ଗଜପତି ମହାରାଜା ଇନ୍ଦ୍ରଦୁମ୍ନ କଳିଯୁଗରେ ବିଷ୍ଣୁ ଙ୍କ ଅବତାର ଶ୍ରୀ ଶ୍ରୀ ଜଗନ୍ନାଥ ଙ୍କୁ ଦାରୁବ୍ରହ୍ମ କଳକୀ ରୂପେ ମନ୍ଦିର ରେ ପ୍ରତିଷ୍ଠା କଲେ ପ୍ରଭୁଙ୍କର ଲୀଳା ଯେମିତି ଗୋପନୀୟ ସେହିପରି ଭଗବାନ ବିଷ୍ଣୁ ଙ୍କ ସୁଦର୍ଶନ ଚକ୍ର ରୂପେ ନୀଳଚକ୍ର ବି ରହସ୍ୟମୟଓ ବିଶ୍ୱାସ ଭାବେ ସୁପ୍ରତିଷ୍ଠିତ ଏବଂ ସାରା ବିଶ୍ୱରେ ମନୁଷ୍ୟ ମାନଙ୍କ ପାଖରେ ଚେତନା କୁ ଏତେ ମାତ୍ରାରେ ସଂକ୍ରମିତ କରିଛି ଯେ ଜଗନ୍ନାଥ ଙ୍କ ଅନୁପସ୍ଥିତି ରେ ଆମେ ଓଡ଼ିଆ ନାମକ ଜାତିର ପରିଚୟ ତିଆରି କରିପାରିବା ଅସମ୍ଭବ. ଏଠି ପ୍ରଶ୍ନ ଉଠେ ମନ୍ଦିର ଟିର ଶୀର୍ଷ ରେ ଯେଉଁ ଚକ୍ର ଟି ପ୍ରଭୁଙ୍କର ନିର୍ଦେଶ ରେ ସ୍ଥାପନ କରାଯାଇଚ୍ଛି ସେଇଟିକୁ ଭାବିଲେ ଅନ୍ତର୍ନିହିତ ଭାବଧାରା ଆମକୁ କେବଳ ଉପାସନା ର ଭାବନା ଆଣିଦିଏ. ସଂସାର ଛାଡି ମଣିଷଟିଏ ସୃଷ୍ଟି. ସ୍ଥିତି. ବିଲୟ ଆଡକୁ ମନ ଯିବାକୁ ଇଛା ହୁଏ.ପ୍ରଭୁ ଙ୍କର ଯେମିତି ସବୁ ନୀଳ ସେଇପରି ନୀଳ ଚକ୍ର ଟି ନେଳିଆ ରଙ୍ଗ ସଖାଳୁ ସୂର୍ଯ୍ୟ ଉଇଁଲେ ଧଳା ଓ ଆସ୍ତେ ଆସ୍ତେ ଯେତେ ଖରା ପଡେ ସମ୍ପୂର୍ଣ ନୀଳ ରଙ୍ଗ ଦେଖା ଯାଏ.ଏଠି ଆମେ ନୀଳଚକ୍ର ର ଓଜନ ଲମ୍ବା ଚଉଡା ମାପିବା ର ଧୂଷ୍ଠତା କରିବାକୁ ଯାଇ ପାରିବନି ଏହାକଲେ ଆମକୁ ଯେମିତି ଜଗନ୍ନାଥ ପାଗେଳା କଲେ ଭାବି ସଙ୍ଗେ ସଙ୍ଗେ ଘଣ୍ଟ ଘଣ୍ଟା ମାଦଳା ମାନ ବଜେଇ ହରିବୋଲ ହୁଳହୁଳି ନାଦରେ କମ୍ପମାନ କରିବାକୁ ଇଛାହୁଏ. ତାହାର କାରଣ ଯେତେବେଳେ ରାଜା ଇନ୍ଦ୍ରଦୁମ୍ନ ଙ୍କୁ ପ୍ରଭୁ ନିର୍ଦେଶ ଦେଲେ ସେଇଦିନଠୁ ରାଜା ପାଗଳା ପ୍ରାୟ ହେଇ କେବଳ ତାଙ୍କ ପ୍ରତିଷ୍ଠା କାର୍ଯ୍ୟକ୍ରମ ରେ ଲାଗିଥିଲେ.ତେଣୁ ଉତ୍କଳ ଭୂମି ପ୍ରାଚୀନ କାଳରୁ ବିଶ୍ଵଦାରବାରରେ ପ୍ତତିଷ୍ଠା ଲାଭ କରିଛି.. ତେଣୁ ଭକ୍ତ ଗଣ ଯଦି ଚିହିଁବେ ତେବେ ନୀଳଚକ୍ର ବିଷୟରେ ଗୁଗୁଲ ରେ ଦେଖିପାରିବେ… ଜୟ ଜଗନ୍ନାଥ 🙏
