେ ପୀଡିତ।ନିକଟରେ ଜଣେ ହାସ୍ୟ ଅଭିନେତା ନୂତନ ଜୀବନ ପାଇ ମରଣ ଜନ୍ତାରୁ ଫେରିଛନ୍ତି ।ମୁଁ ନିଜେ ଦେଖିଛି ମେଡ଼ିକାଲରେ ତାଙ୍କର ଅବସ୍ଥା କଣ ଥିଲା ।ପୂର୍ବରୁ ଅନେକ ଅଭିନେତା ଚିକିତ୍ସିତ ହୋଇ ଯମ ନିକଟରୁ ଫେରି ପାରି ନାହାଁନ୍ତି ।ଏବେ ବି ସମୟ ଅଛି ଅଭିନେତା ଅଭିନେତ୍ରୀ ମାନେ ସୁଧୁରି ଯାଆନ୍ତୁ । ଏ ମିଛ ଦୁନିଆରେ ସମାଜ ପାଇଁ କଳଙ୍କ ସାଜି ନୁହେଁ ଆଦର୍ଶ ବନିବାକୁ ଚେଷ୍ଟା କରନ୍ତୁ ।ନିଶା ସେବନରୁ ଦୂରେଇ ରହି ସମାଜ ଓ ନିଜର ପରିବାର ପାଇଁ କିଛି ସମୟ ବିତାନ୍ତୁ ।ଆଧୁନିକ ସଭ୍ୟତା କେବେ ବି ଆପଣଙ୍କୁ ସଂସ୍କାର ଶିଖାଇ ପାରିବନି ।ଓଲଟା ଗାଁରୁ ଅଳ୍ପ ବହୁତ୍ ଶିଖିଥିବା ସଂସ୍କାର ଆପଣଙ୍କ ଠାରୁ ଚାଲିଯିବ ।
vvvଶେଷରେ ଏତିକି ଅନୁରୋଧ ନିଶାକୁ ପେଶା ଭାବରେ ଗ୍ରହଣ କରନ୍ତୁ ନାହିଁ ।ଜୀବନ ସାରା ପେଶି ହେବାକୁ ପଡିବ ଯାହା ଆପଣ ଛାଡ଼ି ଯାଉଥିବା ପରିବାର ପାଇଁ ବହୁତ୍ ବଡ କ୍ଷତି ।ଚଳଚ୍ଚିତ୍ର ଶିଳ୍ପ ସହିତ ଜଡିତ ସମସ୍ତ କଳାକାର ଓ ସହ କର୍ମଚାରୀ ମାନଙ୍କ ପାଇଁ ନିଶା ନିବାରଣ ଉପରେ ନିୟମିତ ବ୍ୟବଧାନରେ କର୍ମଶାଳା ହେଉ ।ହୁଏତ ବୁଝି ପାରିବେ ଓ ବହୁତ୍ ବଡ କ୍ଷତିରୁ ନିଜକୁ ବଞ୍ଚାଇ ପାରିବେ🙏

Related Post

Leave a Reply

Your email address will not be published. Required fields are marked *

You Missed