Spread the love

_*🥀🌸ବିଶ୍ୱ ଶ୍ରମିକ ଦିବସ, ଜାଣନ୍ତୁ କେବେଠୁ ଓ କାହିଁକି ପାଳନ କରାଯାଏ ଏହି ଦିବସ*_

_🥀ପ୍ରତିବର୍ଷ ମେ’ ୧ରେ ସାରା ବିଶ୍ୱରେ ଶ୍ରମିକ ଦିବସ ପାଳନ କରାଯାଏ । ୧୮୮୬ରେ ଆମେରିକାରେ ଏହାର ଆରମ୍ଭ ହୋଇଥିଲା । ପରେ ଧୀରେ ଧୀରେ ଦୁନିଆରେ ଅନେକ ଦେଶ ଏହି ଦିବସକୁ ପାଳନ କରିବା ଆରମ୍ଭ କଲେ । କେବଳ ଶ୍ରମିକ ନୁହେଁ ବରଂ ଯେଉଁମାନେ କୌଣସି କାର୍ଯ୍ୟାଳୟରେ କାମ କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ଶ୍ରମିକ ଦିବସ ପାଳନ କରାଯାଏ ।_

_🥀ଏହି ଦିବସର ବିଶେଷ ମହତ୍ତ୍ୱ ରହିଛି । ୧୮୮୬ ମେ’ରେ ଆମେରିକାର ଶ୍ରମିକ ଆନ୍ଦୋଳନ ଆରମ୍ଭ ହୋଇଥିଲା ।_

_🥀ଆମେରିକାରେ ଶ୍ରମିକ ତଥା ମଜୁରିଆମାନେ ରାସ୍ତାକୁ ଓହ୍ଲାଇ ନିଜ ଅଧିକାର ପାଇଁ ଦାବି କରିଥିଲେ । ସେତେବେଳେ ଶ୍ରମିକମାନଙ୍କୁ ଦିନକୁ ୧୫ ଘଣ୍ଟା ଲେଖାଏ ଖଟାଯାଉଥିଲା । ଏଥିଯୋଗୁ ସେମାନଙ୍କ ଅବସ୍ଥା ବେଶ୍‌ ଖରାପ ଥିଲା । ତେଣୁ ସେମାନେ ଏହା ବିରୋଧରେ ସ୍ୱର ଉଠାଇଥିଲେ । ସ୍ଥିତି ଏତେ ଖରାପ ହୋଇଥିଲା ଯେ ସେମାନଙ୍କୁ ରାସ୍ତା ଉପରେ ଗୁଳି ମଧ୍ୟ ମାରିଦିଆଯାଇଥିଲା । ଏଥିରେ ବହୁ ସଂଖ୍ୟାରେ ଶ୍ରମିକଙ୍କ ଜୀବନ ଯାଇଥିଲା । ଶତାଧିକ ଆହତ ହୋଇଥିଲେ । ଏହି ଘଟଣାର ୩ ବର୍ଷ ପରେ ୧୮୮୯ରେ ଅନ୍ତର୍ଜାତୀୟ ସମାଜବାଦୀ ସମ୍ମିଳନୀ ହୋଇଥିଲେ । ଏଥିରେ ନିଷ୍ପତ୍ତି ନିଆଯାଇଥିଲା ଯେ ଶ୍ରମିକଙ୍କୁ ଦିନରେ କେବଳ ୮ ଘଣ୍ଟା ହିଁ କାମ ଦିଆଯିବ । ଏଥିସହ ପ୍ରତିବର୍ଷ ମେ’ ୧ରେ ଶ୍ରମିକ ଦିବସ ଭାବେ ପାଳନ କରାଯିବ ବୋଲି ମଧ୍ୟ ଏହି ସମ୍ମିଳନୀରେ ନିଷ୍ପତ୍ତି ହୋଇଥିଲା । ଅର୍ଥାତ ଏହି ଦିନ ସମସ୍ତ ଶ୍ରମିକଙ୍କୁ ଛୁଟି ଦିଆଯିବ ।_

_🥀ଆମେରିକାରେ ପ୍ରଥମେ ଏହି ନିୟମ ଲାଗୁ ହୋଇଥିଲା । ପରେ ବିଶ୍ୱର ଅନ୍ୟାନ୍ୟ ଦେଶ ଏହାକୁ ଲାଗୁ କରିଥିଲେ । ଆମେରିକାରେ ଶ୍ରମିକ ଦିବସ ଆରମ୍ଭ ହେବାର ୩୪ ବର୍ଷ ପରେ ଭାରତରେ ୧୯୨୩ ମେ’ ୧ରେ ଶ୍ରମିକ ଦିବସ ପାଳନ ହୋଇଥିଲା । ପ୍ରଥମେ ଚେନ୍ନାଇରେ ଏହି ଦିବସକୁ ପାଳନ କରାଯାଇଥିଲା। ଏହି ଦିବସ ପାଳନ କରାଯାଇ ସମସ୍ତ ଶ୍ରମିକ ଏବଂ ସେମାନଙ୍କ ଉପଲବ୍ଧିକୁ ସମ୍ମାନ ଦିଆଯାଏ ।_

Leave a Reply

Your email address will not be published. Required fields are marked *